ଜାନୁଆରି ପ୍ରଥମ ସପ୍ତାହରେ ବିଜେଡିର ଚାଷୀ ଆନ୍ଦୋଳନ

Advertisment

ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ପ୍ରସଙ୍ଗ କଲେ, ଦିଲ୍ଲୀରେ ଯାଇ ନେତା କରିବେ ବିକ୍ଷୋଭ, ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକ ପତ୍ର ଦେବେ, ଅନ୍ୟ ରାଜ୍ୟକୁ ସାଙ୍ଗରେ ନେବା ପାଇଁ ଯୋଜନା

ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ପ୍ରସଙ୍ଗ କଲେ, ଦିଲ୍ଲୀରେ ଯାଇ ନେତା କରିବେ ବିକ୍ଷୋଭ, ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକ ପତ୍ର ଦେବେ, ଅନ୍ୟ ରାଜ୍ୟକୁ ସାଙ୍ଗରେ ନେବା ପାଇଁ ଯୋଜନା

ବିଜେଡିର ପ୍ରତିଷ୍ଠା ଦିବସ ଆଜି: ନିର୍ବାଚନୀ ବିଗୁଲ୍ ଫୁଙ୍କିପାରନ୍ତି ନବୀନ

ଭୁବନେଶ୍ବର : ଚାଷୀ ପ୍ରସଙ୍ଗକୁ ନେଇ ଆନ୍ଦୋଳନ ଜୋରଦାର କରିବା ଲାଗି ବିଜେଡି ପାଗ ଭିଡିଛି। ଦୁଇ ଦିନ ତଳେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଚାଷୀ ସଂଗଠନର ମୁଖିଆ ଦାୟିତ୍ବରେ ନିଯୁକ୍ତି ଦିଆଯାଇଥିଲା। ଏବେ ଦଳ ନିଷ୍ପତ୍ତି ନେଇଛି, ଚାଷୀ ପ୍ରସଙ୍ଗକୁ େନଇ ଦିଲ୍ଲୀ ପର୍ଯ୍ୟନ୍ତ ଯିବ ଓ ଚାଷୀର ପ୍ରାପ୍ୟ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହିତ ସିଧା ଲଢିବ।

ଯଦିଓ ଠୋସ୍ ଭାବେ ଦଳ ଏେନଇ େଘାଷଣା କରିନାହିଁ, କିନ୍ତୁ ଜାନୁଆରି ୬ ତାରିଖରେ ଦଳର େନତାମାେନ ଦିଲ୍ଲୀ ଯିବା ଲାଗି େଯାଜନା କରିଛନ୍ତି। ୭ ଓ ୮ ତାରିଖରେ ବିେକ୍ଷାଭ କରିବେ ଓ ରାଷ୍ଟ୍ରପତିଙ୍କୁ େଭଟି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ସ୍ମାରକ ପତ୍ର ଦେବେ। ଏହି ଦିଲ୍ଲୀ ଚଲୋ ଅଭିଯାନରେ ଅନ୍ୟ ପ୍ରମୁଖ ଧାନ ଉତ୍ପାଦନକାରୀ ରାଜ୍ୟଗୁଡିକୁ ମଧ୍ୟ ସାମିଲ କରିବାକୁ ଯୋଜନା ହେଉଛି । ବିେଜଡିର ଜଣେ େନତା କହିଛନ୍ତି, ପୂର୍ବରୁ ଦଳ ପକ୍ଷରୁ ଏ ପ୍ରସଙ୍ଗରେ ରାଜଭବନ ସାମ୍ନାରେ ବିେକ୍ଷାଭ କରାଯାଇଥିଲା। ତଥାପି କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗିଲାନି। ଏଣୁ ଦିଲ୍ଲୀ ଯାଇ ଦଳ ଏ େନଇ ଦାବି ରଖିବାକୁ େଯାଜନା କରୁଛି। େକନ୍ଦ୍ର ସରକାର କ୍ଷମତାକୁ ଆସିବା ପୂର୍ବରୁ ଯାହା ପ୍ରତିଶ୍ରୁତି େଦଇଥିଲେ, େସ ଅନୁସାରେ ସ୍ବାମୀନାଥନ୍ କମିଟି ରିେପାର୍ଟକୁ ମାନି ଧାନର ଉତ୍ପାଦନ ଖର୍ଚ୍ଚର େଦଢ ଗୁଣା ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରନ୍ତୁ। କେନ୍ଦ୍ର ସରକାର ଅନ୍ୟ ସବୁ ଫସଲ ଉପରେ ଏମଏସପି ଯଥେଷ୍ଟ ବୃଦ୍ଧି କରିଥିବା ବେଳେ ଗତ ଜୁନରେ ଧାନ ଉପରେ ଏମଏସପି ମାତ୍ର ୨୦୦ ଟଙ୍କା ବୃଦ୍ଧି କରିଥିଲେ ।

ଉଲ୍ଲେଖଯୋଗ୍ୟ, ୨୦୧୪ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନରେନ୍ଦ୍ର ମୋଦୀ ପ୍ରତିସ୍ରୁତି ଦେଇଥିଲେ ଯେ, ବିଜେପି ସରକାର କେନ୍ଦ୍ରରେ କ୍ଷମତାକୁ ଆସିଲେ ଚାଷୀଙ୍କୁ ସେମାନଙ୍କ ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣା ଏମଏସପି ପ୍ରଦାନ ଦିଆଯିବ। କିନ୍ତ କ୍ଷମତାକୁ ଆସିବାର ପାଞ୍ଚ ବର୍ଷ ପୂରିବାକୁ ଯାଉଛି, ପ୍ରଧାନମନ୍ତ୍ରୀ ଚାଷୀଙ୍କ ପ୍ରତି ତାଙ୍କର ଏ ଦାୟିତ୍ବ ଭୁଲି ଯାଇଛନ୍ତି। ଏଣୁ କେନ୍ଦ୍ର ସରକାରଙ୍କୁ ତାଙ୍କ ପ୍ରତିଶ୍ରୁତି ମନେ ପକାଇ ଦେବା ସହ ଦିଲ୍ଲୀ ଦରବାରରେ ନିଜର ଦାବି ଜୋରଦାର କରିବାକୁ ବିଜେଡି ଦିଲ୍ଲୀରେ ପ୍ରତିବାଦ କରିବାକୁ ଯୋଜନା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe