ମୟୂରଭଂଜ ୫୬ ନମ୍ବର ଜିଲ୍ଲାପରିଷଦ ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ

Advertisment

୧୦ହଜାର ୪୨୩ ଖଣ୍ଡ ଭୋଟ୍‌ରେ ଜିତିଲା ବିଜେଡି, ବିଜେପିକୁ ମିଳିଲା ୪୯୨୮ଖଣ୍ଡ ଭୋଟ୍‌

୧୦ହଜାର ୪୨୩ ଖଣ୍ଡ ଭୋଟ୍‌ରେ ଜିତିଲା ବିଜେଡି, ବିଜେପିକୁ ମିଳିଲା ୪୯୨୮ଖଣ୍ଡ ଭୋଟ୍‌

ମୟୂରଭଂଜ ୫୬ ନମ୍ବର ଜିଲ୍ଲାପରିଷଦ ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ

ବାରିପଦା/ସାରସକଣା: ଉପନିର୍ବାଚନରେ ବିଜେଡିର ବିଜୟଧାରା ଅବ୍ୟାହତ ରହିଛି। ଗତ ବିଜାତଳା ଜିଲ୍ଲାପରିଷଦ ଉପନିର୍ବାଚନରେ ବିଜେଡି ବିଜୟୀ ହୋଇଥିଲା। ଆଉ ଆଜି ସାରସକଣା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୫୬ ନମ୍ବର ଜୋନ୍‌ ଜିଲ୍ଲାପରିଷଦ ଆସନରେ ବିଜେଡି ପ୍ରାର୍ଥୀ ତୁଷାରେନ୍ଦୁ ଶେଖର ମହାନ୍ତ ବୃହତ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

ଏଠାରେ ହୋଇଥିବା ମୋଟ ୨୫ହଜାର ୪୧୯ ଖଣ୍ଡ ମତଦାନରୁ ବିଜେଡି ସପକ୍ଷରେ ୧୫,୩୫୧ ଖଣ୍ଡ ଭୋଟ୍‌ ପଡ଼ିଛି। ବିଜେପିକୁ ୪୯୨୮ ଖଣ୍ଡ ଭୋଟ୍‌ ମିଳିଥିବାବେ‌ଳେ ସ୍ବାଧୀନ ପ୍ରାର୍ଥୀଙ୍କୁ ୨୪୩୦, ଜେଏମଏମ ପ୍ରାର୍ଥୀଙ୍କୁ ୧୧୬୩ ଏବଂ କଂଗ୍ରେସ୍‌କୁ ୬୧୮ ଖଣ୍ଡ ଭୋଟ୍‌ ମିଳିଛି। ୯୨୯ ଖଣ୍ଡ ଭୋଟ୍‌ ନାକଚ ହୋଇଛି।

ବିଜେଡି ପ୍ରାର୍ଥୀ ତୁଷାରେନ୍ଦୁ ଏହି ଉପନିର୍ବାଚନରେ ୧୦ହଜାର ୪୨୩ ଖଣ୍ଡ ଭୋଟ୍‌ରେ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ବଂଶୀଧର ବେରାଙ୍କୁ ପରାସ୍ତ କରିଛନ୍ତି। ଶ୍ରୀ ବେହେରା ୨ୟ ସ୍ଥାନରେ ଥିବାବେଳେ ସ୍ବାଧୀନ ପ୍ରାର୍ଥୀ ବିଶ୍ବନାଥ ମହାନ୍ତ କଂଗ୍ରେସ ଓ ଜେଏମଏମକୁ ପଛରେ ପକାଇ ୩ୟ ସ୍ଥାନରେ ରହିଛନ୍ତି। ଜେଏମଏମ ପ୍ରାର୍ଥୀ ପ୍ରଦୀପ କୁମାର ମହାନ୍ତ ୪ର୍ଥ ସ୍ଥାନରେ ରହିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଚିତ୍ତ ବିକାଶ ମହାପାତ୍ର ଶେଷ ସ୍ଥାନରେ ରହିଛନ୍ତି। ରାଜାଲୋକା, ଝାରପୋଖରିଆ, ସିର୍ସା, ଉମାଦେଇପୁର, ପାଣ୍ଡରା, ଜାଲ୍‌ଦା, ଭୁର୍‌ସାଣି, ଧାଙ୍ଗିଡ଼ିଶୋଳ ଭଳି ୮ଟି ପଞ୍ଚାୟତକୁ ନେଇ ଗଠିତ ଏହି ଜୋନ୍‌ରେ ଏଠିକାର ଜିଲ୍ଲାପରିଷଦ ସଦସ୍ୟଙ୍କ ମୃତ୍ୟୁ ପରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଆଜି ଗଣତି ଆରମ୍ଭରୁ ହିଁ ବିଜେଡିର ପଲ୍ଲା ଭାରି ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe