ଜୟନାରାୟଣ ମିଶ୍ରଙ୍କ ବାସଭବନ ସମ୍ମୁଖରେ: ଛାତ୍ର ବିଜେଡିର ବିକ୍ଷୋଭ

Advertisment

ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟ ବିରୋଧରେ ଆଜି ବିଜୁ ଛାତ୍ର ଜନତା ଦଳ ରାସ୍ତାକୁ ଓହ୍ଲାଇଛି। ବିଧାୟକ ଶ୍ରୀ ମିଶ୍ରଙ୍କ ସରକାରୀ ବାସଭବନ ସମ୍ମୁଖରେ ସଙ୍ଗଠନ ସଦସ୍ୟମାନେ କଳା ପତାକା ପ୍ରଦର୍ଶନ ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟ ବିରୋଧରେ ଆଜି ବିଜୁ ଛାତ୍ର ଜନତା ଦଳ ରାସ୍ତାକୁ ଓହ୍ଲାଇଛି। ବିଧାୟକ ଶ୍ରୀ ମିଶ୍ରଙ୍କ ସରକାରୀ ବାସଭବନ ସମ୍ମୁଖରେ ସଙ୍ଗଠନ ସଦସ୍ୟମାନେ କଳା ପତାକା ପ୍ରଦର୍ଶନ ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ddvvcvgg

ଭୁବନେଶ୍ବର: ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟ ବିରୋଧରେ ଆଜି ବିଜୁ ଛାତ୍ର ଜନତା ଦଳ ରାସ୍ତାକୁ ଓହ୍ଲାଇଛି। ବିଧାୟକ ଶ୍ରୀ ମିଶ୍ରଙ୍କ ସରକାରୀ ବାସଭବନ ସମ୍ମୁଖରେ ସଙ୍ଗଠନ ସଦସ୍ୟମାନେ କଳା ପତାକା ପ୍ରଦର୍ଶନ ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଛାତ୍ର ବିଜେଡି ପକ୍ଷରୁ କୁହାଯାଇଛି ଯେ ବିଧାୟକ ଶ୍ରୀ ମିଶ୍ର ଓଡ଼ିଶାକୁ ଭାଙ୍ଗିବାକୁ ଯେଉଁ ହୀନ ମନ୍ତବ୍ୟ ଦେଇଛନ୍ତି ତାହା ଗ୍ରହଣଯୋଗ୍ୟ ନୁହେଁ। ତୁରନ୍ତ ସମଗ୍ର ଓଡ଼ିଶାବାସୀଙ୍କ ସମ୍ମୁଖରେ କ୍ଷମା ପ୍ରାର୍ଥନା କରନ୍ତୁ। ନିଜ ବିଧାୟକ ପଦରୁ ଇସ୍ତଫା ଦିଅନ୍ତୁ। ଆଗାମୀ ଦିନରେ ଯିଏ ବି ଓଡ଼ିଶାକୁ ଭାଙ୍ଗିବାକୁ ଚେଷ୍ଟା କରିବ ତାହାକୁ ପ୍ରବଳ ବିରୋଧ କରାଯିବ।

ସରକାରୀ ଦଳର ବିଧାୟକ ବୋଲି ପୁଲିସ ଲଗାଇ ଯେଉଁଭଳି ଭାବେ ପ୍ରତିବାଦର ସ୍ୱର ଚାପିବାକୁ ଚେଷ୍ଟା କରାଯାଉଛି ସେଥିରେ ସେମାନେ ସଫଳ ହୋଇପାରିବେ ନାହିଁ। ବରଂ ରାଜ୍ୟବ୍ୟାପୀ ପ୍ରତିବାଦର ସ୍ବର ଆହୁରି ତୀବ୍ର କରାଯିବ। ବିଧାୟକଙ୍କୁ ରାଜଧାନୀରେ ପୂରେଇ ଦିଆଯିବ ନାହିଁ ବୋଲି ଛାତ୍ରନେତାମାନେ ଚେତାବନୀ ଦେଇଛନ୍ତି। ବିକ୍ଷୋଭ ସମୟରେ ପୁଲିସ ସହ ଧସ୍ତାଧସ୍ତି ହେବା ସହ ୨୦ ଜଣ ଆନ୍ଦୋଳନକାରୀଙ୍କୁ ପୁଲିସ ଉଠାଇ ନେଇଥିଲା। ଛାତ୍ରନେତା ପ୍ରଦୋଷ ପରିଡ଼ା, ମିକୁ ପ୍ରଧାନ, ଇପ୍‌ସିତା ସାହୁ, ସୁଜିତ ପାଲଟାସିଂ, ଅରୂପ ଶ୍ରୀଚନ୍ଦନ, ସନ୍ତୋଷ ମହାପାତ୍ର, ରକି ଦାଶ, ଯୋଗେଶ ଜେନା, ରଞ୍ଜିତ ଦାସ, ସୁମନ ବେହେରା, ସମିମ୍ ଅକ୍ତର, ଜଗଦିଶ ରାଓ, ବାଲାଜୀ ସେଠୀ ପ୍ରମୁଖ ବିକ୍ଷୋଭର ନେତୃତ୍ବ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe