ଓଟିଭି ଓ ବୈଜୟନ୍ତଙ୍କ ବିରୋଧରେ ସିଇଓଙ୍କୁ ବିଜେଡିର ଫେରାଦ : ଅନୁଭବଙ୍କୁ ବଦନାମ କରାଯାଉଛି

Advertisment
ଓଟିଭି ଓ ବୈଜୟନ୍ତଙ୍କ ବିରୋଧରେ ସିଇଓଙ୍କୁ ବିଜେଡିର ଫେରାଦ : ଅନୁଭବଙ୍କୁ ବଦନାମ କରାଯାଉଛି

ଭୁବନେଶ୍ବର : ବିଜେଡିର କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି ବିଜେପି ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ଓଟିଭି ଓ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଆଜି ବିଜେଡି ପକ୍ଷରୁ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି।

ଶନିବାର ସିଇଓ ସୁରେନ୍ଦ୍ର କୁମାରଙ୍କୁ ବିଜେଡି ପ୍ରଦାନ କରିଥିବା ଅଭିଯୋଗରେ ଦର୍ଶାଇଛି, ଶ୍ରୀ ପଣ୍ଡା ନିର୍ବାଚନରେ ବିପୁଳ ଭୋଟରେ ପରାଜୟ ହେବା ଜାଣିସାରିଲେଣି। ଏହା ଜାଣିବା ପରେ ତାଙ୍କ ମାଲିକାନାରେ ଥିବା ନ୍ୟୁଜ୍ ଚାନେଲ ଓଟିଭିକୁ ବ୍ୟବହାର କରି ବିଜେଡିର କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ବଦନାମ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏହି ଅଭିଯୋଗ ସହିତ ନ୍ୟୁଜ୍ ଚାନେଲରେ ଶ୍ରୀ ମହାନ୍ତିଙ୍କୁ ବଦନାମ କରିବା ଭଳି ଖବରର ରେକର୍ଡିଂ ପ୍ରମାଣ ସ୍ବରୁପ ବିଜେଡି ପ୍ରତିନିଧିମାନେ ସିଇଓଙ୍କୁ ପ୍ରଦାନ କରିଥିଲେ।

ବିଜେଡି ପ୍ରତିନିଧି ଦଳରେ ମୁଖପାତ୍ର ସସ୍ମିତ୍ ପାତ୍ର, ସୁଲତା ଦେଓ ଓ ଲେନିନ ମହାନ୍ତି ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe