ଆରମ୍ଭ ହେଲା ବିଜେଡିର ‘ଓଡ଼ିଶା-ମୋ ପରିବାର’ କାର୍ଯ୍ୟକ୍ରମ, ଏହି ୩ଟି କଥାକୁ ଦିଆଯାଇଛି ଗୁରୁତ୍ୱ

ଆରମ୍ଭ ହେଲା ବିଜେଡିର ‘ଓଡ଼ିଶା-ମୋ ପରିବାର’ କାର୍ଯ୍ୟକ୍ରମ, ଏହି ୩ଟି କଥାକୁ ଦିଆଯାଇଛି ଗୁରୁତ୍ୱ

New Indian Express

ଭୁବନେଶ୍ୱର: ଆରମ୍ଭ ହୋଇଛି ବିଜୁ ଜନତା ଦଳର ‘ଓଡ଼ିଶା-ମୋ ପରିବାର’ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଅଧୀନରେ ୩ଟି କଥାକୁ ବିଶେଷ ଗୁରୁତ୍ୱ ଦିଆଯିବ। ପରିବେଶ, ସ୍ୱାସ୍ଥ୍ୟ ସେବା କଲ୍ୟାଣ ଓ ସହାୟତା ଉପରେ ଗୁରୁତ୍ୱ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଘୋଷଣା କରିଛନ୍ତି। ତେବେ ବିଜେଡ଼ିର ଏହି ସମାଜସେବା ଶାଖାର ଆବାହକ ନିଯୁକ୍ତ ହେଇଛନ୍ତି ଅବସରପ୍ରାପ୍ତ ଆଇପିଏସ୍ ତଥା ବିଜେଡି ନେତା ଅରୂପ ପଟ୍ଟନାୟକ। ସେବାର ମୂର୍ତ୍ତି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଅକ୍ଟୋବର ୨ ତାରିଖରେ ଏହାକୁ ଶୁଭାରମ୍ଭ କରାଯିବ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

publive-image Moneycontrol

ପୂର୍ବରୁ ବିଜେଡିର ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମରେ ରକ୍ତଦାନକୁ ଗୁରୁତ୍ୱ ଦିଆ ଯାଉଥିଲା। ତେବେ ବର୍ତ୍ତମାନର ‘ଓଡ଼ିଶା-ମୋ ପରିବାର’ କାର୍ଯ୍ୟକ୍ରମ ଅଧୀନରେ ସମାଜର ବିଭିନ୍ନ ଦିଗକୁ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ରହିଛି। ରକ୍ତଦାନ, ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ ଜରିଆରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ। ରକ୍ତଦାନକୁ ଏକ ସାମାଜିକ ଅନ୍ଦୋଳନ କହିବା ସହ ବିଜେଡି ସୁପ୍ରିମୋ ନବୀନ ବିଜେଡ଼ି କର୍ମୀମାନଙ୍କୁ ବିପୁଳ ସଂଖ୍ୟକ ବୃକ୍ଷରୋପଣ ପାଇଁ ଆହ୍ଵାନ କରିଛନ୍ତି। ଏଥିସହ ମୋ ପରିବାର କାର୍ଯ୍ୟକ୍ରମଅଧିନରେ ବିପନ୍ନ ଓଡ଼ିଆଙ୍କୁ ସହୟତା ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe