ଆଇଓସିଏଲ୍‌, ନାଲକୋରେ ନିଯୁକ୍ତି ଦାବିରେ ହେବ ବିକ୍ଷୋଭ

Advertisment

ବିଜୁ ଯୁବ ଜନତା ଦଳ ବୈଠକରେ ନିଷ୍ପତ୍ତି

ବିଜୁ ଯୁବ ଜନତା ଦଳ ବୈଠକରେ ନିଷ୍ପତ୍ତି

ଆଇଓସିଏଲ୍‌, ନାଲକୋରେ ନିଯୁକ୍ତି ଦାବିରେ ହେବ ବିକ୍ଷୋଭ

କଟକ : ଆଇଓସିଏଲ୍‌ ଏବଂ ନାଲକୋରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦାବିରେ ରାସ୍ତାକୁ ଓହ୍ଲାଇବ ଯୁବ ବିଜେଡି। ଏହା ସହିତ ବିଭିନ୍ନ ପ୍ରସଙ୍ଗକୁ ନେଇ ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ। କଟକ ଜୋନ୍‌ ବିଜୁ ଯୁବ ଜନତା ଦଳର ସାଂଗଠନିକ ସମୀକ୍ଷା ବୈଠକରେ ଆଜି ଏ ପ୍ରକାର ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ମହାସଚିବ ତଥା କଟକ ଜୋନ୍‌ ସଭାପତ ଶିଶିର ପରିଜାଙ୍କ ସଭାପତିତ୍ୱରେ ସର୍କିଟ ହାଉସରେ ଅନୁଷ୍ଠିତ ୬ଟି ଜିଲ୍ଲାର ଜିଲ୍ଲା ସଭାପତି, ବ୍ଲକ୍‌ ସଭାପତି, ନିର୍ବାଚନମଣ୍ଡଳୀ ସଭାପତି, କଟକ ଜୋନ୍‌ ଅନ୍ତର୍ଗତ ରାଜ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

ବିଜୁ ଯୁବ ଜନତା ଦଳ ନୂତନ ଜିଲ୍ଲା କମିଟି, ବ୍ଲକ ସଭାପତି ନିଯୁକ୍ତ ହେବା ପରେ ଏହା ଥିଲା ପ୍ରଥମ ବୈଠକ । ଏହି ବୈଠକରେ ସଂଗଠନର ବର୍ତ୍ତମାନର ସ୍ଥିତି ଓ ଆଗାମୀ ଦିନରେ ଏହାକୁ ଆହୁରି ସୁଦୃଢ କରିବା ସହ କି କି କାର୍ଯ୍ୟକ୍ରମ କରାଯିବ ସେ ସଂପର୍କରେ ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି, ରାଜ୍ୟ ସରକାରଙ୍କ ସଫଳତାର ବାର୍ତ୍ତା ଓ କେନ୍ଦ୍ରର ଓଡିଶା ପ୍ରତି ଅବହେଳା ପ୍ରସଙ୍ଗରେ ଜନସାଧାରଣଙ୍କ ନିକଟରେ ପହଂଚାଇବା ପାଇଁ ବିଜୁ ଯୁବ ଜନତା ଦଳ ପକ୍ଷରୁ ଜୋରଦାର କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତି ନିଆଯାଇଛି ।

ବୈଠକରେ ୬ଟି ପ୍ରସ୍ତାବ ଗୃହୀତ ହୋଇଛି । ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଓ ବ୍ଲକ କାର୍ଯ୍ୟକାରିଣୀ ବୈଠକ ତୁରନ୍ତ ସାରିବା, କଟକ ଜୋନ୍‌ ବିଜୁ ଯୁବ ଜନତା ଦଳ କାର୍ଯ୍ୟକାରିଣୀ ବୈଠକରେ ଜିଲ୍ଲା କମିଟି ଓ ବ୍ଲକ କମିଟିର କର୍ମକର୍ତ୍ତାଙ୍କ ସମେତ ରାଜ୍ୟ ଓ ଦଳୀୟ ନେତୃମଣ୍ଡଳୀକୁ ସାମିଲ କରିବା, ବିଜୁ ଯୁବ ଜନତା ଦଳର କଟକ ଜୋନ ସମ୍ମିଳନୀ କରିବା, ମହାନଦୀ, ପୋଲାଭରମ୍‌ ପ୍ରକଳ୍ପ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଆଦି ଦାବିକୁ ନେଇ ପ୍ରତି ବ୍ଲକ ଓ ମ୍ୟୁନିସିପାଲିଟିରେ ଶୋଭାଯାତ୍ରା କରିବା, ଆଇଓସିଏଲ ଓ ନାଲ୍‌କୋରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦାବିରେ ଜଗତସିଂହପୁର ଜିଲ୍ଲା ପାରାଦୀପ ଓ ଅନୁଗୁଳ ଜିଲ୍ଲାରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ଧାରଣା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତାବ ଗୃହୀତ ହୋଇଛି। ଆଜିର ଏହି ବୈଠକରେ ଯୁବ ଜନତା ରାଜ୍ୟ ଉପଦେଷ୍ଟା ପ୍ରକାଶ ସିଂହ, ରାଜ୍ୟ ଉପସଭାପତି ବିଜୟ ବେହେରା, ରାଜ୍ୟ ସାଧାରଣ ସଂପାଦିକା ଡେଜାଲିନ ମହାପାତ୍ର, ରାଜ୍ୟ ସଂପାଦକ ସତ୍ୟବ୍ରତ ପଟ୍ଟନାୟକ, ଅଂଶୁମାନ ରଶ୍ମିସାଗର, କଟକ ଜିଲ୍ଲା ସଭାପତି ଜ୍ଞାନେନ୍ଦ୍ର ଗିରିଗୋସ୍ୱାମୀ, ଅନୁଗୁଳ ଜିଲ୍ଲା ସଭାପତି ଦୀନେଶ ପ୍ରଧାନ, ଜଗତସିଂହପୁର ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ, କେନ୍ଦ୍ରାପଡା ଜିଲ୍ଲା ସଭାପତି ରାଜେଶ ପଣ୍ଡା, ଢେଙ୍କାନାଳ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଗିରିଜା ପ୍ରସାଦ ମହାନ୍ତିଙ୍କ ସମେତ ସମସ୍ତ ବ୍ଲକ ସଭାପତି, ନିର୍ବାଚନମଣ୍ଡଳୀ ସଭାପତି ଯୋଗଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe