ବାଜି ମାରିଲେ ବିଜେଡି ବିଦ୍ରୋହୀ ସୁମନ୍ତ

ବାଜି ମାରିଲେ ବିଜେଡି ବିଦ୍ରୋହୀ ସୁମନ୍ତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ପୌରପାଳିକା  ୱାର୍ଡ-୧୬ରେ ବିଜେଡିକୁ ଚକମା ଦେଖାଇ ବାଜି ମାରି ନେଇଛନ୍ତି ବିଜେଡି ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ ସୁମନ୍ତ ସାହୁ। ସୁମନ୍ତ ୪୫୫ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡିର ସୁମନ୍ତ ପଣ୍ଡା ୨୭୬ଟି ଭୋଟ୍ ପାଇଥିଲେ। ସେହିପରି ବିଜେପିର ଇକବାଲ ସିଂ ୧୯୪ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିବା ସୂଚନା ରହିଛି।

୧୯ଟି ୱାର୍ଡ ମଧ୍ୟରୁ ଏକମାତ୍ର ସ୍ବାଧୀନ ପ୍ରାର୍ଥୀ ଭାବେ ତାଙ୍କ ବିଜୟ ସହରରେ ଚର୍ଚ୍ଚାର ବିଷୟ ହୋଇଛି।  ପୂର୍ବତନ କାଉନସିଲର ଶ୍ରୀ ସାହୁ ଚଳିତ ନିର୍ବାଚନରେ ମଧ୍ୟ ଦଳୀୟ ଟିକଟ ପାଇଁ ଆଶାୟୀ ଥିଲେ। କିନ୍ତୁ  ଦଳ ତାଙ୍କୁ ବାଦ୍ ଦେଇ  ପୂର୍ବତନ ପୌର ଉପାଧ୍ୟକ୍ଷ ସୁମନ୍ତ ପଣ୍ଡାଙ୍କୁ ଏଠାରେ ପ୍ରାର୍ଥୀ କରିଥିଲା। ଶ୍ରୀ ସାହୁ ଜନ ସମର୍ଥନ ଥିବା ଦାବିରେ ଏହାକୁ  ବିରୋଧ କରି ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ପ୍ରତିଦ୍ବନ୍ଦ୍ବିତାକୁ ନେଇ ଆରମ୍ଭରୁ ବିଜେଡି ଓ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ଏପରିକି କଥା ଥାନା ପର୍ଯ୍ୟନ୍ତ ଯାଇଥିଲା। ଶେଷକୁ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶ୍ରୀ ସାହୁ ଜିତାପଟ ହାସଲ କରି ପରୋକ୍ଷରେ ନିଜ ଲୋକସମ୍ପର୍କ ଓ ଦକ୍ଷତାକୁ ସାମ୍ନାକୁ ଆଣିଥିବା ଚର୍ଚ୍ଚା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe