ଅକ୍ଟୋବର ୨୨ରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ବାରିପଦାରେ ବିଜେଡିର ବ୍ୟାପକ ପ୍ରସ୍ତୁତି

Advertisment

ପୂର୍ବତନ ନଗରପାଳ କୃଷ୍ଣାନନ୍ଦ ମହାନ୍ତି ବାରିପଦା ଟାଉନ୍ ବିଜେଡି ସଭାପତି ନିଯୁକ୍ତ

ପୂର୍ବତନ ନଗରପାଳ କୃଷ୍ଣାନନ୍ଦ ମହାନ୍ତି ବାରିପଦା ଟାଉନ୍ ବିଜେଡି ସଭାପତି ନିଯୁକ୍ତ

ଲୋକସେବାରେ ନବୀନଙ୍କ ୨୫ବର୍ଷ ପୂର୍ତ୍ତି: ଆଜି ନବୀନ ପାଇବେ ‘ଜୀବନବ୍ୟାପୀ ସାଧନା ସମ୍ମାନ’

Telegraph India

ବାରିପଦା: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବାରିପଦା ବିଜେଡିରେ ଦେଖିବାକୁ ମିଳିଛି ବ୍ୟାପକ ତତ୍ପରତା। ଏହି ଗସ୍ତକୁ ସଫଳ କରିବା ତଥା ରାଜ୍ୟର ଏକାଧିକ ମନ୍ତ୍ରୀ ବାରିପଦା ପୌରପାଳିକାର ବିଭିନ୍ନ ୱାର୍ଡରେ ବାଣ୍ଟିବାକୁ ଥିବା ସ୍ମାର୍ଟ ହେଲ୍ଥ କାର୍ଡ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଜି ବାରିପଦାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଜେଡିର ଯୁବ, ଛାତ୍ର, ମହିଳା ତଥା ବହୁ ବରିଷ୍ଠ ନେତୃମଣ୍ଡଳୀ ଏହି ବୈଠକରେ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମକୁ ପ୍ରଭାବୀ କରିବା ପାଇଁ ଦଳ ପକ୍ଷରୁ ପୂର୍ବତନ ନଗରପାଳ ତଥା ମୋରଡ଼ା ନିର୍ବାଚନମଣ୍ଡଳୀ ସଂଯୋଜକ କୃଷ୍ଣାନନ୍ଦ ମହାନ୍ତିଙ୍କୁ ବ‌ିଜେଡି ବାରିପଦା ପୌରପାଳିକା ଟାଉନ୍ ସଭାପତି ଭାବେ ନିଯୁକ୍ତ କରାଯାଇଛି। ଏହା ଫଳରେ ଶ୍ରୀ ମହାନ୍ତିଙ୍କ ନେତୃତ୍ବରେ ବାରିପଦାରେ ଦଳୀୟ କାର୍ଯ୍ୟକ୍ରମକୁ ଆହୁରି ଅଧିକ ସଂଗଠିତ କରାଯାଇପାରିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ସେହିପରି ବିଜେପି ପକ୍ଷରୁ ହେଲ୍ଥ କାର୍ଡକୁ ନେଇ ହୋଇଥିବା ଅଭିଯୋଗକୁ ମଧ୍ୟ ଦଳ ପକ୍ଷରୁ ଖଣ୍ଡନ କରାଯାଇଛି। ଏହା କେବଳ ଔଷଧ ବିକଳରେ ତାଟିଆ କାମୁଡ଼ିବା ସଦୃଶ ବୋଲି ନବନିଯୁକ୍ତ ଟାଉନ୍ ସଭାପତି କୃଷ୍ଣାନନ୍ଦ ମହାନ୍ତି ପ୍ରକାଶ କରିଛନ୍ତି।

publive-image

ତେବେ ଆସନ୍ତା ୨୨ରେ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଯେପରି ସରସ ସୁନ୍ଦର ହେବ ସେନେଇ ସମସ୍ତେ ଯତ୍ନବାନ ହେବାକୁ ବୈଠକରେ ମତପ୍ରକାଶ ପାଇଥିଲା। ଏହି ଅବସରରେ ଉପସ୍ଥିତ ଦଳୀୟ ନେତା ଏବଂ କର୍ମୀଙ୍କୁ ଗସ୍ତ ଅବସରରେ ଦାୟିତ୍ବ ବଣ୍ଟନ କରାଯାଇଥିଲା। ଏହି ବୈଠକରେ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ଦେବାଶିଷ ମାର୍ଣ୍ଡି, କୃଷ୍ଣାନନ୍ଦ ମହାନ୍ତି, ଜିଲ୍ଲା ଛାତ୍ର ସଭାପତି ସୁନୀଲ କୁମାର ନାୟକ ପ୍ରମୁଖଙ୍କ ସମେତ ପୂର୍ବତନ କାଉନସିଲର, ନାରୀନେତ୍ରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe