ପ୍ରଶାନ୍ତ ଜଗଦ୍ଦେବଙ୍କ ନିଲମ୍ବନ ଏକ ନାଟକ, ତାଙ୍କୁ ବିଜେଡି ଦଳରୁ ବହିଷ୍କାର କରୁ : ସମ୍ବିତ ପାତ୍ର

ପ୍ରଶାନ୍ତ ଜଗଦ୍ଦେବଙ୍କ ନିଲମ୍ବନ ଏକ ନାଟକ, ତାଙ୍କୁ ବିଜେଡି ଦଳରୁ ବହିଷ୍କାର କରୁ : ସମ୍ବିତ ପାତ୍ର

ଭୁବନେଶ୍ବର:  ଚିଲିକାର ବିଜେଡି ବିଧାୟକ ମଦ ପିଇ ଗାଡି ଚଳାଇବା ସହ ବିଜେପିର କର୍ମୀଙ୍କୁ ମାରିବାକୁ ଉଦ୍ୟମ କରିବା ସହ ଗଣତନ୍ତ୍ରକୁ ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ବୋଲି କହିଛନ୍ତି ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର | ଗତକାଲି ବାଣପୁରରେ ଶୋଭାଯାତ୍ରାରତ ବିଜେପି କର୍ମୀମାନଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣାକୁ ନେଇ ଆଜି ଭୁବନେଶ୍ବର ଗସ୍ତ କରିଛନ୍ତି ସମ୍ବିତ ପାତ୍ର। ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେଡିରୁ ବହିଷ୍କାର କରାଯାଉ ଏବଂ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ଶ୍ରୀ ପାତ୍ର।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ କୁହାଯାଇଛି କି  ବିଧାୟକଙ୍କ  ଦବଙ୍ଗଗିରି ବାରମ୍ବାର ସାମ୍ନାକୁ ଆସୁଥିଲେ ବି କାହିଁକି ତାଙ୍କୁ ବିଜେଡି ଦଳରୁ ବହିଷ୍କାର କରିନାହିଁ ତାହା ଆଶ୍ଚର୍ଯ୍ୟର ବିଷୟ | ଗତକାଲି ବିଜେଡି ମୁଖପାତ୍ର କହିଲେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା | ମାତ୍ର ଏହି ନିଲମ୍ବନ କେବଳ ଏକ ନାଟକ ହିଁ ଥିଲା ବୋଲି ବିଜେପି ଅଭିଯୋଗ କରିଛି। କାରଣ ସେ ନିଲମ୍ବନ ହେବା ପରେ ବି ଦଳର ସମସ୍ତ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ | ତେଣୁ ତାଙ୍କୁ ବହିଷ୍କାର କରଯାଉ | ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଉ । ତାଙ୍କ ଏପରି ଆଚରଣ ପାଇଁ ଓଡ଼ିଶାର ଛବି ମଳିନ ହୋଇଛି | ତାଙ୍କୁ ପୂର୍ବରୁ ହିଁ ବହୁବଳୀ ବିଧାୟକ କୁହାଯାଉଥିଲା | ବୌଦ୍ଧ ଜିଲ୍ଲାରେ ବିଜେପି କର୍ମୀଙ୍କୁ ମାଡ଼ ମାରିବା ବା ଚିଲିକାରେ ଦଳିତ ଯୁବକକୁ ମାଡ଼ ମାରି ଲହୁ ଲୁହଣ କରିବା ଘଟଣା ସେ ଅତୀତରେ ଘଟାଇଛନ୍ତି | ପଶ୍ଚିମବଙ୍ଗରେ ଯେମିତି ବିଜେପି କର୍ମୀମାନଙ୍କୁ ମାରିଦେବାକୁ ଉଦ୍ୟମ ହେଉଛି ଏଠି ଓଡ଼ିଶାରେ ବି ସେଇଭଳି କାର୍ଯ୍ୟକର୍ତାଙ୍କୁ ଆକ୍ରମଣ ହେଉଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି।

ଚିଲିକା ନିର୍ବାଚନ ମଣ୍ଡଳୀର ବାଣପୁରରେ ବିଜେପି ଜିତୁଥିବା ଜାଣି ବିଧାୟକ ବିବ୍ରତ ହୋଇ ନିର୍ବାଚନକୁ ବନ୍ଦ କରିବାକୁ ଚାହୁଁଥିଲେ | ଆଉ ଏସବୁ କରିବା ପାଇଁ ବିଜେଡି ତାଙ୍କୁ ପ୍ରଶୟ ଦେଇଥିବା ଆଭିଯୋଗ କରିଛନ୍ତି ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe