ଟିକେଟ କଳାବଜାରୀକୁ ନେଇ ବିଜେପିକୁ ଘେରିଲା ବିଜେଡ଼ି

ବାରବାଟୀରେ ହୋଇଥିବା ମ୍ୟାଚ୍‌ରେ ଟିକେଟ କଳାବଜାରୀକୁ ନେଇ ବିଜେଡ଼ି କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ବିଜେଡି ଶାସକ ବିଜେପି ଏନେଇ ଘେରିଛି। ବିଜେଡ଼ି କହିଛି, ସାଧାରଣ ଲୋକେ ଦିନ ଦିନ ଧରି ବାହାରେ ଛିଡ଼ା ହୋଇ ଟିକେଟ ଅପେକ୍ଷାରେ ରହିଲେ...

BJD Target BJP For ticket black market

BJD Target BJP For ticket black market Photograph: (sambad.in)

ଭୁବନେଶ୍ବର: ବାରବାଟୀରେ ହୋଇଥିବା ମ୍ୟାଚ୍‌ରେ ଟିକେଟ କଳାବଜାରୀକୁ ନେଇ ବିଜେଡ଼ି କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ବିଜେଡି ଶାସକ ବିଜେପି ଏନେଇ ଘେରିଛି। ବିଜେଡ଼ି ପକ୍ଷରୁ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ସାଧାରଣ ଲୋକେ ଦିନ ଦିନ ଧରି ବାହାରେ ଛିଡ଼ା ହୋଇ ଟିକେଟ ଅପେକ୍ଷାରେ ରହିଲେ। କିଛି ଲୋକ ବେହୋସ ମଧ୍ୟ ହୋଇଛନ୍ତି।

ଟିକେଟ ସମ୍ପର୍କରେ ଗଣମାଧ୍ୟମରେ ବହୁ ଖବର ପ୍ରକାଶିତ ହୋଇଛି। ଲୋକଙ୍କ ଅସନ୍ତୋଷ ମଧ୍ୟ ଫୁଟି କରି ବାହାରକୁ ବାହାରିଛି। ଟିକେଟ ଅନେକ ମାତ୍ରାରେ କଳାବଜାରୀ ହୋଇଛି। ଏମିତି କି କମ୍ପ୍ଲିମେଣ୍ଟାରୀ ଟିକେଟ ମଧ୍ୟ କଳାବଜାରୀରେ ବିକ୍ରି ହୋଇଛି।

ଅଧିକ ପଢ଼ନ୍ତୁ: ବାରବାଟୀରେ ପୂର୍ବ ସରକାର ଖାଲି ନଡ଼ିଆ ବାଡ଼େଇଥିଲେ: କ୍ରୀଡାମନ୍ତ୍ରୀ

ଏହା ବଡ଼ ଦୁର୍ଭାଗ୍ୟ ଜନକ ଘଟଣା। ଏତେ ପରିମାଣର ପାସ ଦେବା ଦ୍ୱାରା ଏ ବିଭ୍ରାଟ ହୋଇଛି। ଆଗାମୀ ଦିନରେ ଯେଭଳି ଏଭଳି ତ୍ରୁଟି ନ ହେବ, ସେଥିପ୍ରତି ସରକାର ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ପ୍ରସନ୍ନ ଆଚାର୍ଯ୍ୟ କ୍ଷୋଭ ପ୍ରକାଶ କରିଛନ୍ତି। 

ଅଧିକ ପଢ଼ନ୍ତୁ: ‘ବନ୍ଦ କର...’: ଛି... ଛି... ଛିରେ ନନୀ ଗୀତରେ ରାଗିଯାଇ ଡିଜେ ବନ୍ଦ ପାଇଁ ଇସାରା ଦେଇଥିଲେ ରୋହିତ !

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe