ଅପ୍ରସଙ୍ଗ ଜାବୁଡ଼ି ନ ଧରି ୟୁପିଏ ନେତାଙ୍କ ସହ ଆଲୋଚନା କରୁ କଂଗ୍ରେସ: ବିଜେଡି

Advertisment
ଜଗଦ୍ଦେବ ବିଜେଡିରେ ନାହାନ୍ତି, ଦୃଢ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ: ବିଜେଡି

YouTube

ଭୁବନେଶ୍ୱର : ନବରଙ୍ଗପୁର ବନ୍ଦ ସମୟରେ କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ହିଂସାର ଆଶ୍ରୟ ନେଇଥିଲେ। ସେଥିରୁ ଗଣମାଧ୍ୟମର ନଜର ହଟାଇବା ପାଇଁ କଂଗ୍ରେସ ଅସଫଳ ଉଦ୍ୟମ କରୁଛି। ବିଜେଡି ସରକାରଙ୍କୁ ପ୍ରଶ୍ନ କରିବା ପୂର୍ବରୁ ଅହିଂସା ନୀତିରେ ବିଶ୍ବାସ ରଖୁଥିବା କଂଗ୍ରେସ ନେତା ହାତରେ ପେଟ୍ରୋଲ ଧରି ବୁଲୁଥିବା ଘଟଣାର ଅନୁଶୀଳନ କରିବା ଉଚିତ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ୍‌ ପାତ୍ର। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ବିଜେଡି ସରକାରଙ୍କୁ କରିଥିବା ପ୍ରଶ୍ନ ଉପରେ ସେ ଏଭଳି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବିଜେଡି ସରକାରର ଲୋକପ୍ରିୟତାକୁ କଂଗ୍ରେସ ନେତା ସହି ପାରୁନାହାନ୍ତି। ୨୦୧୦ରୁ ୨୦୧୪ ମଧ୍ୟରେ ତିନି ବର୍ଷ ଧରି ବିଜେଡି ସରକାର କୃଷିକର୍ମଣ ପୁରସ୍କାର ସହ ଫାଇଲିନ୍‌ର ସଫଳ ମୁକାବିଲା ପାଇଁ ମିଳିତ ଜାତିସଂଘରେ ପ୍ରଶଂସିତ ହୋଇଛି। ୨୦ ଲକ୍ଷ ପକ୍କା ଘର ଓ ୪୧ ହଜାର କିଲୋମିଟର ବ୍ୟାପି ସଡ଼କ ନିର୍ମାଣ ପାଇଁ ଖୋଦ୍‌ କେନ୍ଦ୍ର ସରକାର ପୁରସ୍କୃତ କରିଛନ୍ତି। ବିଶ୍ବକପ୍‌ ହକି ଆୟୋଜନ ଓ ଜାଗା ମିସନର ସଫଳତା‌ ପାଇଁ ସ୍କଚ୍‌ ହାବିଟାଟ୍‌ ପୁରସ୍କାର ମଧ୍ୟ ବିଜେଡି ସରକାର ପାଇଛି। ନବୀନ ପଟ୍ଟନାୟକଙ୍କ ବିକାଶ କାର୍ଯ୍ୟ ଉପରେ ଓଡ଼ିଶାବାସୀ ବିଶ୍ବାସ କରୁଥିବାରୁ ଗତ ନିର୍ବାଚନରେ କଂଗ୍ରେସକୁ ଲୋକମାନେ ଯଥାମାନ୍ୟ ଦେଇଛନ୍ତି। ଏଣୁ ହତାଶ ହୋଇ ଏ ଅପ୍ରସଙ୍ଗ ଜାବୁଡ଼ି ଧରିବାକୁ କଂଗ୍ରେସ ବାଧ୍ୟ ହୋଇଛି। ଏ ସଂକ୍ରାନ୍ତରେ କଂଗ୍ରେସ ନେତାମାନେ ୟୁପିଏ ମନ୍ତ୍ରୀମାନଙ୍କ ସହ ଆଲୋଚନା କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe