ବାଚସ୍ପତିଙ୍କ ବୟାନକୁ ନେଇ ଘେରିଲା ବିଜେଡି

Advertisment

ଆସନ୍ତା ଫେବ୍ରୁଆରି ୧୩ରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ। ହେଲେ ଏବେଠୁ ବିଧାନସଭା ଗୃହ ପରିଚାଳନା ନେଇ ବାଚସ୍ପତି ଓ ବିରୋଧୀ ବିଜେଡି ମଧ୍ୟରେ ବୟାନବାଜି ଆରମ୍ଭ ହୋଇଯାଇଛି।

ଆସନ୍ତା ଫେବ୍ରୁଆରି ୧୩ରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ। ହେଲେ ଏବେଠୁ ବିଧାନସଭା ଗୃହ ପରିଚାଳନା ନେଇ ବାଚସ୍ପତି ଓ ବିରୋଧୀ ବିଜେଡି ମଧ୍ୟରେ ବୟାନବାଜି ଆରମ୍ଭ ହୋଇଯାଇଛି।

Ganjam district panchayat representative joined BJD

Ganjam district panchayat representative joined BJD

ଭୁବନେଶ୍ବର: ଆସନ୍ତା ଫେବ୍ରୁଆରି ୧୩ରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ। ହେଲେ ଏବେଠୁ ବିଧାନସଭା ଗୃହ ପରିଚାଳନା ନେଇ ବାଚସ୍ପତି ଓ ବିରୋଧୀ ବିଜେଡି ମଧ୍ୟରେ ବୟାନବାଜି ଆରମ୍ଭ ହୋଇଯାଇଛି। ବାଚସ୍ପତି ଆଜି ଗଣମାଧ୍ୟମକୁ କହିଛନ୍ତି, ଆସନ୍ତା ଅଧିବେଶନରେ ସରକାରୀ ଦଳ ବଜେଟ ଉପସ୍ଥାପନ କରିବେ। ବିରୋଧୀ ଦଳଙ୍କର ଯଦି କୌଣସି ବିଷୟ ଉପସ୍ଥାପନ କରିବାର ଅଛି,  ତେବେ ଗଠନମୂଳକ ପରାମର୍ଶ ଦେଲେ, ତାହା ନିଶ୍ଚିତ ଭାବେ ଉପାଦେୟ ହେବ। ଯଦି ବିରୋଧୀ ଦଳର ବିଧାୟକମାନେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରନ୍ତି, ତେବେ ତାକୁ ବରଦାସ୍ତ କରାଯିବ ନାହିଁ। ବିରୋଧୀ ଦଳର ନେତାମାନେ ଗଠନ ମୂଳକ ପରାମର୍ଶ ଦିଅନ୍ତୁ। ବିରୋଧୀ ଦଳର ଭୂମିକା ନିଭାନ୍ତୁ।

ବିରୋଧୀ ଦଳର ବିଶୃଙ୍ଖଳିତ ଆଚରଣ ବରଦାସ୍ତ କରାଯିବନି: ବାଚସ୍ପତି
ବାଚସ୍ପତିଙ୍କ ଧମକ କିଛି ପ୍ରଭାବ ପକାଇବନି: ବିଜେଡି

ଏହାପରେ ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ବର୍ତ୍ତମାନର ବାଚସ୍ପତି ପଦ ମର୍ଯ୍ୟାଦା ରଖୁନାହାନ୍ତି। ବାଚସ୍ପତି ପଦର ଗରିମା ରହିଛି। ଏହି ପଦରେ ବସିଥିବା ବ୍ୟକ୍ତି କୌଣସି ଦଳର ପ୍ରତିନିଧିତ୍ବ କରନ୍ତି ନାହିଁ। କିନ୍ତୁ ତାଙ୍କର ଏପରି ମନ୍ତବ୍ୟ ବିଜେପି ଦଳର ମନ୍ତବ୍ୟ ପରି ମନେ ହେଉଛି। ତାଙ୍କ ମନ୍ତବ୍ୟରେ ସେ ବିରୋଧୀ ଦଳକୁ ଧମକ ଦେବା ପରି ମନେ ହେଉଛି। ହେଲେ ତାଙ୍କ ଧମକ ବିରୋଧୀ ଦଳ ଉପରେ ପ୍ରଭାବ ପକାଇବ ନାହିଁ। ଓଲଟା ବିରୋଧୀ ଦଳର ସ୍ବର ଅଧିକ ଶାଣିତ ହେବ। ଏହାସହ ସେ କହିଛନ୍ତି ଯେ ବାଚସ୍ପତି ନିଜେ ସ୍ପଷ୍ଟ କରନ୍ତୁ ଯେ‌ ସେ କେଉଁ ଦଳର। ଆମେ ଦେଖିଥିଲୁ, ସେ ବିଜେପି ଅଫିସରେ ହେଉଥିବା ଏକ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ମୁଁ ୯ମାସ ଧରି ବାଚସ୍ପତି ଥିବାବେଳେ ଶଙ୍ଖ ଭବନ କି ନବୀନ ନିବାସ ଯାଇ ନଥିଲି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe