ବିଜେଡିର କଟାକ୍ଷ : ଚାଷୀ ଅସନ୍ତୋଷ ବିଷୟରେ କହିଥିଲେ ଭଲ ହୋଇଥାନ୍ତା

Advertisment
ଜଗଦ୍ଦେବ ବିଜେଡିରେ ନାହାନ୍ତି, ଦୃଢ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ: ବିଜେଡି

YouTube

ଭୁବନେଶ୍ୱର : ବିଜେପିର ନୂଆ ପ୍ରଭାରୀ ଡି ପୁରନ୍ଦେଶ୍ବରୀ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କଲା ପରେ ତାହାର ଜବାବ ରଖିଛି ବିଜେଡି। ଚାଷୀଙ୍କ ପ୍ରସଙ୍ଗରେ ସେ ଅଧିକ କହିଥିଲେ ଭଲ ହୋଇଥା’ନ୍ତା ବୋଲି ବିଜେଡି କଟାକ୍ଷ କରିଛି। ବିଶେଷ କରି ଏମ୍‌ଏସ୍‌ପି ବୃଦ୍ଧି ନେଇ ୨୦୧୭ ମାର୍ଚ୍ଚରେ ଓଡ଼ିଶା ବିଧାନସଭାରେ ପାରିତ ହୋଇଥିବା ସଂକଳ୍ପ ଉପରେ ବିଜେପି ପ୍ରଭାରୀ କିଛି କହିବାର ଥିଲା ବୋଲି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି।

ଶ୍ରୀ ପାତ୍ର କହିଛନ୍ତି ଯେ ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନରେ ବିଜେପିର ପରାଜୟ ପରେ ଦଳର କର୍ମୀ ଓ ନେତାମାନଙ୍କୁ ଉତ୍ସାହିତ କରିବାକୁ ଡି ପୁରନ୍ଦେଶ୍ବରୀ ଓଡ଼ିଶା ଆସିଥିଲେ। ନିର୍ଦ୍ଦିଷ୍ଟ ଭା‌େବ ବାଲେଶ୍ବରରେ ପରାଜୟ ଦଳକୁ ସମ୍ପୂର୍ଣ୍ଣ ଭାବେ ହତୋତ୍ସାହ କରିଛି। ତାଙ୍କ ନିଜ ଦଳର ବିଧାୟକ ବିଷ୍ଣୁ ସେଠୀ ଗତକାଲି ଜଣେ ମହିଳା ସାମାଜିକ କର୍ମୀଙ୍କୁ ଖରାପ ବ୍ୟବହାର କରିଥିବା ସମ୍ପର୍କରେ ପ୍ରଭାରୀ ବୋଧହୁଏ ଅବଗତ ନାହାନ୍ତି। ଅତୀତରେ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାରେ ରାଜନେତା ଜୟରାମ ପାଙ୍ଗୀଙ୍କ ଭୂମିକା ନେଇ ବିଜେପି ବହୁବାର ଆନ୍ଦୋଳନ କରି ସିବିଆଇ ତଦନ୍ତ ଦାବି କରିଥିଲା। କିନ୍ତୁ ଶ୍ରୀ ପାଙ୍ଗୀ ବିଜେପିରେ ଯୋଗ ଦେଲା ପରେ ଦଳ ତାଙ୍କୁ ସ୍ବାଗତ କଲା ଓ ନିର୍ବାଚନରେ ଦଳୀୟ ଟିକେଟ୍‌ ବି ଦେଲା। ଓଡ଼ିଶା ବିଜେପି ବୋଧହୁଏ ଏ ସମ୍ପର୍କରେ ନୂଆ ପ୍ରଭାରୀଙ୍କୁ ଅବଗତ କରାଇ ନାହିଁ। କେନ୍ଦ୍ରରେ ବିଜେପି ନେତୃତ୍ବରେ ଚାଲିଥିବା ସରକାର ଓଡ଼ିଶାକୁ ଆବାସ ଯୋଜନାରେ ଅଧିକ ଘର ନିର୍ମାଣ ପାଇଁ ୫ଟି ପୁରସ୍କାର ପ୍ରଦାନ କରିଛନ୍ତି। ଲୋକଙ୍କୁ ବିଭ୍ରାନ୍ତ କରି ଶ୍ରୀମତୀ ପୁରନ୍ଦେଶ୍ବରୀ ତାଙ୍କ ଦଳର ଆତ୍ମବିଶ୍ବାସ ବୃଦ୍ଧି କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରିଛନ୍ତି। କିନ୍ତୁ ଓଡ଼ିଶାବାସୀଙ୍କ ଉପରେ ଏପରି ମିଛର କୌଣସି ପ୍ରଭାବ ପଡ଼ିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe