ଲୋକସଭାରେ ବୈଜୟନ୍ତଙ୍କୁ ଅଲଗା ବସାଇବା ଲାଗି ବାଚସ୍ପତିଙ୍କୁ ବିଜେଡ଼ିର ଅନୁରୋଧ

ସାଂସଦ ଭର୍ତ୍ତୃହରି ମହତାବ ରାମ‌ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି

Indian Express

ଭୁବନେଶ୍ୱର : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଲୋକସଭାରେ ଅଲଗା ବସାଇବାକୁ ବିଜେଡ଼ି ପକ୍ଷରୁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଅନୁରୋଧ କରାଯାଇଛି । ଏହା ସହିତ ଗୃହ ବ୍ୟାପାର ସ୍ଥାୟୀ କମିଟିରୁ ତାଙ୍କ ସଦସ୍ୟତା ଶେଷ କରିବାକୁ ଦଳ ପକ୍ଷରୁ ଅନୁରୋଧ କରାଯାଇଛି ।  publive-image

ଆଜି ବାଚସ୍ପତିଙ୍କୁ ଏକ ପତ୍ର ଲେଖି ବିଜେଡ଼ି ସଂସଦୀୟ ଦଳର ନେତା ଭର୍ତ୍ତୃହରି ମହତାବ ଏହି ଅନୁରୋଧ କରିଛନ୍ତି । ନିଜ ପତ୍ରରେ ସେ ଦର୍ଶାଇଛନ୍ତି ଯେ ସାଂସଦ ଶ୍ରୀ ପଣ୍ଡାଙ୍କୁ ଦଳପକ୍ଷରୁ ଗତ ଜାନୁୟାରୀ ୨୪ରେ ନିଳମ୍ବିତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଲୋକସଭାରେ ବିଜୁ ଜନତା ଦଳ ପାଇଁ ଥିବା ସ୍ଥାନ ଠାରୁ ଅଲଗା ସ୍ଥାନରେ ବସିବାକୁ ଦିଆଯାଉ । ଏହାଛଡ଼ା ସେ ବିଜେଡ଼ି ଦଳ ତରଫରୁ ଗୃହ ବିଭାଗୀୟ ସ୍ଥାୟୀ କମିଟିର ସଦସ୍ୟଅଛନ୍ତି । କିନ୍ତୁ ସେ ଦଳରୁ ନିଳମ୍ବିତ ହେବା ପରେ ତାଙ୍କ ସ୍ଥାନରେ ଆଉ ଜଣେ ସଦସ୍ୟଙ୍କୁ ପଠାଇବାକୁ ଦଳ ଇଚ୍ଛୁକ ଅଛି । ଏଣୁ କମିଟିରୁ ତାଙ୍କର ସଦସ୍ୟତା ପ୍ରତ୍ୟାହାର କରାଯାଉ ବୋଲି ଶ୍ରୀ ମହତାବ ନିଜ ପତ୍ରରେ ଅନୁରୋଧ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe