ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ମୃତ୍ୟୁ ଘଟଣା: ବିଜେପିର ଅଭିଯୋଗକୁ ଖଣ୍ଡନ କଲା ବିଜେଡି

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ମୃତ୍ୟୁ ଘଟଣା: ବିଜେପିର ଅଭିଯୋଗକୁ ଖଣ୍ଡନ କଲା ବିଜେଡି

ଭୁବନେଶ୍ବର/ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁଙ୍କ ଆତ୍ମହତ୍ୟାକୁ ନେଇ ବିଜେପି ପକ୍ଷରୁ ଅଣାଯାଇଥିବା ଅଭିଯୋଗକୁ ବିଜେଡି ଖଣ୍ଡନ କରିଛି। ବିଜେଡି କହିଛି ଯେ, ରାଜନୈତିକ ଉଦ୍ଦେଶ୍ୟ ରଖି ବିରୋଧୀ ଦଳ ଅଭିଯୋଗ ଆଣିଛନ୍ତି। ଏହି ଘଟଣା ନେଇ ପୁଲିସ ତଦନ୍ତ କରୁଛି। ତେଣୁ ତଦନ୍ତ ଉପରେ ସମସ୍ତେ ଭରସା ରଖିବା ଉଚିତ।

ରୋଷେୟା ଲଳିତ ସାହୁଙ୍କ ଶବ ବ୍ୟବଚ୍ଛେଦ ରାତିରେ ହୋଇଥିଲା ବୋଲି ବିଜେପି ନେତା ଟଙ୍କଧର ତ୍ରିପାଠୀ କହିଥିଲେ। ସଂଧ୍ୟା ୫ଟାରେ ପରେ ଶବ ବ୍ୟବଚ୍ଛେଦ କରିବାକୁ ନିୟମ ନଥିବା ବେଳେ ରାତି ଅଧିଆ କିପରି ହେଲା ଶବ ବ୍ୟବଛେଦ ତାକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ । ତାହାସହ ଯଦି କୌଣସି ପ୍ରକାର ଜରୁରୀ ପରିସ୍ଥିତିରେ ଶବ ବ୍ୟବଚ୍ଛେଦ କରିବାକୁ ନିୟମ ଥିବାବେଳେ ଏମିତି କଣ ଜରୁରୀ ପରିସ୍ଥିତି ଥିଲା ବୋଲି ବିଜେପି ପ୍ରଶ୍ନ କରିଛି। ଏହି ଘଟଣାରେ ଥିବା ସମସ୍ତ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିବା ସହିତ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ଦଳ ।

ସୂଚନା ଅନୁସାରେ ଗତ ୧୭ ତାରିଖରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଙ୍କ ଝାରସୁଗୁଡା ବାସଭବନ ପଛ ପଟେ ଥିବା ଷ୍ଟାଫ କ୍ୱାର୍ଟରରୁ ଝୁଲନ୍ତା ଅବସ୍ଥାରେ ଲଲିତଙ୍କ ମୃତଦେହ ଉଦ୍ଧାର କରିଥିଲା ପୁଲିସ । ପରେ ରାତିଅଧିଆ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା ।

ସୂଚନାଯୋଗ୍ୟ, ଗତ ୧୭ ତାରିଖରେ ଝାରସୁଗୁଡ଼ା ଟାଉନ ଥାନା ଅନ୍ତର୍ଗତ ସରବାହାଲଠାରେ ଲଲିତଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଲଳିତ ସାହୁଙ୍କ ଘର ଢେଙ୍କାନାଳ ଜିଲ୍ଲା ବଲିମି ଗ୍ରାମ। ସେ ମନ୍ତ୍ରୀ ନବ କିଶୋର ଦାସଙ୍କ ବାସଭବନ ପଛ ପାର୍ଶ୍ବରେ ଥିବା ଷ୍ଟାଫ କ୍ବାର୍ଟରରେ ରହି ରୋଷେଇ କାର୍ଯ୍ୟ କରୁଥିଲେ। ଝାରସୁଗୁଡ଼ା ଟାଉନ ଥାନା ପକ୍ଷରୁ ଶବ ଜବତ କରାଯାଇ ବ୍ୟବଚ୍ଛେଦ କରାଯିବା ସହ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe