ବିଜେଡି ବନାମ ବିଜେପି: ରାଜଧାନୀରେ ଦୁଇ ଦଳର ହାଇଭୋଲଟେଜ ସଭା

ବିଜେଡି ବନାମ ବିଜେପି: ରାଜଧାନୀରେ ଦୁଇ ଦଳର ହାଇଭୋଲଟେଜ ସଭା

ଭୁବନେଶ୍ୱର: ବିଜେଡିର ବରମୁଣ୍ଡା ପଡିଆ ଓ ବିଜେପିର ଜନତା ମଇଦାନ | ବିଜେଡି ପକ୍ଷରୁ ଦୁଇ ଦିନିଆ ତାଲିମ ଶିବିର ସାଙ୍ଗକୁ ବିଜେପିର ଶକ୍ତି କେନ୍ଦ୍ର କାର୍ଯ୍ୟକର୍ତା ସମାବେଶ | ଦୁଇ ଦଳର ଦୁଇଟି ହାଇଭୋଲଟେଜ ସଭାକୁ ନେଇ ଆଜି ରାଜଧାନୀ କମ୍ପିଛି | ବିଜେପିର ସଭାରେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଯୋଗ ଦେଇଥିବାବେଳେ ବିଜେଡି ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ଯୋଗ ଦେଇଛନ୍ତି | ବିଜେପି ସଭାରେ ଆଜି ସାଂସଦ ତଥା ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ କହିଛନ୍ତି ଯେ ୧୯୯୭,୯୮ରେ ବାଜପେୟୀ ଭୁବନେଶ୍ୱରରେ ସଭା କରିଥିଲେ । ୨୫ ବର୍ଷ ପୂର୍ବରୁ ପରିବର୍ତ୍ତନର ମୁଡ୍ ଦେଖିବାକୁ ମିଳିଥିଲା । ଏବେ ପୁଣି ଓଡିଶାବାସୀଙ୍କଠାରେ ପରିବର୍ତ୍ତନର ମୁଡ୍ ଦେଖିବାକୁ ମିଳୁଛି । ପରିବର୍ତ୍ତନର ପଦଧ୍ଵନୀ ଶୁଭିଲାଣି । ଯେଉଁ ସବୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଅଛି ବିକାଶ ଏବଂ ପରିବର୍ତ୍ତନର ଧାରା ଦେଖିବାକୁ ମିଳୁଛି । ଲୋକସଭାରେ ପ୍ରତିଫଳନ ହେଉଛି । କିନ୍ତୁ ଓଡିଶାରେ ବିକାଶ ପଛେଇଛି । ଓଡ଼ିଶାରେ ପରିବର୍ତ୍ତନ ଓ ବିକାଶର ଆବଶ୍ୟକତା ଅଛି । ଯେଉଁମାନେ ଅଛନ୍ତି ସେମାନଙ୍କର ଇଚ୍ଛା ଶକ୍ତି ନାହିଁ କି ସାମର୍ଥ୍ୟ ନାହିଁ । ନଡ୍ଡା ଆସିଛନ୍ତି ବିଜୟର ମନ୍ତ୍ର ଦେବେ । ଆଗାମୀ ନିର୍ବାଚନରେ ବିଜେପି ଯଶସ୍ୱି ହେବ । ବିଜେପି ସରକାର ଗଠନ ପାଇଁ ସଂକଳ୍ପ ନେବାକୁ ସୁରେଶ ପୂଜାରୀ ଆହ୍ୱାନ ଦେଇଛନ୍ତି ।

publive-image

ଆଉ ଏହାକୁ କାଉଣ୍ଟର କରି ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି ଓଡ଼ିଶାର ହକ ପାଇଁ ଲଢିବ ବିଜେଡି। ୬ ଲକ୍ଷ ଆଦିବାସୀଙ୍କୁ ଆବାସ ମିଳିଲା ନାହିଁ।।ନବୀନ ବାରମ୍ବାର କହିବା ପରେ ବି ଶୁଣୁ ନାହାନ୍ତି। ଓଡ଼ିଶାବାସୀଙ୍କ ହକକୁ ମାରି ରାଜନୀତି କଲେ ସଫଳ ହେବେନି। ଅଷ୍ଟମ ଅନୁଛେଦରେ ଭାଷାକୁ ସାମିଲ କଲେନି କେନ୍ଦ୍ର ସରକାର। ବିଆରଜିଏଫ ଯୋଜନା ବନ୍ଦ ପରେ କେବିକେ ଯୋଜନା କାର୍ଯ୍ୟକାରୀ କଲେ ରାଜ୍ୟ ସରକାର। ଅନ୍ୟ ଯୋଜନା ବନ୍ଦ ପରେ ରାଜ୍ୟ ସରକାର ନିଜସ୍ବ ଯୋଜନାରେ ସୁବିଧା ଦେଲେ। ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ନବୀନ ଆଗକୁ ଆସିଲେ କିନ୍ତୁ କେନ୍ଦ୍ର ଶୁଣୁନି।ପଦଯାତ୍ରାରେ ଏହି ପ୍ରଶ୍ନ ପଚାରିବ ବିଜେଡି। ଉଷୁନା ଚାଉଳ ଉଠାଉନି ଏଫସିଆଇ। ମୁଖ୍ୟମନ୍ତ୍ରୀ ଲଢ଼ିବା ପରେ ସାମୟିକ ସମୟ ପାଇଁ ସମସ୍ୟା ସମାଧାନ ହେଲା। ରାଜ୍ୟରୁ ଟିକସ ନେଇ ଅଧା ଅର୍ଥ ନେଇ ବାହା ବାହା ନେଇଛି କେନ୍ଦ୍ର। ୩୩ ଯୋଜନାରେ ଅର୍ଥକାଟ କରାଯାଇଥିବାବେଳେ ୮ଟି ଯୋଜନାକୁ କେନ୍ଦ୍ର ସରକାର ବନ୍ଦ କରିଦେଇଛନ୍ତି । ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଓଡ଼ିଶାର ହକ। କେନ୍ଦ୍ର ସରକାର ୯୦ ପ୍ରତିଶତ ଓ ରାଜ୍ୟ ସରକାର ୧୦ ପ୍ରତିଶତ ଅର୍ଥ ଦେବା କଥା। କିନ୍ତୁ କେନ୍ଦ୍ର ସରକାର ଶୁନୁନି। ବିଜେଡିରେ ମାଲିକ ଦିଲ୍ଲୀରେ ବସିନାହାନ୍ତି। ସାଢେ଼ ୪ କୋଟି ଓଡ଼ିଆ ବିଜେଡିର ବସ। ନବୀନଙ୍କ ପରିବାର ସାଢେ଼ ୪ କୋଟି ଓଡ଼ିଶାବାସୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe