ଯାଜପୁର: ପୋଛିନେଲା ବିଜେଡି; ଅମର, ପ୍ରଣବ, ପ୍ରମିଳା, ପ୍ରୀତି ଓ ଜିତୁ ଜିତିଲେ

Advertisment

ବରୀ ଓ କୋରେଇ ବିଧାନସଭାକୁ ନୂଆ ମୁହଁ

ବରୀ ଓ କୋରେଇ ବିଧାନସଭାକୁ ନୂଆ ମୁହଁ

ଯାଜପୁର: ପୋଛିନେଲା ବିଜେଡି; ଅମର, ପ୍ରଣବ, ପ୍ରମିଳା, ପ୍ରୀତି ଓ ଜିତୁ ଜିତିଲେ

ଯାଜପୁରରୋଡ଼ : ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଆଜି ଭୋଟ ଗଣତି ପରେ ଯାଜପୁର ଲୋକସଭା ଅଧୀନସ୍ଥ ସମସ୍ତ ବିଧାନସଭା ଆସନରେ ବିଜେଡି ବାଜିମାତ କରିଛି। ପ୍ରଶାସିକା ଚାକିରି ଛାଡ଼ି ରାଜନୀତି ମଇଦାନକୁ ଓହ୍ଲାଇଥିବା ଶର୍ମିଷ୍ଠା ସେଠୀ ବିପୁଳ ଭୋଟ ବ୍ୟବଧାନରେ ସାଂସଦ ରୂପେ ବିଜୟ ଲାଭ କରିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଅମିୟ ମଲ୍ଲିକଙ୍କୁ ପରାସ୍ତ କରିଛନ୍ତି। କଂଗ୍ରେସର ମାନସ ଜେନା ବହୁ ପଛରେ ରହିଛନ୍ତି।

ଯାଜପୁରର ୭ଟି ବିଧାନସଭା ଆସନ ମଧ୍ୟରୁ କୋରେଇ ଓ ବରୀରେ ନୂଆମୁହଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ହେଁ ବିଜେଡିକୁ କୌଣସି ଫରକ ପଡ଼ିନାହିଁ। ବିଜେଡି ସବୁଯାକ ଆସନ ପୋଛି ନେଇଛି। ଯାଜପୁରର ୭ଟି ଆସନ ମଧ୍ୟରୁ ୫ଟିରେ ବିଜେଡି ଓ ଦୁଇଟିରେ କଂଗ୍ରେସ ଓ ବିଜେପି ବିଜୟୀ ହେବେ ବୋଲି ଯେଉଁ ଚର୍ଚ୍ଚା ଚାଲିଥିଲା ତାହା ପୁଣି ଭୁଲ ପ୍ରମାଣିତ ହୋଇଛି।

ଯାଜପୁର ନିର୍ବାଚନ ମଣ୍ଡଳୀରେ ପ୍ରଣବ ପ୍ରକାଶ ଦାସ ତାଙ୍କ ନକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଗୌତମ ରାୟଙ୍କୁ ପରାସ୍ତ କରିଥିବା ‌ବେଳେ ଧର୍ମଶାଳାରେ ପ୍ରଣବ ବଳବନ୍ତରାୟ ବିଜୟୀ ହୋଇଛନ୍ତି। ବିଂଝାରପୁରରେ ପ୍ରମିଳା ମଲ୍ଲିକ ତାଙ୍କ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ବବିତା ମଲ୍ଲିକଙ୍କୁ ପରାସ୍ତ କରିଥିବା ବେଳେ ବଡ଼ଚଣାରେ ଅମରପ୍ରସାଦ ଶତପଥୀ ବିଜୟୀ ହୋଇଛନ୍ତି। ସୁକିନ୍ଦାରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇଙ୍କ ସୁପୁତ୍ର ଇଂ ପ୍ରୀତିରଂଜନ ଘଡ଼ାଇ ପୁଣି ଥରେ ବିଜୟୀ ହୋଇଛନ୍ତି। କୋରେଇରେ ଅଶୋକ ବଳ ଏବଂ ବରୀରେ ସୁନନ୍ଦା ଦାସ ନୂଆ ମୁହଁ ହୋଇଥିଲେ ହେଁ ସୁନନ୍ଦା ବିଜେପି କ୍ୟାମ୍ପ ଛାଡ଼ି ବିଜେଡିରେ ଯୋଗଦେଇ ବିଜୟୀ ହୋଇ ପାରିଛନ୍ତି। ପ୍ରମିଳା, ବବି, ପ୍ରଣବଙ୍କ ଭୋଟ ବ୍ୟବଧାନ କମିଥିବା ବେଳେ ଡାନିଙ୍କ ଭୋଟ ବ୍ୟବଧାନ ବଢ଼ିଛି। ଦୁଇ ନୂଆମୁହଁ ମଧ୍ୟ ସେମାନଙ୍କ ବିଜୟୀକୁ ସୁଗମ କରିପାରିଛନ୍ତି।

ବିଂଝାରପୁରର ଆସନରୁ ପ୍ରମିଳା ମଲିକ ଷଷ୍ଠଥର ପାଇଁ ବାଜିମାତ କରିଛନ୍ତି। ଥରେ ଜନତା ଦଳରୁ ଏବଂ ପାଞ୍ଚ ପାଞ୍ଚ ଥର ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀ ହୋଇ ବିଜୟ ହାସଲ କରିଛନ୍ତି।

ଶାସକ ଦଳର ମୁଖ୍ୟ ସଚେତକ ଥାଇ ଚଳିତ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଅମରପ୍ରସାଦ ଶତପଥୀ ପୁଣି ବାଜିମାତ ମାରିଛନ୍ତି। ୨୦୦୯ ନିର୍ବାଚନରେ ୧୦୬୪୯ ଅଧିକ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ୨୦୧୪ରେ ୧୬୯୩୯ ଟି ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ। ମାତ୍ର ଚଳିତ ନିର୍ବାଚନରେ ବିଜୟୀ ହୋଇଥିଲେ ହେଁ ଭୋଟ ବ୍ୟବଧାନ ହାର ଢେର କମିଯାଇଛି। ଚଳିତଥର ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଅମର ନାୟକଙ୍କଠାରୁ ୧୩୯୨ଟି ଅଧିକ ଭୋଟ ପାଇଛନ୍ତି। ବିଜେଡି ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ (ଜିତୁ) ପୁଣି ଜିତାପଟ ମାରିଛନ୍ତି। ଚଳିତ ଥର ସେ ୪୭ ହଜାର ୭୨୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେହିପରି ପ୍ରଣବ ପ୍ରକାଶ ଦାସ ୩୭ ହଜାର ୩୭୭ େଭାଟରେ ବିଜୟୀ େହାଇଛନ୍ତି। େପାଷ୍ଟାଲ ବାଲାଟା ମିଶିଲେ ଏହି ସଂଖ୍ୟା ବଢିପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe