ମହିଳାଙ୍କ ସମ୍ମାନ ରକ୍ଷା ପାଇଁ ଲଢ଼େଇ ଜାରି ରଖିବ ବିଜେଡି: ନବୀନ

Advertisment

କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ନିର୍ବାଚିତ ପ୍ରତିନିଧି ଓ ପଦାଧିକାରୀମାନଙ୍କ ବୈଠକ ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି। ବୈଠକରେ ଉଦ୍‌ବୋଧନ ଦେଇ ଦଳର ସଭାପତି ନବୀନ ପଟ୍ଟନାୟକ କହିଥିଲେ, ବିଜେଡି ସରକାରର ୨୪ ବର୍ଷ ଶାସନରେ ରାଜ୍ୟରେ ଗରିବୀ ୭୦ ପ୍ରତିଶତରୁ ୧୦ ପ୍ରତିଶତ କମିଛି।

କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ନିର୍ବାଚିତ ପ୍ରତିନିଧି ଓ ପଦାଧିକାରୀମାନଙ୍କ ବୈଠକ ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି। ବୈଠକରେ ଉଦ୍‌ବୋଧନ ଦେଇ ଦଳର ସଭାପତି ନବୀନ ପଟ୍ଟନାୟକ କହିଥିଲେ, ବିଜେଡି ସରକାରର ୨୪ ବର୍ଷ ଶାସନରେ ରାଜ୍ୟରେ ଗରିବୀ ୭୦ ପ୍ରତିଶତରୁ ୧୦ ପ୍ରତିଶତ କମିଛି।

ଆଜି ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ନିର୍ବାଚିତ ପ୍ରତିନିଧି ଓ ପଦାଧିକାରୀମାନଙ୍କ ବୈଠକ ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି। ବୈଠକରେ ଉଦ୍‌ବୋଧନ ଦେଇ ଦଳର ସଭାପତି ନବୀନ ପଟ୍ଟନାୟକ କହିଥିଲେ, ବିଜେଡି ସରକାରର ୨୪ ବର୍ଷ ଶାସନରେ ରାଜ୍ୟରେ ଗରିବୀ ୭୦ ପ୍ରତିଶତରୁ ୧୦ ପ୍ରତିଶତ କମିଛି। କଳାହାଣ୍ଡି ଓ ନବରଙ୍ଗପୁର ସମେତ ସାରା ରାଜ୍ୟର ବିକାଶ ପାଇଁ ବିଜେଡି ସରକାର ସମୟରେ ଅନେକ କାମ ହୋଇଛି। ବିଭିନ୍ନ କ୍ଷେତ୍ରରେ କଳାହାଣ୍ଡିର ବିକାଶ ଯଥା ମେଡିକାଲ କଲେଜ, ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜ ଓ ଶିଳ୍ପ ଭିତ୍ତିଭୂମି ଆଦି କଳାହାଣ୍ଡିର ପରିଚୟ ଉଜ୍ଜଳ କରିଛି। 

ଦରଦାମ ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ, ପନିପରିବା ଠାରୁ ଆରମ୍ଭ କରି ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ସାଧାରଣ ଲୋକଙ୍କୁ ଅତିଷ୍ଠ କଲାଣି। ସାଧାରଣ ଲୋକଙ୍କ ସ୍ୱାର୍ଥର ସୁରକ୍ଷା ଓ ମହିଳାଙ୍କ ସମ୍ମାନ ପାଇଁ ବିଜେଡି ଲଢ଼େଇ ଜାରି ରଖିବ। ବିଜେଡି ସରକାରରେ ଥିବା ବେଳେ ଲୋକଙ୍କ ପାଇଁ ଅନେକ ଭଲ କାମ କରିଥିଲା। ଲୋକଙ୍କ ଭଲ ପାଇବା ଏବେ ବି ଆମ ସହିତ ରହିଛି। ତେଣୁ ଲୋକଙ୍କ ସେବା ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ। ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର ଉଭୟ ବୈଠକ ସଂଯୋଜନା କରିଥିଲେ। ବିଧାୟକ ମନୋହର ରନ୍ଧାରୀ, ଦିବ୍ୟଶଙ୍କର ମିଶ୍ର, ମନୋରମା ମହାନ୍ତି ଓ ପ୍ରଦୀପ ଦିଶାରୀ, ପୂବର୍ତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଓ ରମେଶ ମାଝୀ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀଙ୍କ ସମେତ ବିଭିନ୍ନ ବ୍ଲକର ଅଧ୍ୟକ୍ଷ ଓ କର୍ମକର୍ତ୍ତାମାନେ ଉଦ୍‌ବୋଧନ ଦେଇଥିଲେ। 

ନବରଙ୍ଗପୁର, କଳାହାଣ୍ଡି ବିଜେଡି କର୍ମକର୍ତ୍ତାଙ୍କ ବୈଠକ 
ଦର ବୃଦ୍ଧି ଲୋକଙ୍କୁ ଅତିଷ୍ଠ କଲାଣି

୨୬ରେ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ 

ଭୁବନେଶ୍ବର: ତେନ୍ତୁଳିଖୁଣ୍ଟି ବ୍ଲକରେ ଜଣେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଜେଡି ପକ୍ଷରୁ ୨୬ ତାରିଖରେ ୧୨ ଘଣ୍ଟିଆ ହରତାଳ ଡାକରା ଦିଆଯାଇଛି। ଆଜି ଶଙ୍ଖ ଭବନରେ ଜିଲ୍ଲାର କର୍ମକର୍ତ୍ତାଙ୍କ ବୈଠକରେ ଏହି ସୂଚନା ଦିଆଯାଇଛି। ଜିଲ୍ଲାର ନେତାମାନେ କହିଥିଲେ, ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଅଧୀନରେ କଟଗାଁ ଗ୍ରାମର ଜଣେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଝିଅଟି ଗାଧୋଇବା ପାଇଁ ଗାଁ ପୋଖରୀକୁ ଯାଇଥିଲା ବେଳେ ଆଉ ଫେରି ନଥିଲା। ତା’ର ବାପା-ମା’ ଖୋଜାଖୋଜି କରିବା ପରେ ଗ୍ରାମ ଠାରୁ ଅନତି ଦୂରରେ ଝିଅ ବିବସ୍ତ୍ର ଶବ ମିଳିଥିଲା। ତାଙ୍କ ଝିଅକୁ ଦୁଷ୍କର୍ମ କରିବା ସହ ମାରି ଦେଇଛନ୍ତି ବୋଲି ବାପା-ମା’ ଥାନାରେ ଏତଲା ଦେଇଥିଲେ। କିନ୍ତୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଏହାର ପ୍ରତିବାଦରେ ନବରଙ୍ଗପୁର ଜିଲ୍ଲା ବିଜେଡି ୨୬ ତାରିଖ ଦିନ ସମ୍ପୂର୍ଣ୍ଣ ଜିଲ୍ଲାରେ ହରତାଳ ଡାକରା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe