ବିଜେଡି ସାଂସଦ ଲୋକସଭାରେ ବିଭ୍ରାନ୍ତକର ତଥ୍ୟ ଦେଇଛନ୍ତି: ବିଜେପି

ବିଜେଡି ସାଂସଦ ଲୋକସଭାରେ ବିଭ୍ରାନ୍ତକର ତଥ୍ୟ ଦେଇଛନ୍ତି: ବିଜେପି

YouTube

ଭୁବନେଶ୍ବର : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶା ପ୍ରତି ଅବଦାନରେ ବରିଷ୍ଠ ବିଜେଡି ସାଂସଦ ପିନାକୀ ମିଶ୍ର ଅସହିଷ୍ଣୁ ହୋଇଯାଇଛନ୍ତି। ତେଣୁ ସେ ଲୋକସଭାରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଇଛନ୍ତି ବୋଲି ରାଜ୍ୟ ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଲେ ଯେ ଗତକାଲି ସାଂସଦ ପିନାକୀ ବାବୁ ଲୋକସଭାରେ ଯେଉଁ ବକ୍ତବ୍ୟ ରଖିଛନ୍ତି, ତାହା ଆଉ କାହା ଲେଖାକୁ ପଢ଼ିଲା ଭଳି ମନେ ହେଉଛି। ସେ ଦେଇଥିବା ତଥ୍ୟ ସମ୍ପୂର୍ଣ୍ଣ ଅସତ୍ୟ ଓ ନିରାଧାର। ତାଙ୍କ କଥାରେ କେତେ ସତ୍ୟତା ରହିଛି, ଏ ନେଇ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଆଜି ଟ୍ୱିଟ୍ ମଧ୍ୟ କରିଛନ୍ତି।

ସେ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ ୨୦୧୪ ପର ଠାରୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଅଏଲ ମାର୍କେଟିଂ କମ୍ପାନି (ଓଏମସି) ଏପ୍ରିଲ ୧୪ରୁ ଡିସେମ୍ବର ୨୨ ମଧ୍ୟରେ ୧୯ କୋଟିରୁ ଅଧିକ ଏଲ୍‌ପିଜି ସଂଯୋଗ ପ୍ରଦାନ କରିଛନ୍ତି। ଗତ ୮ ବର୍ଷ ମଧ୍ୟରେ ବର୍ଷକୁ ୩୬୫ ଦିନ ହିସାବରେ ନେଇ ହାରାହାରି ଭାବରେ ଦେଖିଲେ ହାରାହାରି ଦୈନିକ ସଂଯୋଗ ସଂଖ୍ୟା ୬୦,୦୦୦ରୁ ଅଧିକ। ଉଜ୍ଜ୍ବଳା ସିଲିଣ୍ଡର ରିଫିଲ ହେବା ଦିଗରେ ସାଂସଦ ଜାଣିରଖିବା ଆବଶ୍ୟକ ଯେ ମୋଦୀ ସରକାର କୋଭିଡ୍ ସମୟରେ ସମସ୍ତ ହିତାଧିକାରୀଙ୍କୁ ମାଗଣାରେ ୩ଟି ଉଜ୍ଜ୍ୱଳା ସିଲିଣ୍ଡର ରିଫିଲ କରାଇଥିଲେ । ତଥ୍ୟ ଅନୁସାରେ କେବଳ ୧୦ ପ୍ରତିଶତ ହିତାଧିକାରୀ କୌଣସି ନିର୍ଦ୍ଦିଷ୍ଟ ବର୍ଷରେ ରିଫିଲ କରିନାହାନ୍ତି, ଏହାର ଅର୍ଥ ୯୦ ପ୍ରତିଶତ ବାସ୍ତବରେ ଅତି କମରେ ଗୋଟିଏ ରିଫିଲ କରିଛନ୍ତି। ଏହା ଉଜ୍ଜ୍ୱଳାର ବିଫଳତା ନୁହେଁ ବରଂ ଏକ ଅଭୂତପୂର୍ବ ସଫଳତାକୁ ପ୍ରମାଣିତ କରୁଛି। ଶ୍ରୀ ପ୍ରଧାନ ଓଡ଼ିଶା ପାଇଁ କ’ଣ କରିଛନ୍ତି, ଓଡ଼ିଶାବାସୀ ସବୁ ଜାଣିଛନ୍ତି ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସହ ମୁଖ୍ୟ ସୁଜିତ କୁମାର ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe