BJD will be completely destroyed: Former student president quits party
ଭୁବନେଶ୍ବର: ପୂର୍ବତନ ଛାତ୍ର ବିଜେଡି ସଭାପତି ହରିଶଙ୍କର ରାଉତ ଦଳ ଛାଡିଛନ୍ତି।ସେ ତିନି ଫର୍ଦ୍ଦର ଅଭିଯୋଗ ଦାଖଳ କରିଛନ୍ତି। ଛାତ୍ର ବିଜେଡି ସଭାପତି ଏବଂ ଯୁବ ବିଜେଡି ସଭାପତି ଭିକେ ପାଣ୍ଡିଆଙ୍କ ନିର୍ଦ୍ଦେଶରେ ହୋଇଥିବା ସେ ଅଭିଯୋଗ କରିଛନ୍ତି । ଯେଉଁମାନେ ପାଣ୍ଡିଆନଙ୍କ ନିର୍ଦେଶରେ କାମ କରୁଛନ୍ତି ସେମାନଙ୍କୁ ପଦପଦବୀ ମିଳୁଛି । ମୋତେ ତିନି ତିନିଥର ପ୍ରତିଶ୍ରୁତି ଦେଇ ଧୋକା ଦେଇଛି ଦଳ । ଜଣେ ଅଣ ଓଡ଼ିଆ ପାଣ୍ଡିଆନଙ୍କ ଯୋଗୁ ଦଳ ୨୦୨୪ ନିର୍ବାଚନରେ ଦଳ ପରାଜିତ ହେଲା । ଆଗକୁ ଦଳ ସମ୍ପୂର୍ଣ୍ଣ ଭାଙ୍ଗିଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୂର୍ବତନ ଛାତ୍ର ବିଜେଡି ସଭାପତି ।
ଛାତ୍ର ନେତା ହରିଶଙ୍କର ରାଉତ ଆଭ୍ୟନ୍ତରୀଣ ଗୋଷ୍ଠୀ ବିବାଦକୁ କାରଣ ଦର୍ଶାଇ ଏବଂ ବରିଷ୍ଠ ବ୍ୟୁରୋକ୍ରାଟରୁ ରାଜନୈତିକ ରଣନୀତିଜ୍ଞ ହୋଇଥିବା ଭିକେ ପାଣ୍ଡିଆନଙ୍କ ଉପରେ ଦଳୀୟ ନିଷ୍ପତ୍ତି ଏକଚାଟିଆ କରିବାର ଅଭିଯୋଗ ଆଣି ବିଜେଡିରୁ ଇସ୍ତଫା ଦେଇଛନ୍ତି।
ସେ କହିଛନ୍ତି, ମୁଁ ଦଳ ସହ କେବେ ବିଶ୍ୱାସଘାତ କାମ କରିନି, ନିଷ୍ଠା ର ସହ ୨୦ ବର୍ଷ କାମ କରିଛି,କିନ୍ତୁ ଦଳ ମୋତେ ୩ ଥର ମିଥ୍ୟା ପ୍ରତିଶୃତି ଦେଇ ମୋ ପ୍ରତି ଅବିଚାର କରିଛି।
ଦଳରେ ମୋର ୨୦ ବର୍ଷର ତପସ୍ୟାକୁ  ନଷ୍ଟ କରିଥିବା ନେତୃତ୍ୱଙ୍କୁ ପ୍ରଭୁ ଶ୍ରୀଜଗନ୍ନାଥ ନିଶ୍ଚିତ ଭାବେ ଉତ୍ତର ଦେବେ। କେବେଳ ସମୟକୁ ଅପେକ୍ଷା। ରାଉତ ଅଭିଯୋଗ କରିଛନ୍ତି, ଛାତ୍ର ଏବଂ ଯୁବ ଶାଖା ସଭାପତିଙ୍କ ଚୟନ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ  ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଅଣଦେଖା କରି କରାଯାଇଥିଲା। ପାଣ୍ଡିଆନ ଦଳର କାର୍ଯ୍ୟକାରିତାକୁ ନିୟନ୍ତ୍ରଣ କରୁଛନ୍ତି ବୋଲିସେ ଅଭିଯୋଗ କରିଛନ୍ତି। 
  
 Follow Us