ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ଠାରେ ଖାଲି ପଡ଼ିଥିବା ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଆଜି ଉପନିର୍ବାଚନ ହୋଇ ଯାଇଛି। ବିଜେଡି ଓ ବିଜେପି ପକ୍ଷରୁ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଜେଡି ସମର୍ଥିତ ସମିତିସଭ୍ୟ ଗୁପ୍ତପ୍ରସାଦ ଝାଙ୍କର ବିଜୟ ଲାଭ କରିଛନ୍ତି। ବିପକ୍ଷରେ ଲଢେଇ କରୁଥିବା ବିଜେପି ସମର୍ଥିତ ସମିତିସଭ୍ୟ ତୃପ୍ତିରଞ୍ଜନ ମାଝୀ ପରାଜୟ ସ୍ବୀକାର କରିଛନ୍ତି।
ସୂଚନା ଅନୁଯାଇ ଗତ ସାଧାରଣ ନିର୍ବାଚନରେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ନବିନା ନାୟକ ନିଜ ପଦରୁ ଇସ୍ତପା ଦେଇ ବିଜେଡ଼ି ବିଧାୟକ ପ୍ରାର୍ଥୀ ଭାବେ ଲଢେଇ କରିଥିଲେ। ସେହି ଦିନ ଠାରୁ ଉକ୍ତ ପଦବି ଖାଲି ପଡ଼ିଥିବା ବେଳେ କିଛି ମାସ ପାଇଁ ବ୍ଲକ ଉପାଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର କାର୍ଯ୍ୟଭାର ସମ୍ଭାଳି ଥିଲେ। ଏହି ପଦବି ପାଇଁ ଆନୁଷ୍ଠାନିକ ଭବେ ଆଜି ଉପ ନିର୍ବାଚନ ହୋଇ ଯାଇଛି। ଆଜି ଦିନ ୧୨ ଟା ୩୦ ମିନିଟ ରୁ ଆରମ୍ଭ ହୋଇ ୧ ଟା ୩୦ ମିନିଟ ପର୍ଯ୍ୟନ୍ତ ନିର୍ବାଚନ ହୋଇଥିଲା। ୨ ଟା ସମୟରେ ଭୋଟ ଗଣତି ହୋଇଥିଲା। କସକଙ୍ଗା ପଞ୍ଚାୟତ ସମିତିସଭ୍ୟ ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର ରାଇଘର ବ୍ଲକର ନୂତନ ଅଧକ୍ଷ ଭାବେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ପ୍ରୀତିରଞ୍ଜନ ରଥ ଘୋଷଣା କରିଥିଲେ। ବିଜେଡ଼ି ସମର୍ଥିତ ଗୁପ୍ତ ପ୍ରସାଦ ଝାଙ୍କରଙ୍କୁ ୧୬ ଗୋଟି ଭୋଟ ମିଳିଥିବା ବେଳେ ବିଜେପି ସମର୍ଥିତ ପାର୍ଥି ତୃପ୍ତି ରଞ୍ଜନ ମାଝୀ ଙ୍କୁ ୭ ଗୋଟି ଭୋଟ ମିଳିଥିଲା। ଗୋଟିଏ ଭୋଟ ନାକଚ ହୋଇଥିବା ବେଳେ କଚରାପାରା ପଞ୍ଚାୟତ ଓ କାଉଡଲା ପଞ୍ଚାୟତରେ ସମିତିସଭ୍ୟ ପଦ ଖାଲି ରହିଛି। ନିର୍ବାଚନ ସମୟରେ ପୂର୍ବତନ ସାଂସଦ ତଥା ମନ୍ତ୍ରୀ ରାମେଶ ଚନ୍ଦ୍ର ମାଝୀ ଉପସ୍ଥିତ ରହିଥିଲେ।
Follow Us