ଏନଏସି ଦାବିରେ ବିଜେଡିର ୬ଘଣ୍ଟିଆ ବେଗୁନିଆ ବନ୍ଦ୍‌ ଡାକରା

ଏନଏସି ପାଇଁ ବେଗୁନିଆ ଯୋଗ୍ୟ ଥିବାବେଳେ ସରକାରଙ୍କ ଟାଳଟୁଳ ନୀତି ପାଇଁ ବେଗୁନିଆ ବାଦ ପଡିଛି। ଫଳରେ ବିଜୁ ଜନତା ଦଳ ପକ୍ଷରୁ ବେଗୁନିଆ ଏନଏଏସି ଦାବି ନେଇ ଶୁକ୍ରବାର ୬ ଘଣ୍ଟିଆ ବନ୍ଦ  ଡାକରା ଦିଆଯାଇଛି।

New Project (38)

ବେଗୁନିଆ: ଗତ ଅଗଷ୍ଟ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ୧୨ଟି ଏନଏସି ଘୋଷଣା କରିଥିଲେ। ସେଥିରେ ବେଗୁନିଆ ନାଁ ନାହିଁ। ବିଗତ ବିଜେଡି ସରକାର ଅମଳରେ  ୨୦୨୪ ମସିହାରେ ବେଗୁନିଆକୁ ଏନଏସି ଘୋଷଣା କରାଯାଇଥିଲା। ଏନଏସି ପାଇଁ ବେଗୁନିଆ ଯୋଗ୍ୟ ଥିବାବେଳେ ସରକାରଙ୍କ ଟାଳଟୁଳ ନୀତି ପାଇଁ ବେଗୁନିଆ ବାଦ ପଡିଛି। ଫଳରେ ବିଜୁ ଜନତା ଦଳ ପକ୍ଷରୁ ବେଗୁନିଆ ଏନଏସି ଦାବି ନେଇ ଶୁକ୍ରବାର ୬ ଘଣ୍ଟିଆ ବନ୍ଦ  ଡାକରା ଦିଆଯାଇଛି।

ପ୍ରବଳ ବର୍ଷା ସତ୍ତ୍ବେ ବିଜେଡି ଦଳର ବିଧାୟକ, ଅଧକ୍ଷ, ପଞ୍ଚାୟତସ୍ତରୀୟ ନେତା, ଛାମୁଆ କର୍ମୀ, ବିଭିନ୍ନ ସଙ୍ଘଠନର କର୍ମକର୍ତ୍ତା ପୋଷ୍ଟ ଅଫିସ ଛକରେ ଏକତ୍ରିତ ହୋଇଥିଲେ। ପରେ ଏକ ଶୋଭାଯାତ୍ରାରେ ବାହାରି ଏନଏସି ଆମର ନ୍ୟାର୍ଯ୍ୟ ଦାବି, ବେଗୁନିଆ ପ୍ରତି ବୈମାତୃକ ମନ ଭାବ ଚଳିବ ନାହିଁ, ତୁରନ୍ତ ଏନଏସି ଘୋଷଣା ଆଦି ବିଭିନ୍ନ ନାରା ଦେଇ ଦୁର୍ଗାମଣ୍ଡପ ଛକ,ବ୍ୟାଙ୍କଛକ, ଥାନା ଛକ ଦେଇ  ବ୍ଲକ କାର୍ଯ୍ୟାଳୟ ନିକଟରେ ପହଁଚିଥିଲେ।

ସରକାରଙ୍କ ଉଦ୍ଦେଶ୍ୟରେ ବେଗୁନିଆ ବିଡ଼ିଓଙ୍କୁ ଏକ  ସ୍ମାରକପତ୍ର ପ୍ରଦାନ କରାଯାଇଛି। ୬ଘଣ୍ଟିଆ ବନ୍ଦ ପାଳନ ବେଳେ ଦୋକାନ ବଜାର ସ୍ୱତଃପର୍ବୃତ୍ତ ଭାବେ ବନ୍ଦ ଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ବେଗୁନିଆକୁ ଏନଏସି ଘୋଷଣା କରାନଗଲେ ଆଗାମୀ ଦିନରେ ଏହି ଆନ୍ଦୋନଳକୁ ଆହୁରି ତୀବ୍ର କରାଯିବ ବୋଲି ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe