ସମ୍ବଲପୁର: ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲାବିଜେଡି ସଭାପତି ଇଂ ରୋହିତ ପୂଜାରୀ ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି ଯେ, କୃଷକ ସଂଗଠନ ପକ୍ଷରୁ ଆଗାମୀ ଡିସେମ୍ବର ୧୯ ତାରିଖରେ ହେବାକୁ ଥିବା ଚାଷୀ ଭାଇମାନଙ୍କ ସମ୍ବଲପୁର ବନ୍ଦ ଡାକରାକୁ ବିଜୁ ଜନତା ଦଳ(ବିଜେଡି) ପୂର୍ଣ୍ଣ ମାତ୍ରାରେ ସମର୍ଥନ କରୁଛି।
ଆହୁରି ପଢ଼ନ୍ତୁ:25Vehicles Collided: ପଛକୁ ପଛ ପିଟି ହେଲା ୨୫ଟି ଗାଡ଼ି, ଚାଲିଗଲା ୪ଜଣଙ୍କ ଜୀବନ
ସବୁ ପ୍ରକାର ଲଢେଇ ଲଢ଼ିବା ପାଇଁ ପ୍ରସ୍ତୁତ
ଏହି ବନ୍ଦ ଡାକରାରେ ଦଳ ସାମିଲ ମଧ୍ୟ ହେବ। ଇଂ ପୂଜାରୀ କହିଛନ୍ତି ଯେ, ବିପର୍ଯ୍ୟସ୍ତ ଧାନ ସଂଗ୍ରହ ପ୍ରକ୍ରିୟା, ଟୋକନ୍ର ଅବ୍ୟବସ୍ଥା ଏବଂ ଚାଷୀ ମାରଣ ନୀତି ଯୋଗୁ ଚାଷୀ ଭାଇମାନେ ବିଜେପି ଶାସିତ ସରକାରଙ୍କ ଦ୍ଵାରା ପ୍ରତାଡ଼ିତ ହେଉଛନ୍ତି। ଚାଷୀ ଭାଇଙ୍କ ହକ୍ ପାଇଁ ସମ୍ବଲପୁର ବିଜୁ ଜନତା ଦଳ ସବୁ ସମୟରେ ସବୁ ପ୍ରକାର ଲଢେଇ ଲଢ଼ିବା ପାଇଁ ପ୍ରସ୍ତୁତ ଅଛି।
ଆହୁରି ପଢ଼ନ୍ତୁ:Beggar Couple: ପରିବାର ଓ ସମାଜଠାରୁ ଦୂରେଇ ଦେଲା ରୋଗ: ୩୦ ବର୍ଷର ସହଚର୍ଯ୍ୟ ଜିଇବାର ଦେଇଛି ପ୍ରେରଣା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/12/15/bjd-supports-farmers-sambalpur-bandh-2025-12-15-16-00-09.jpg)