ବିଜେଡିର ପରିବାର ସମ୍ପର୍କ ଅଭିଯାନ: ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ ଶୁଭାରମ୍ଭ

ବିଜେଡିର ପରିବାର ସମ୍ପର୍କ ଅଭିଯାନ: ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ ଶୁଭାରମ୍ଭ

ଘୁ.ଉଦୟଗିରି: ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଜାନୁଆରି ୨୩ ତାରିଖ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ଦିନ ଠାରୁ ଓଡ଼ିଶାର କୋଣ ଅନୁକୋଣରେ ପରିବାର ସମ୍ପର୍କ ଅଭିଯାନ ବା "ଘରେ ଘରେ ଶଙ୍ଖ" କାର୍ଯ୍ୟକ୍ରମ ଶୁଭାରମ୍ଭ  ହୋଇଥିବା ବେଳେ ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଏହି କାର୍ଯ୍ୟକ୍ରମ ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ନମ୍ବର ୧ ପଦାସାହି ଠାରୁ ଆଜି ଆରମ୍ଭ ହୋଇଛି। ଏହି ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମକୁ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ ଶୁଭାରମ୍ଭ କରିଥିବା ବେଳେ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ କ୍ଳେଶ ପ୍ରଧାନ,ଏନଏସି ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମିତା  ଶତପଥି, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, କାଉନସିଲର ମୋନାଲିସା ଦଳବେହେରା, ସିଦ୍ଧେଶ୍ବରୀ ନାୟକ, ଭାରତୀ ବେହେରା, ଲକ୍ଷ୍ମୀପ୍ରିୟା ପରିଚ୍ଛା, ଲିପିକା ପ୍ରଧାନ, ନନ୍ଦିତା ପ୍ରଧାନ, ଦୀପକ କୁମାର ନାୟକ ସଂଜୀବ ପାତ୍ର, ନଗର ସଭାପତି ଗୋପାଳ କୃଷ୍ଣ ମହାପାତ୍ର, ବିଧାୟକ ପ୍ରତିନିଧି ଅନିଲ ଦଳବେହେରା, ଏମ.ଡି ଆଲମସ, ଚିନ୍ମୟ କୁମାର ସେଠୀ, ପଞ୍ଚାନନ ପ୍ରଧାନ, ଶଙ୍କର କୁମାର ବାଘଙ୍କ ସମେତ ଦଳୀୟ କର୍ମକର୍ତ୍ତା ଓ ପଦାସାହି ଗ୍ରାମବାସୀଙ୍କ ଉପସ୍ଥିତିରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟରେ ଶାସନାଧୀନ ବିଜୁ ଜନତା ଦଳର ଜନ କଲ୍ୟାଣ ଯୋଜନା ବିଷୟରେ ପ୍ରତ୍ୟେକ ଘରେ କହିବା ସହ ଉକ୍ତ ଘର ସଦସ୍ୟଙ୍କୁ ବିଜୁ ପରିବାର ସହ ଯୋଡ଼ି ଘରେଘରେ ଶଙ୍ଖ ଷ୍ଟିକର ଲଗାଯାଇଥିଲା।  ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ ୱାର୍ଡ଼ରେ ଆସନ୍ତା ମାର୍ଚ୍ଚ ୫ ତାରିଖ ବିଜୁ ଜୟନ୍ତୀ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe