ପାସ୍‌ ବ୍ୟବସ୍ଥା ଉଚ୍ଛେଦ ପାଇଁ ଟୁଇଟ୍‌ କଲେ ବିଜେଡି ସାଂସଦ

ଡିଜିଟାଲ ଭିତ୍ତିଭୂମି ସୁଦୃଢ଼ ପାଇଁ ଦାବି କଲେ ଅମର

en.wikipedia.org

ଭୁବନେଶ୍ବର : ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ ଚାଲିଥିବା ବେଳେ ଏହାକୁ ଦେଖିବାକୁ ଓଡ଼ିଆଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଦୀର୍ଘ ବର୍ଷ ପରେ ଓଡ଼ିଶାରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ହେଉଥିବାରୁ ଖେଳପ୍ରେମୀ ଟିକେଟ୍ କିଣିବାକୁ କିମ୍ବା ପାସ୍‌ ଯୋଗାଡ଼ କରିବାକୁ ଯଥାସମ୍ଭବ ଉଦ୍ୟମ କରିଥିଲେ। ହେଲେ ବହୁ ଲୋକଙ୍କୁ ପାସ୍‌ ନମିଳିବାରୁ ନିରାଶ ହୋଇଛନ୍ତି। ଏହି ତାଲିକାରେ ବିଜେଡିର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଅଛନ୍ତି। ଏପରିକି ସାଂସଦ ପଟ୍ଟନାୟକଙ୍କୁ ବାରବାଟୀ ମ୍ୟାଚ୍‌ ପାଇଁ ପାସ୍‌ ମିଳିନଥିବାରୁ ସେ ଟୁଇଟ୍ କରିଛନ୍ତି ଯେ ଭାରତରେ ପାସ୍‌ ବ୍ୟବସ୍ଥା ଉଚ୍ଛେଦ ହେଉ। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, କଟକରେ ହେଉଥିବା ଟି-୨୦ ମ୍ୟାଚ୍‌ ପାଇଁ ବହୁତ ଲୋକ ମୋତେ ପାସ୍‌ ମାଗିଥିଲେ। କିନ୍ତୁ ମୁଁ ପାସ୍‌ ଦେଇପାରିଲିନି। ଭାରତରେ ପାସ୍‌ ବ୍ୟବସ୍ଥା ଉଚ୍ଛେଦ ହେବା ଉଚିତ୍‌। କାରଣ ଏହା ପୃଷ୍ଠପୋଷକତା ସମ୍ବନ୍ଧୀୟ ଏବଂ ଇଚ୍ଛାକୃତ। ଯେତେବେଳେ ମୁଖ୍ୟମନ୍ତ୍ରୀ ଟିକେଟ୍ କିଣୁଛନ୍ତି ସେତେବେଳେ ‘ପାସ୍‌’ କାହିଁକି? ଶ୍ରୀ ପଟ୍ଟନାୟକଙ୍କ ଏହି ଟୁଇଟ୍‌କୁ କିଛି ଲୋକ ପସନ୍ଦ କରିଥିବା ବେଳେ କିଛି ନାପସନ୍ଦ କରିଛନ୍ତି।

ସୂଚନାଯୋଗ୍ୟ ଯେ ବାରବାଟୀ ଷ୍ଟାଡିୟମରେ ଦର୍ଶକ କ୍ଷମତା ୪୫ ହଜାର ରହିଥିବା ବେଳେ ମାତ୍ର ୧୨ ହଜାର ଟିକେଟ୍ କାଉଣ୍ଟରରେ ବିକ୍ରି ହୋଇଥିଲା। କିନ୍ତୁ ପ୍ରାୟ ୨୦ ହଜାରରୁ ଅଧିକ ଟିକେଟ୍ ଓସିଏ ଏବଂ ବିସିସିଆଇ ତାଙ୍କର ସହ ସହବନ୍ଧିତ ସଂସ୍ଥା, ଭିଆଇପିଙ୍କୁ ପାସ୍‌ ଆକାରରେ ଦେଇଛନ୍ତି। ଯାହା ଫଳରେ ହଜାର ହଜାର ଖେଳପ୍ରେମୀ ଟିକେଟ୍ ପାଇଁ ରାତି ଅନିଦ୍ରା ହୋଇ ଧାଡ଼ିରେ ଛିଡ଼ା ହୋଇଥିଲେ ବି ନିରାଶ ହୋଇ ଫେରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe