ବିଜେଡ଼ି ସାଂଗଠନିକ ନିର୍ବାଚନ, ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହେଲା

୧୯ ଜଣ ନୂଆ ଜିଲ୍ଲା ସଭାପତି ଥିବା ବେଳେ ୧୪ ଜଣ ପୁରୁଣା ମୁହଁ ରହିଛନ୍ତି

ବିଜେଡ଼ି ସାଂଗଠନିକ ନିର୍ବାଚନ, ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହେଲା

ଭୁବନେଶ୍ୱର : ବିଜୁ ଜନତା ଦଳ (ବିଜେଡ଼ି)ରେ ସାଂଗଠନିକ ନିର୍ବାଚନ ଫଳାଫଳ ଘୋଷିତ ହୋଇଛି । ଦଳ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ନବ ନିର୍ବାଚିତ ବିଜେଡ଼ି ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି ।

ମହେନ୍ଦ୍ର ବସ୍ତିଆ ଅନୁଗୁଳ ଜିଲ୍ଲା ସଭାପତି ନିର୍ବାଚିତ ହୋଇଥିବାବେଳେ ରବୀନ୍ଦ୍ର ଜେନା ବାଲେଶ୍ୱର, ବିଜୟ ରଂଜନ ସିଂ ବରିହା ବରଗଡ଼, ଅନନ୍ତ ନାରାୟଣ ଜେନା ଭୁବନେଶ୍ୱର, ଟୁକୁନି ସାହୁ ବଲାଙ୍ଗୀର, ଦେବାଶିଷ ସାମନ୍ତରାୟ କଟକ, ପ୍ରଫୁଲ୍ଲ ମଲ୍ଲିକ ଢେଙ୍କାନାଳ, ପ୍ରଦୀପ ନାୟକ ଗଜପତି, ପୁଷ୍ପେନ୍ଦ୍ର ସିଂ ଦେଓ କଳାହାଣ୍ଡି, ପ୍ରଶାନ୍ତ ମୁଦୁଲି ଜଗତସିଂପୁର ଓ କିଶୋର ମହାନ୍ତି ଝାରସୁଗୁଡ଼ା ଜିଲ୍ଲା ସଭାପତି ନିର୍ବାଚିତ ହୋଇଛନ୍ତି ।

ଏଥିସହ ଭଦ୍ରକରେ ଜଗନ୍ନାଥ ସ୍ୱାଇଁ,  ବୌଦ୍ଧରେ ମହୀଧର ରଣା,  ଦେଓଗଡରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳ,  ଗଞ୍ଜାମରେ ରମେଶ ଚନ୍ଦ୍ର ଚ୍ୟାଊପଟ୍ଟନାୟକ, ଯାଜପୁରରେ ସରୋଜ ମହାପାତ୍ର,  କନ୍ଧମାଳରେ ସରୋଜ କୁମାର କର୍ଣ୍ଣଙ୍କୁ ସଭାପତି  ଦାୟିତ୍ୱ ଦେଇଛି ଦଳ ।

ସେହିପରି ଉତ୍କଳ କେଶରୀ ପରି଼ଡ଼ା କେନ୍ଦ୍ରାପଡ଼ା, ମାଧବ ସର୍ଦ୍ଦାର କେନ୍ଦୁଝର, ବିଭୁତି ଭୂଷଣ ବଳବନ୍ତରାୟ ଖୋର୍ଦ୍ଧା, ନବରଙ୍ଗପୁର ରମେଶ ମାଝି, ମହେଶ୍ୱର ମହାନ୍ତି ପୁରୀ, ସିଦ୍ଧାର୍ଥ ଦାସ ସମ୍ବଲପୁର, ରେମେଶ ବେହେରା ନୟାଗଡ଼ ଜିଲ୍ଲା ସଭାପତି ନିଯୁକ୍ତ ହୋଇଛନ୍ତି । ଅନ୍ୟପକ୍ଷରେ ବିନୟ ଟପୋ ସୁନ୍ଦରଗଡ଼,ସରୋଜ କାମ୍ପା ସୁବର୍ଣ୍ଣପୁର, ସାରଦା ନାୟକ ରାଉରକେଲା,କାଶୀନାଥ ହେମ୍ବ୍ରମ ମୟୁରଭଞ୍ଜ, ପୁର୍ଣ୍ଣଚନ୍ଦ୍ର ବାକା ମାଲକାନଗିରି ଜିଲ୍ଲା ସଭାପତି ନିର୍ବାଚିତ ହୋଇଛନ୍ତି ।

publive-imagepublive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe