ଧର୍ମେନ୍ଦ୍ରଙ୍କୁ ବିଜେଡିର ଆହ୍ବାନ : ପ୍ରହେଳିକା କରନି, ସାହସ ଥିଲେ ନିଜ ପ୍ରତିଶ୍ରୁତି କୁହ

Advertisment
ଧର୍ମେନ୍ଦ୍ରଙ୍କୁ ବିଜେଡିର ଆହ୍ବାନ : ପ୍ରହେଳିକା କରନି, ସାହସ ଥିଲେ ନିଜ ପ୍ରତିଶ୍ରୁତି କୁହ

ଭୁବନେଶ୍ବର : ଓଡ଼ିଶାବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନେର ରାଜ୍ୟ ସରକାରଙ୍କ ସଫଳତାକୁ େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆେକ୍ଷପ କରିଛନ୍ତି। ବିଜୁ ଜନତା ଦଳ ଏହାକୁ ତୀବ୍ର ସମାେଲାଚନା କରିଛି। ବିେଜଡି ଗଣମାଧ୍ୟମ ବ୍ୟାପାର ଦାୟିତ୍ବରେ ଥିବା ସାଧାରଣ ସଂପାଦକ ମାନସ ରଂଜନ ମଙ୍ଗରାଜଙ୍କ ଦସ୍ତଖତରେ ଜାରି େପ୍ରସ ଇସ୍ତାହାରରେ ଦଳ ଏ େନଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।

ବିେଜଡି ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ଜଣେ ଅଭ୍ୟାସଗତ ମିଛୁଆ େବାଲି ଓଡ଼ିଶାବାସୀ ବୁଝି ସାରିେଲଣି। ତେବେ ରାଜ୍ୟ ସରକାରଙ୍କ ସଫଳତା ଜାଣିଲା ପରେ ଅନ୍ତତଃ ସେ ନିଜ ଅଭ୍ୟାସରୁ ନିବୃତ୍ତ ରହି ରାଜ୍ୟବାସୀଙ୍କ ମଙ୍ଗଳ କରନ୍ତୁ। ସତସାହାସ ଜୁଟାଇ ନିଜର ପ୍ରତିଶ୍ରୁତି ମନେ ପକାନ୍ତୁ।

ଡ. ପାତ୍ର କହିଛନ୍ତି, ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତାକୁ ଇସ୍ତାହାର ଶୀର୍ଷରେ ରଖି ବିେଜପି ତମ୍ବିେତାଫାନ କରୁନଥିଲା କି? ମହାନଦୀ ଓ େପାଲାଭରମ ସମସ୍ୟାର ସମାଧାନ କଥା କହିନଥିଲେ କି? କୁଆଡେ ଗଲା େସସବୁ ପ୍ରତିଶ୍ରୁତି? ରାଜ୍ୟବାସୀଙ୍କ ପାଇଁ ବିେଜପି ପ୍ରବଞ୍ଚନା ଓ ପ୍ରହେଳିକା କରୁଥିଲା କି? ୫ େକାଟି ଉଜ୍ଜଳା ହିତାଧିକାରୀଙ୍କ ତାଲିକା େଵବସାଇଟରେ ଦେଉନାହାନ୍ତି କାହିଁକି? ଏସବୁର ଜବାବ ବିେଜପି େଦଉ େବାଲି ବିେଜଡି ପ୍ରଶ୍ନ କରିଛି।

ବିେଜଡି କହିଛି, ମୁଖ୍ୟମନ୍ତ୍ରୀଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ବାସ ଅତୁଟ ରହିଛି। ସାେଢ ଚାରି େକାଟି ରାଜ୍ୟବାସୀଙ୍କୁ ନିଜର ପରିବାର ଭାବି ମୁଖ୍ୟମନ୍ତ୍ରୀ ତାଙ୍କ କାମ କରୁଛନ୍ତି। େକନ୍ଦ୍ରମନ୍ତ୍ରୀ କିମ୍ବା ତାଙ୍କ ଦଳ ଅସହିଷ୍ଣୁ େହବାର କିଛି କାରଣ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe