ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପ୍ରତିବାଦରେ ୬ ଘଣ୍ଟିଆ ବନ୍ଦ ପାଇଁ ବିଜେଡ଼ିର ପ୍ରସ୍ତୁତି

ବହୁ ଚର୍ଚ୍ଚିତ ବଳଙ୍ଗା ନାବାଳିକା ପୋଡ଼ି ମାରିବା ଉଦ୍ୟମ ଓ ଚିକିତ୍ସାଧୀନ ଅବସ୍ଥାରେ ରହସ୍ୟ ଜନକ ଭାବେ ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ରାଜ୍ୟରେ ଚର୍ଚ୍ଚା ହେଉଥିବା ବେଳେ ଆସନ୍ତା ୭ତାରିଖରେ ବିଜେଡି ପକ୍ଷରୁ ୬ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ସଫଳ କରିବା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି...

BJD prepares for 6-hour shutdown to protest death of Balanga patient

BJD prepares for 6-hour shutdown to protest death of Balanga patient Photograph: (sambad.in)

ବାମନାଳ: ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ଅଞ୍ଚଳର ଏକ ଘରୋଇ କଲ୍ୟାଣ ମଣ୍ଡପରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପ୍ରତିବାଦରେ ଆସନ୍ତା ୭ ତାରିଖରେ ପୁରୀ ଜିଲ୍ଲାରେ ବିଜେଡି ଦେଇଥିବା ୬ ଘଣ୍ଟିଆ ବନ୍ଦ ଡାକରାକୁ ସଫଳ କରିବା ପାଇଁ ଜିଲ୍ଲା ସଭାପତି ତଥା ପ୍ରାକ୍ତନ ବିଧାୟକ ଉମା ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ବହୁ ଚର୍ଚ୍ଚିତ ବଳଙ୍ଗା ନାବାଳିକା ପୋଡ଼ି ମାରିବା ଉଦ୍ୟମ ଓ ଚିକିତ୍ସାଧୀନ ଅବସ୍ଥାରେ ରହସ୍ୟ ଜନକ ଭାବେ ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ରାଜ୍ୟରେ ଚର୍ଚ୍ଚା ହେଉଥିବା ବେଳେ ଆସନ୍ତା ୭ତାରିଖରେ ବିଜେଡି ପକ୍ଷରୁ ୬ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ସଫଳ କରିବା ନିମନ୍ତେ ଆଜି ପୁରୀ ଜିଲ୍ଲା ସଭାପତି ଉମା ସାମନ୍ତରାୟଙ୍କ ନେତୃତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି।

ପୀଡ଼ିତାଙ୍କ ପ୍ରତି ସରକାର ଯେଉଁ ଅନ୍ୟାୟ କରିଛନ୍ତି ତାର ଘୋର ପ୍ରତିବାଦ ଆମକୁ ହିଁ କରିବାକୁ ପଡ଼ିବ ବୋଲି ସେ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସୁବ୍ରତ ଛାଟୋଇ, କସ୍ତୁରୀବାଳା ସ୍ବାଇଁ,ଗୋପ ବ୍ଲକ ଅଧ୍ୟକ୍ଷ ଝୁନୁ ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟ କୁଞ୍ଜଲତା ସାମଲ, କାଉନସିଲର ଧନୁର୍ଦ୍ଧର ଦାସ, ସତ୍ୟବାଦୀ ମହାପାତ୍ର, ନିରଞ୍ଜନ ମହାପାତ୍ର, ମାନସ ପ୍ରଧାନ , ଦିଲ୍ଲୀପ ପାତ୍ର,ଗଙ୍ଗାଧର ଜେନା ପ୍ରମୁଖ ଯୋଗ ଦେଇଥିବାବେଳେ ଶତାଧିକ କର୍ମୀ ଉପସ୍ଥିତ ଥିଲେ।

 puri | balanga victim | BJD

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe