ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିର ପାଣ୍ଠି ପ୍ରସଙ୍ଗରେ ବିଜୟ ମହାପାତ୍ରଙ୍କ ବୟାନକୁ ବିରୋଧ କଲା ବିଜେଡି

ସର୍ବଦଳୀୟ ଗୃହ କମିଟି କୋଟିଆ ଯାଉ: ବିଜୟ ମହାପାତ୍ର

New Indian Express

ଭୁବନେଶ୍ୱର: ଶ୍ରୀମନ୍ଦିର ଟଙ୍କା ୟେସ୍‌ ବ୍ୟାଙ୍କରେ ଜମା ରଖିବା ପ୍ରସଙ୍ଗରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ସରକାରଙ୍କୁ ଦାୟୀ କରି ଦେଇଥିବା ବୟାନ ପରେ ବିଜେଡି ଏହାର ଜବାବ ଦେଇଛି। ବିଜେଡି କହିଛି, ବିଜୟ ମହାପାତ୍ର ଶସ୍ତା ରାଜନୀତି କରନ୍ତୁ ନାହିଁ । ବିଜୟ ବାବୁ ସିଡ୍ୟୁଲ ବ୍ୟାଙ୍କର ଗାଇଡଲାଇନ୍‌ ପଢ଼ନ୍ତୁ। ସମାଲୋଚନା କରିବା ବିଜୟ ମହାପାତ୍ରଙ୍କ ନୀତିଗତ ଅଭ୍ୟାସ। କେନ୍ଦ୍ର ଅର୍ଥମନ୍ତ୍ରୀ ୟେସ୍‌ ବ୍ୟାଙ୍କରେ ଟଙ୍କା ସୁରକ୍ଷିତ ଅଛି ବୋଲି କହିଛନ୍ତି। କେନ୍ଦ୍ର ସରକାରଙ୍କ ମନ୍ତବ୍ୟ ଠିକ୍‌ ନା ରିଜର୍ଭ ବ୍ୟାଙ୍କର ମନ୍ତବ୍ୟ ଠିକ୍‌ ବୋଲି ପ୍ରଶ୍ନ ଉଠାଇଛି ବିଜେଡି। ଏ ପ୍ରସଙ୍ଗକୁ ନେଇ ଶସ୍ତା ରାଜନୀତି କରନ୍ତୁ ନାହିଁ ବୋଲି ମତ ରଖିଛି ବିଜେଡି।

ୟେସ ବ୍ୟାଙ୍କରେ ଜଗନ୍ନାଥ ଟଙ୍କା ରହିବା ନେଇ ପୁଣି ମୁହଁ ଖୋଲିଛନ୍ତି ବିଜେପି ନେତା ବିଜୟ ମହାପାତ୍ର । ସେ ଅଭିଯୋଗ କରିଛନ୍ତି, ସବୁ କାରବାର ସରକାରଙ୍କ ଜାଣତରେ ହୋଇଥିବାରୁ ସରକାର ସ୍ପଷ୍ଟୀକରଣ ଦେଉନାହାନ୍ତି ।  ୨୦୧୫ରେ  ଅଡିଟର ଜେନେରାଲ୍  ଜଣାଇଥିଲେ ଯେ ଜଗନ୍ନାଥଙ୍କ ପାଣ୍ଠିରେ ଅନେକ ଅନିୟମିତତା ହୋଇଛି । ସରକାର କାହିଁକି ୫ ବର୍ଷ ଧରି ଚୁପି ବସିଲେ । ଗଜପତି ମହାରାଜ ଓ ପରିଚାଳନା କମିଟି ମଧ୍ୟ ଜାଣିନାହାନ୍ତି । ପରିଚାଳନା କମିଟିର ସଦସ୍ୟ ଓ ଦୁଇଜଣ ସରକାରୀ କର୍ମଚାରୀ ଏ କାମ କରିଛନ୍ତି ବୋଲି କହିଛନ୍ତି ବିଜୟ ମହାପାତ୍ର ।

ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଫେରାଇ ଦେବା ପାଇଁ କେନ୍ଦ୍ର ସରକାରକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର । ୟେସ୍ ବ୍ୟାଙ୍କରୁ ଟଙ୍କା ରିଲିଜ୍ କରିବା ପାଇଁ ଆରବିଆଇ ଅନୁମତି ଦେଉ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଓଡ଼ିଶା ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ । ନିରଂଜନ ଲେଖିଛନ୍ତି, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ହିନ୍ଦୁମାନଙ୍କ ପାଇଁ ଏକ ପ୍ରମୁଖ ତୀର୍ଥସ୍ଥଳୀ । ପରିଚାଳନା କମିଟିର ପରାମର୍ଶ କ୍ରମେ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଏହା ପରିଚାଳିତ ହୋଇଥାଏ । ଶ୍ରୀଜଗନ୍ନାଥ ମନ୍ଦିରର ଫାଉଣ୍ଡେସନ୍ ଫଣ୍ଡ, କର୍ପସ ଫଣ୍ଡ ଓ ଟେମ୍ପଲ ଫଣ୍ଡରୁ ୫୪୫ କୋଟି ଟଙ୍କା ୟେସ୍ ବ୍ୟାଙ୍କରେ ଟିଡିଆର ବା ଟର୍ମ ଡିପୋଜିଟ୍ ରିସିପ୍ଟ ଆକାରରେ ଜମା ରଖାଯାଇଛି, ଯାହା ଏହି ମାର୍ଚ୍ଚ ମାସରେ ପରିପକ୍ୱ ହୋଇଥାନ୍ତା । ଏବେ ୟେସ୍ ବ୍ୟାଙ୍କରୁ ଟଙ୍କା ଉଠାଣରେ ଆରବିଆଇ କଟକଣା ଜାରି କରିଥିବାରୁ ସମସ୍ୟା ସୃଷ୍ଟି ହୋଇଛି । ଜଗନ୍ନାଥଙ୍କ ଜମା ଟଙ୍କା ଫେରାଇବାକୁ ଆରବିଆଇ ଅନୁମତି ଦେବା ପାଇଁ ନିର୍ଦ୍ଦେଶ ଦେବାକୁ ନିର୍ମଳା ସୀତାରମଣଙ୍କୁ ଅନୁରୋଧ କରିଛନ୍ତି ନିରଂଜନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe