ପ୍ରଧାନମନ୍ତ୍ରୀ ଫସଲ ବୀମା: କେନ୍ଦ୍ର ଉପରେ ଦୋଷ ଲଦିଲା ବିଜେଡି

Advertisment

ଆଜି ରାଜଭବନ, ସବୁ ଜିଲ୍ଲାରେ ବିଜେଡିର ବିକ୍ଷୋଭ

ଆଜି ରାଜଭବନ, ସବୁ ଜିଲ୍ଲାରେ ବିଜେଡିର ବିକ୍ଷୋଭ

କେନ୍ଦ୍ରମନ୍ତ୍ରୀଙ୍କ ଘୋଷଣାକୁ ମାସେ ବିତିଲା: ପ୍ରଧାନମନ୍ତ୍ରୀ ଫସଲ ବୀମା, ୩୦ କୋଟି ଏବେ ବି ବାକି

ଭୁବନେଶ୍ବର/ବରଗଡ଼ : ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ବିଜେପି ସୋମବାର ନବୀନ ନିବାସ ଘେରାଉ କରିବାକୁ ଘୋଷଣା କରିଥିବାବେଳେ ବିଜେଡି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଓଡ଼ିଶା ଚାଷୀଙ୍କୁ ହତାଦାର କରାଯାଉଥିବା ଅଭିଯୋଗରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ନିଷ୍ପତ୍ତି ନେଇଛି।

ରବିବାର ଦିନ ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା ବିଜେଡି ସଭାପତି ସ୍ନେହାଙ୍ଗିନୀ ଛୁରିଆ ଏବଂ ଓଡ଼ିଶା କୋଠାବାଡ଼ି ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟର ଲକ୍ଷଲକ୍ଷ ଚାଷୀଙ୍କୁ ବୀମା ରାଶି ପାଇବାରୁ ବଞ୍ଚିତ କରି ବୀମା କମ୍ପାନିଗୁଡ଼ିକ ସମୟ ଗଡ଼ାଇ ଚାଲିଛନ୍ତି। ଯେଉଁଥିପାଇଁ ରାଜ୍ୟର ଗରିବ କ୍ଷତିଗ୍ରସ୍ତ ଚାଷୀମାନେ ୫୦୦କୋଟି ଟଙ୍କାର ବକେୟା ବୀମା ରାଶି ନପାଇ ଘୋର୍‌ ଦୁର୍ଦ୍ଦଶାରେ ଅଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଗତ ଅଗଷ୍ଟ ୨୮ରେ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମଧ୍ୟ କେନ୍ଦ୍ର ସରକାର ନିରବଦ୍ରଷ୍ଟା ସାଜିଛନ୍ତି। ଏହାକୁ ପ୍ରତିବାଦ କରି ବିଜେଡି ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କେନ୍ଦ୍ର ସରକାରଙ୍କ ଏକ ଯୋଜନା। ତେଣୁ ବୀମା କମ୍ପାନିଗୁଡ଼ିକ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଚାଷରେ କ୍ଷତି ସହିଥିବା ଗରିବ ଚାଷୀଙ୍କୁ ଯଥା ସମୟରେ ବୀମା ରାଶି ପ୍ରଦାନ ନିଶ୍ଚିତ କରିବା ଏବଂ ତାଙ୍କ ପ୍ରତି ନ୍ୟାୟ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ବ। କିନ୍ତୁ ଚାଷୀଙ୍କୁ ବୀମା ରାଶି ମିଳୁନଥିବାବେଳେ କେନ୍ଦ୍ର ସରକାର ନିରବ ହୋଇ ବସିଛନ୍ତି। ଫଳରେ ରାଜ୍ୟର ବିଶେଷ କରି ପଶ୍ଚିମ ଓଡ଼ିଶାର ଲକ୍ଷଲକ୍ଷ ଚାଷୀ କଷ୍ଟରେ ଅଛନ୍ତି।

ଅପର ପକ୍ଷେ ରାଜ୍ୟର ଲକ୍ଷଲକ୍ଷ ଚାଷୀ କିପରି ଏହି ଯୋଜନାରୁ ସୁଫଳ ପାଇବେ ସେଥିପାଇଁ ରାଜ୍ୟ ସରକାର ଜାତୀୟ ଫସଲ ବୀମା ପୋର୍ଟାଲ ସହ ରାଜ୍ୟ ଲ୍ୟାଣ୍ଡ୍‌ ରେକର୍ଡ ପୋର୍ଟାଲକୁ ସଂଯୋଗ କରିଛନ୍ତି। ସିସିଇ-ଏଗ୍ରି ଆପ୍ ଜରିଆରେ କ୍ରପ୍ କଟିଂ ଏକ୍ସପେରିମେଣ୍ଟ ଡାଟା ସଂଗ୍ରହ କରାଯାଇଛି। କୃଷି ଫସଲ ବୀମା ମନିଟରିଂ ମଡ୍ୟୁଲକୁ ଉନ୍ନତ କରାଯାଇଛି। ଏହାସହ ରାଜ୍ୟ ସରକାର ଫସଲ ବୀମା ପ୍ରିମିୟମ୍ ସବ୍‌ସିଡିର ନିଜ ଭାଗ ନିୟମିତ ପ୍ରଦାନ କରୁଛନ୍ତି। ହେଲେ ଏତେ ସବୁ ପଦକ୍ଷେପ ନେବା ସତ୍ତ୍ବେ ବୀମା କମ୍ପାନିଗୁଡ଼ିକ ରାଜ୍ୟର ଲକ୍ଷଲକ୍ଷ ଚାଷୀ ବିଶେଷକରି ପଶ୍ଚିମ ଓଡ଼ିଶାର ଚାଷୀଙ୍କୁ ଏଯାଏଁ ସେମାନଙ୍କ ପ୍ରାପ୍ୟ ୫୦୦କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଫସଲ ବୀମା ରାଶି ପ୍ରଦାନ କରୁନାହାନ୍ତି। ତେଣୁ ଚାଷୀଙ୍କ ସ୍ବାର୍ଥ ପାଇଁ ବିଜେଡି ରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି ବୋଲି ଶ୍ରୀମତୀ ଛୁରିଆ ଏବଂ ଶ୍ରୀମତୀ ମିଶ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe