ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ ବିଜେଡି, ସାଂସଦଙ୍କ ସଂକେତ

Advertisment
ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ ବିଜେଡି, ସାଂସଦଙ୍କ ସଂକେତ

times of india

ଭୁବନେଶ୍ବର: ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରିବା ପ୍ରସଙ୍ଗରେ ବିଜେଡି ସାଂସଦ ଅମର ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ବିଜେଡି ସମର୍ଥନ ଦେବ ବୋଲି ପରୋକ୍ଷରେ ସେ ସଂକେତ ଦେଇଛନ୍ତି।
ଅମର ପଟ୍ଟନାୟକ କହିଛନ୍ତି, ମୁଖ୍ୟମନ୍ତ୍ରୀ ଏବେ ବିଦେଶ ଗସ୍ତରେ ଅଛନ୍ତି। କିନ୍ତୁ ଟ୍ୱିଟରେ ସେ କହିଛନ୍ତି, ଏହା ଓଡ଼ିଶା ପାଇଁ ଗର୍ବ। ପ୍ରଧାନମନ୍ତ୍ରୀ ତାଙ୍କ ସହ ଏ ବିଷୟରେ ପୂର୍ବରୁ ମଧ୍ୟ ଆଲୋଚନା କରିଥିଲେ। ସେଥିଲାଗି ସେ ଖୁସି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ ଯାହା ସନ୍ଦେଶ ଦେଉଛି, ଆପଣମାନେ ଯାହା ଆକଳନ କରୁଛନ୍ତି, ତାହା ସତ। ଆପଣମାନଙ୍କ ଆକଳନରେ କିଛି ଭୁଲ ନାହିଁ । ଜାତୀୟ ରାଜନୀତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୂମିକା ସବୁ କ୍ଷେତ୍ରରେ ରହିଆସୁଛି। ଯେକୌଣସି ପ୍ରମୁଖ ବିଲରେ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନକୁ ବିଜେପି ସବୁବେଳେ ଚାହୁଁଛି। ଏଥର ବି ସମର୍ଥନ ଲୋଡ଼ିଛି।

ଆମର ରାଜ୍ୟର ଆଦିବାସୀଙ୍କର କିଭଳି ଉନ୍ନତି ହୋଇପାରିବ, ସେ ବିଷୟରେ କହି ଆସିଛନ୍ତି, ଲେଖି ଆସିଛନ୍ତି। ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ନେଇ ଯେଉଁଭଳି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହୋଇଥିଲେ, ଏଥିରୁ ଜାତୀୟ ସ୍ତରରେ ନବୀନ ପଟ୍ଟନାୟକଙ୍କର କିଭଳି ପ୍ରଭାବ ରହୁଛି, ତାହା ଜାଣିପାରୁଥିବେ। ନବୀନ ସବୁବେଳେ କୁହନ୍ତି, ମହିଳାମାନେ ବିକାଶର ଡବଲ ଇଞ୍ଜିନ। ତେଣୁ ମହିଳା ପ୍ରାର୍ଥୀ ଚୟନ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଭୂମିକା ଥାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe