ଜୟନାରାୟଣଙ୍କୁ ବିଜେଡିର ପୁଣି ଟାର୍ଗେଟ୍‌

ବିଧାନସଭାରେ ବାଚାଳମି ଓ ପାଗଳାମିରୁ କ୍ଷାନ୍ତ ରହନ୍ତୁ: ଅରୁଣ, ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ମନଗଢ଼ା କାହାଣୀ ଗପୁଛନ୍ତି

ଜୟନାରାୟଣଙ୍କୁ ବିଜେଡିର ପୁଣି ଟାର୍ଗେଟ୍‌

ଭୁବନେଶ୍ୱର : ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଆଜି ପୁଣି ଟାର୍ଗେଟ୍‌ କରିଛନ୍ତି ବିଜେଡି ବିଧାୟକ ଅରୁଣ କୁମାର ସାହୁ। ଗଣମାଧ୍ୟମରେ ସେ କହିଛନ୍ତି, ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିଧାନସଭାରେ ବହୁବାର ଆଲୋଚନା ହୋଇ ସାରିଥିଲେ ମଧ୍ୟ ବିରୋଧୀ ଦଳ ନେତା ମନଗଢ଼ା କାହାଣୀ ଗପି ଚାଲିଛନ୍ତି। ଏଥିରୁ ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରି ବିଧାନସଭାକୁ ବନ୍ଦ କରୁଛନ୍ତି। ଫଳରେ ବିଧାନସଭାରେ ଓଡ଼ିଶାବାସୀଙ୍କ ସ୍ୱାର୍ଥ ସମ୍ବଳିତ ଆହୁରି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇପାରୁ ନାହିଁ। ତେଣୁ ଏଭଳି ବାଚାଳମି ଓ ପାଗଳାମିରୁ ବିରୋଧୀ ଦଳ ନେତା କ୍ଷାନ୍ତ ରହିବା ଉଚିତ।

ଶ୍ରୀ ସାହୁ କହିଛନ୍ତି ଯେ ବିଧାନସଭାରେ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଶ୍ରୀ ମିଶ୍ର ଓ ଅନ୍ୟ ବିଜେପି ବିଧାୟକମାନେ ବହୁବାର ପ୍ରଶ୍ନ କରିଛନ୍ତି, ମୁଲତବୀ ପ୍ରସ୍ତାବ ଆଣିଛନ୍ତି, ଗୃହ ବିଭାଗର ଆଲୋଚନା ବେଳେ ଏହି ପ୍ରସଙ୍ଗରେ ସବିଶେଷ ଆଲୋଚନା ହୋଇଛି, ଯେ କୌଣସି ବିଭାଗର ଆଲୋଚନାବେଳେ ମଧ୍ୟ ସେମାନେ ଟାଣିଓଟାରି ଏକଥା ପକାଇଛନ୍ତି। ଚଳିତ ଅଧିବେଶନର ସବୁତକ ଦିନ ସେହି ଗୋଟିଏ କଥାକୁ ଉଠାଉଛନ୍ତି। ଯେଉଁମାନଙ୍କର ଟିକେ ପାଗଳାମୀ ଥାଏ, ସେମାନେ ଗୋଟିଏ କଥାକୁ ବାରମ୍ବାର କହି ଚାଲିଥାନ୍ତି। ଠିକ୍ ସେମିତି ବିରୋଧୀ ଦଳ ନେତା ଅଭ୍ୟାସଗତ କାହାଣୀକାର ଭଳି ଏହି ଗୋଟିଏ ପ୍ରସଙ୍ଗରେ ମନଗଢ଼ା କାହାଣୀ ଗପି ଚାଲିଛନ୍ତି ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe