ସରିଲା ବିଜେଡି ସଂସଦୀୟ ଦଳ ବୈଠକ : ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଓ ମହିଳାଙ୍କୁ ୩୩% ସଂରକ୍ଷଣ ପ୍ରସଙ୍ଗକୁ ସଂସଦରେ ଉଠାଇବା ପାଇଁ ସାଂସଦଙ୍କୁ ନବୀନଙ୍କ ପରାମର୍ଶ

Advertisment
ସରିଲା ବିଜେଡି ସଂସଦୀୟ ଦଳ ବୈଠକ : ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଓ ମହିଳାଙ୍କୁ ୩୩% ସଂରକ୍ଷଣ ପ୍ରସଙ୍ଗକୁ ସଂସଦରେ ଉଠାଇବା ପାଇଁ ସାଂସଦଙ୍କୁ ନବୀନଙ୍କ ପରାମର୍ଶ

ଭୁବନେଶ୍ୱର : ନବୀନ ନିବାସରେ ବିଜେଡି ସଂସଦୀୟ ଦଳ ବୈଠକ ହୋଇ ଯାଇଛି । ନବ ନିର୍ବାଚିତ ସାଂସଦଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଦଳର ହାଇକମାଣ୍ଡ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ରରେ ବିଜେଡି ସାଂସଦଙ୍କର କ’ଣ ଆଭିମୁଖ୍ୟ ରହିବ ସେ ନେଇ ପ୍ରସ୍ତୁତ ହୋଇଛି ରଣନୀତି । ବୈଠକ ପରେ ସାଂସଦ ଅନୁଭବ ମହାନ୍ତି କହିଛନ୍ତି, ରାଜ୍ୟର ଉନ୍ନତି ପାଇଁ ସଂସଦରେ ଦାବି କରିିବୁ । ବିଜୁ ଜନତା ଦଳ ଯାହା ପୁରୁଣା ଆଭିମୁଖ୍ୟ ରଖିଥିଲା ତାହା ବଜାୟ ରଖିବ । ରାଜ୍ୟର ନ୍ୟାର୍ଯ୍ୟ ଦାବି ପାଇଁ ଲଢ଼େଇ ଜାରି ରହିବ । କେନ୍ଦ୍ରାପଡ଼ାର ରେଲ ଲାଇନ ବ୍ୟବସ୍ଥା ପ୍ରସଙ୍ଗ ଉଠାଇବି ବୋଲି କହିଛନ୍ତି ସାଂସଦ ଅନୁଭବ ମହାନ୍ତି ।

ମୋ ଅଂଚଳର ବିକାଶ ପାଇଁ କାମ କରିବି ବୋଲି କହିଛନ୍ତି ଆସ୍କା ସାଂସଦ ପ୍ରମିଳା ବିଶୋଇ । ସେହିଭଳି କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ କହିଛନ୍ତି କି, ଦିଲ୍ଲୀ ଦରବାରରେ ଅଂଚଳର ମୌଳିକ ସମସ୍ୟା ପ୍ରସଙ୍ଗ ଉଠାଇବି ଏବଂ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ କହିଛନ୍ତି, ସଂସଦରେ ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରସଙ୍ଗ ଉଠା ଯିବା ସହ ମହିଳାଙ୍କ ୩୩ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗ ଉଠାଇବୁ ।

publive-imageତେବେ ନବୀନ ନିବାସରେ ବିଜେଡି ସଂସଦୀୟ ଦଳ ବୈଠକ ସରିବା ପରେ ଏବେ ପାର୍ଟି ଅଫିସରେ ବିଜେଡି ବିଧାୟକ ଦଳର ବୈଠକ ହେବ । ବିଜେଡ଼ିର ନବ ନିର୍ବାଚିତ ୧୧୨ବିଧାୟକ ଆଜି ବୈଠକରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଦଳର ନେତା ପାଇଁ ପ୍ରସ୍ତାବ ପାରିତ କରାଇବେ । ଏହା ପରେ ନବୀନ ରାଜଭବନ ଯାଇ ରାଜ୍ୟପାଳଙ୍କ ନିକଟରେ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ । ଏହାକୁ ନେଇ ପାର୍ଟି ଅଫିସରୁ ନେଇ ନବୀନ ନିବାସ ଯାଏଁ ଜମିଛି ନେତାଙ୍କ ଭିଡ଼ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe