ସିଏଏକୁ ସମର୍ଥନ, କିନ୍ତୁ ଏନଆରସିକୁ ବିରୋଧ କରିବ ବିଜେଡି

Advertisment

ଦୁଇ ମାସ ଭିତରେ ପ୍ରଦର୍ଶନ ରିପୋର୍ଟ ଦେବାକୁ ସାଂସଦମାନଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦେଶ

ଦୁଇ ମାସ ଭିତରେ ପ୍ରଦର୍ଶନ ରିପୋର୍ଟ ଦେବାକୁ ସାଂସଦମାନଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦେଶ

ସିଏଏକୁ ସମର୍ଥନ, କିନ୍ତୁ ଏନଆରସିକୁ ବିରୋଧ କରିବ ବିଜେଡି

ଭୁବନେଶ୍ବର : ଜାନୁଆରି ୩୧ ତାରିଖରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରଣନୀତି ନିର୍ଧାରଣ ଲାଗି ଆଜି ବିଜେଡି ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ୧୧ଟା ବେଳେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି  ବୈଠକରେ ସାଂସଦଙ୍କ ପ୍ରଦର୍ଶନ ନେଇ ଆଲୋଚନା ହେବା ସହ ସଂସଦରେ ଉପସ୍ଥିତ ରହି ରାଜ୍ୟର ସମସ୍ୟା ଉଠାଇବା ଦିଗରେ ଯତ୍ନବାନ୍ ହେବାକୁ ପରାମର୍ଶ ଦେଇଛନ୍ତି ଦଳର ସୁପ୍ରିମୋ।

ସେହିପରି ସାଂସଦ-ବିଧାୟକଙ୍କ ସମନ୍ୱୟ ଉପରେ ବି ଗୁରୁତ୍ବାରୋପ କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ସଂସଦରେ ସାଂସଦଙ୍କ ପ୍ରଦର୍ଶନ  ଉପରେ ବିଜେଡି ସୁପ୍ରିମୋ ନଜର ରଖିବେ ବୋଲି ସୂଚନା ମିଳିଛି । ସାଂସଦମାନେ ଅଧିବେଶନରେ ନିୟମିତ ଅଂଶଗ୍ରହଣ କରୁଛନ୍ତି କି ନାହିଁ ଏବଂ କେତେ ପ୍ରଶ୍ନୋତ୍ତରରେ ଭାଗ ନେଉଛନ୍ତି ତାହାର ଆକଳନ ହେବ ବୋଲି ଜଣାଯାଇଛି । ସଂସଦରେ ଉପସ୍ଥିତ ରହି ରାଜ୍ୟର ସମସ୍ୟା ଉଠାଇବାକୁ ସାଂସଦମାନଙ୍କୁ କୁହାଯାଇଛି । ପ୍ରତି ଦୁଇ ମାସରେ ପ୍ରଦର୍ଶନ ରିପୋର୍ଟ ଦେବାକୁ ବି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି । ଏହି ବୈଠକରେ ବିଜେଡିର ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦ ଉପସ୍ଥିତ ଥିଲେ।

publive-image
ଏହି ବୈଠକ ପରେ ସାଂସଦ ପିନାକୀ ମିଶ୍ର ଗଣମାଧ୍ୟମକୁ  କହିଛନ୍ତି ଯେ ବିଜେଡି ସିଏଏକୁ ସମର୍ଥନ ଜାରି ରଖିବ, କିନ୍ତୁ ଏନଆରସିକୁ ବିରୋଧ କରିବ । ଏନପିଆରର ଦୁଇଟି ବିଷୟକୁ ନେଇ ଦଳର ଆପତ୍ତି ରହିଛି । ଜାତିଭିତ୍ତିକ ଜନଗଣନାରେ ଓବିସିକୁ ସାମିଲ କରାଯାଉ ବୋଲି ବି ସେ କହିଛନ୍ତି।

ବିଜେଡି ରାଜ୍ୟରେ ବିଧାନ ପରିଷଦ ଗଠନ ଦାବିକୁ ଦୋହରାଇବ ବୋଲି ସେ ସୂଚନା ଦେଇଛନ୍ତି। ଏହାଛଡ଼ା ମହାନଦୀ ଓ ପୋଲାଭରମ୍ ପ୍ରସଙ୍ଗ ବି ସଂସଦରେ ବିଜେଡି ଉଠାଇବ ବୋଲି ସାଂସଦ ପିନାକୀ ମିଶ୍ର ପ୍ରକାଶ କରିଛନ୍ତି । ଏହି ବୈଠକରେ ଓଡ଼ିଶାର ଜିଏସଟି କ୍ଷତି ଭରଣା ଦାବି ପ୍ରସଙ୍ଗ ମଧ୍ୟ ଆଲୋଚନା ହୋଇଛି । ରେଳ ବଜେଟରେ ଓଡ଼ିଶାକୁ ଅଧିକ ଅର୍ଥ ମିଳିବା ନେଇ ବିଜେଡି ଆଶାବାଦୀ ବୋଲି ସାଂସଦ ପିନାକୀ ମିଶ୍ର କହିଛନ୍ତି। କିନ୍ତୁ କ୍ଲିନ୍ ଏନର୍ଜି ସେସ୍ ଦାବି କରିଛି ଦଳ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe