ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ବିଜେଡି ସାଂସଦ, ସମର୍ଥନ ଦେଲେ ଓ ପ୍ରତିଦାନ ମାଗିଲେ,

Advertisment

ସଂସଦରେ ବିଧାନ ପରିଷଦ ବିଲ୍ ଆଗତ ପାଇଁ କହିଲେ, କୋଇଲା ରୟାଲଟି, ଜିଏସ୍‌ଟି କ୍ଷତିପୂରଣ ପ୍ରସଙ୍ଗ ଉଠିଲା

ସଂସଦରେ ବିଧାନ ପରିଷଦ ବିଲ୍ ଆଗତ ପାଇଁ କହିଲେ, କୋଇଲା ରୟାଲଟି, ଜିଏସ୍‌ଟି କ୍ଷତିପୂରଣ ପ୍ରସଙ୍ଗ ଉଠିଲା

ବିଜେପିର ଓଡ଼ିଶା ଦଖଲ ଅଭିଯାନରେ ଲାଗିଲା ପ୍ରଶ୍ନଚିହ୍ନ

ଭୁବନେଶ୍ବର: ନାଗରିକ ସଂଶୋଧନ ବିଲକୁ ସଂସଦରେ ସମର୍ଥନ ଘୋଷଣା କରିଛି ବିଜେଡି। ଲୋକସଭା ପରେ ଆସନ୍ତାକାଲି ରାଜ୍ୟସଭାରେ ଦଳ ଏହା ସପକ୍ଷରେ େଭାଟ ଦେବ। ହେଲେ କେନ୍ଦ୍ରକୁ ଏଭଳି ଆଖିବୁଜା ସମର୍ଥନ ଦେଇ ବିଜେଡି ଚୁପ୍ ବସିନାହିଁ। ଦୁଇଟି ପର୍ଯ୍ୟାୟରେ ବିଜେଡି ସାଂସଦମାନେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ େଭଟି ପ୍ରତିବଦଳରେ ହକ୍ ମାଗିଛନ୍ତି। ଓଡ଼ିଶାର ସ୍ବାର୍ଥ ସଂପର୍କିତ କିଛି ପ୍ରସଙ୍ଗ ଏଥିରେ ସ୍ଥାନ ପାଇଛି ସତ, ହେଲେ ମୁଖ୍ୟ ପ୍ରସଙ୍ଗଟି ହେଉଛି ବିଧାନ ପରିଷଦ। ଏ ସଂକ୍ରାନ୍ତ ସଂକଳ୍ପ ଇତିମଧ୍ୟରେ ବିଧାନସଭାର ଅନୁମୋଦନ ଲାଭ କରି ବର୍ଷେ ହେଲାଣି କେନ୍ଦ୍ରର ବିଚାର ଅପେକ୍ଷାରେ ରହିଛି। ହେଲେ କେନ୍ଦ୍ର ସରକାର ଏଯାଏ ଏହି ବିଲ୍ ଆଣୁ ନାହାନ୍ତି। ଏଣୁ ଏହି ବିଲ୍ ତୁରନ୍ତ ଆଣିବା ଲାଗି ସାଂସଦମାନେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରମୁଖ ଯେତେବେଳେ ଶୃଙ୍ଖଳିତ ଗୃହ ପରିଚାଳନା ପାଇଁ ବୈଠକ କରିଥିଲେ, ସେତେବେଳେ ବି ବିଜେଡି ଏହି ପ୍ରସଙ୍ଗଟି ଉଠାଇ ଜବାବ ମାଗିଥିଲା। ସକାରାତ୍ମକ ଉତ୍ତର ପାଇଥିଲା। ହେଲେ ଏଯାଏ ବିଲ୍ ଆଗତ ସୂଚନା ମିଳିଲା ନାହିଁ। ଏଣୁ ଶ୍ରୀ ଶାହଙ୍କ ଠାରୁ ଦଳ ନିର୍ଦିଷ୍ଟ ପ୍ରତିଶ୍ରୁତି ଚାହିଁଥିଲା। ଯାହା ମିଳିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। କେବଳ ସେତିକି ନୁହେଁ, ବିଜେଡି ସାଂସଦମାନେ କୋଇଲା ରୟାଲଟି ସଂଶୋଧନ ପ୍ରସଙ୍ଗରେ ବି ଗୃହ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜଣାଇଥିଲେ େଯ ଗତ ପାଞ୍ଚ ବର୍ଷ ଧରି ଏହା ସଂଶୋଧନ ହେଉନାହିଁ, ଯେଉଁଥିପାଇଁ ଓଡ଼ିଶା ବହୁ ରାଜସ୍ବ ହରାଉଛି। ଅର୍ଥନୀତି ଉପରେ ପ୍ରବଳ ଚାପ ପଡୁଛି। କେନ୍ଦ୍ର ସରକାର ତୁରନ୍ତ ଏଥିରେ ସଂଶୋଧନ କରିବା ଦରକାର, ଯେଉଁଥିରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟ ବି ଉପକୃତ ହେବେ।

ରେଳବାଇ ପ୍ରକଳ୍ପ ସଂପର୍କରେ େଢର୍ ଆଲୋଚନା ହେଲା

ବିଜେଡି ସାଂସଦମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଥିଲେ େଯ ଜିଏସ୍‌ଟି କ୍ଷତିପୂରଣ ରାଶି ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି। ଯେଉଁ ଅଣ ବିଜେପି ଶାସିତ ୬ଟି ରାଜ୍ୟ ଏ ଦିଗରେ କ୍ଷତିଗ୍ରସ୍ତ େହାଇଛନ୍ତି, ସେଥିରେ ଓଡ଼ିଶା ରହିଛି। ପାଖାପାଖି ୧୧୪୯ େକାଟି ଟଙ୍କା ବକେୟା ଥିବା ସାଂସଦମାନେ ଜଣାଇଥିଲେ। ରେଳବାଇ େକ୍ଷତ୍ରରେ ଓଡ଼ିଶାର ଅନେକ ପ୍ରକଳ୍ପ ଉପରେ ଆଲୋଚନା ହୋଇଥିଲା। ରାଉରକେଲା ଠାରୁ ରାୟଗଡା ପର୍ଯ୍ୟନ୍ତ ସବୁ ଅଧାପନ୍ତରିଆ ପ୍ରକଳ୍ପକୁ ଯୁଦ୍ଧକାଳୀନ ଭିତ୍ତିରେ ସାରିବା ଉପରେ ସାଂସଦମାନେ ଗୁରୁତ୍ବ ଦେଇଥିଲେ। ଏସବୁ ଆଲୋଚନାରେ କେନ୍ଦ୍ର ସରକାର ଓଡ଼ିଶା ଅନୁକୂଳ ମତ ରଖିଥିବା ସୂଚନା ମିଳିଛି। ସବୁଠାରୁ ବଡ କଥା ହେଲା, ଆଲୋଚନା ସମୟରେ ଶ୍ରୀ ଶାହଙ୍କ ନିକଟରେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ବ୍ୟତୀତ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୀୟୂଷ ଗୋୟଲ ବି ଉପସ୍ଥିତ ଥିଲେ। ଓଡ଼ିଶା ସରକାର କେଉଁ କେଉଁ ଜାଗାରେ ସହାୟତା ଦେଲେ ପ୍ରକଳ୍ପ କାର୍ଯ୍ୟ ଆଗେଇବ, ସେ ନେଇ ମଧ୍ୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଲୋଚନା କରିଥିବା ସୂଚନା ମିଳିଛି। ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ଅମର ପଟ୍ଟନାୟକ, ଅଚ୍ୟୁତ ସାମନ୍ତ, ଅନୁଭବ ମହାନ୍ତି ପ୍ରମୁଖ ଶ୍ରୀ ଶାହଙ୍କୁ ଭେଟିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe