ବୀରମହାରାଜପୁର ପାଇଁ ଘୋଷଣା ହୋଇନି ବିଜେଡି ପ୍ରାର୍ଥୀ, ମଧ୍ୟପ୍ରଦେଶରୁ ପହଞ୍ଚିଲା ପ୍ରଚାର ଗାଡ଼ି

ବୀରମହାରାଜପୁର ପାଇଁ ଘୋଷଣା ହୋଇନି ବିଜେଡି ପ୍ରାର୍ଥୀ, ମଧ୍ୟପ୍ରଦେଶରୁ ପହଞ୍ଚିଲା ପ୍ରଚାର ଗାଡ଼ି

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ପାଇଁ କେବଳ ବିଜେପି ରଘୁନାଥ ଜଗଦଲାଙ୍କୁ ପ୍ରାର୍ଥୀ କରିଛି। ଏପର୍ଯ୍ୟନ୍ତ ବିଜେଡ଼ି ଓ କଂଗ୍ରେସ ଦଳୀୟ ପ୍ରାର୍ଥୀ ଘୋଷଣା କରିନାହିଁ। କିନ୍ତୁ ବିଜେଡ଼ିର ଏକ ପ୍ରଚାର ଗାଡି ଏବଂ ବଡ଼ ଏଲିଡି ଲାଗିଥିବା ଭ୍ୟାନ୍‌ ବୀରମହାରାଜପୁର ଟ୍ୟାକ୍ସିଷ୍ଟାଣ୍ଡରେ ରହିଛି, ଯାହାର ନମ୍ବର ହେଉଛି ଏମପି ୦୪ଜେର୍ଡେଜି ୫୩୮୦। ଅର୍ଥାତ ଭ୍ୟାନ୍‌ଟି ମଧ୍ୟପ୍ରଦେଶରୁ ନିର୍ବାଚନ ପ୍ରଚାର ପାଇଁ ଆସିଛି, ଯେଉଁଥିରେ ବିଜେଡ଼ିର‌ ବିଭିନ୍ନ ସଫଳତା କଥା ଲେଖା ହୋଇଛି।

ଏହି ଗାଡିକୁ ଦେଖି ସାଧାରଣରେ ଆଲୋଚନା ହେଉଛି ଯଦିଓ ଦଳିୟ ଟିକେଟ୍ ଘୋଷଣା କରିନଥିଲେ ମଧ୍ୟ ପ୍ରଚାର ପାଇଁ ରାଜ୍ୟ ବିଜେଡ଼ି ଆଗରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe