ବିଜେଡି ବାପୁଜୀ ଓ ବିଜୁବାବୁଙ୍କ ଆଦର୍ଶରେ ବିଶ୍ବାସ କରେ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବିଜେଡି ବାପୁଜୀ ଓ ବିଜୁବାବୁଙ୍କ ଆଦର୍ଶରେ ବିଶ୍ବାସ କରେ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ପଞ୍ଚମ ଥରଲାଗି ବିଜେଡିକୁ ସେବା କରିବାର ସୁଯୋଗ ମିଳିଛି। ବିଜେଡି ବାପୁଜୀ ଓ ବିଜୁବାବୁଙ୍କ ଆଦର୍ଶରେ ବିଶ୍ବାସ କରେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଭୁବନେଶ୍ବରରେ ବିଜେଡି ଜନସଂପର୍କ ପଦଯାତ୍ରାର ଉଦ୍ଯାପନୀ ଉତ୍ସବରେ ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ କାର୍ଯ୍ୟ ଜରିଆରେ ସେବାର ବାର୍ତ୍ତା ପ୍ରଚାର କରିବାକୁ କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

publive-image

ଗାନ୍ଧୀ ଜୟନ୍ତୀ ଅବସରରେ ଗତ ୨ତାରିଖରେ ଆରମ୍ଭ ହୋଇଥିଲା ବିଜେଡିର ଜନସଂପର୍କ ପଦଯାତ୍ରା। ଏହା ଆଜି ଉଦଯାପିତ ହୋଇଛି। ଭୁବନେଶ୍ବର(ଉତ୍ତର)ର ବିଧାୟକ ସୁଶାନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ସାଲିଆ ସାହି ବାଜପେୟୀ ନଗରର ଯାତ୍ରା ପଡ଼ିଆରେ ଅନୁଷ୍ଠିତ ବିଜେଡି ଜନସଂପର୍କ ପଦଯାତ୍ରାର ଉଦ୍ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସୁଦାମ ମାରାଣ୍ଡି,ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଏବଂ ସଞ୍ଜୟ ଦାସବର୍ମା ପ୍ରମୁଖ ଏଥିରେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe