ଆସନ୍ତାକାଲି ପଦ୍ମପୁର ଉପନିର୍ବାଚନ ଫଳ: ବିଜେଡି ନେତାଙ୍କ ଦୃଢ଼ ଆଶା, ବିପୁଳ ଭୋଟରେ ଜିତିବ ଦଳ

Advertisment
ଆସନ୍ତାକାଲି ପଦ୍ମପୁର ଉପନିର୍ବାଚନ ଫଳ: ବିଜେଡି ନେତାଙ୍କ ଦୃଢ଼ ଆଶା, ବିପୁଳ ଭୋଟରେ ଜିତିବ ଦଳ

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନରେ ବିଜେଡି ବିପୁଳ ଭୋଟରେ ବିଜୟୀ ହେବ। ତିନି ବ୍ଲକ (ପଦ୍ମପୁର, ପାଇକମାଳ ଓ ଝାରବନ୍ଧ) ଓ ଏନଏସିରେ ଦଳ ଲିଡ଼ କରିବ। ପଦ୍ମପୁର ଉପନିର୍ବାଚନ ପାଇଁ ଗତ ୫ ତାରିଖ ଦିନ ମତଦାନ ହୋଇଥିଲା ବେଳେ ଏହାର ଫଳକୁ ରାଜ୍ୟବାସୀ ଅପେକ୍ଷା କରିଛନ୍ତି। ତେବେ ନିର୍ବାଚନ ଫଳ ପ୍ରକାଶ ପାଇବା ପୂର୍ବରୁ ବିଜେଡି ଆଶା କରିଛି ଯେ, ଦଳ ପଦ୍ମପୁରରେ ବିଜୟ ହାସଲ କରିବ।

ପଦ୍ମପୁରରେ ଲୋକଙ୍କର ସମସ୍ୟା କଣ ଅଛି, ସରକାରୀ ଯୋଜନା ତଳ ସ୍ତରରେ କେମିତି ପହଁଚୁଛି, ଲୋକଙ୍କ ଆବଶ୍ୟକତା କଣ ରହୁଛି କିପରି ସମସ୍ୟାର ସମାଧାନ କରାଯିବ ବୋଲି ବିଜେଡି ନେତାମାନେ ଆଲୋଚନା କରିଛନ୍ତି। ସେ ସମ୍ପର୍କରେ ୧୫ ତାରିଖ ସୁଦ୍ଧା ବିସ୍ତୃତ ରିପୋର୍ଟ ଦେବା ପାଇଁ ହାଇ କମାଣ୍ଡଙ୍କ ତରଫରୁ ନିର୍ଦେଶ ଦିଆଯାଇଛି। ବିଜୟ ପରେ ଦାୟିତ୍ୱରେ ଥିବା ସବୁ ନେତା ପଦ୍ମପୁର ଯାଇ ଲୋକଙ୍କୁ ଧନ୍ୟବାଦ ଦେବାସହ ସେମାନଙ୍କ ସମସ୍ୟା ସମାଧାନ ଦିଗରେ ଆଲୋଚନା କରିବେ ବୋଲି ବିଜେଡି ସୁପ୍ରିମୋଙ୍କ ସହ ଆଲୋଚନା ପରେ ବିଜେଡି ନେତା ତଥା ବରଗଡ଼ ବିଜେଡି ପର୍ଯ୍ୟବେକ୍ଷକ ସୁଧୀର ସାମଲ, ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ବିଧାୟକ ସାରଦା ନାୟକ, ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ ଓ ପୁଷ୍ପନ୍ଦ୍ର ସିଂଦେଓ ଏହି ସୂଚନା ଦେଇଛନ୍ତି।

ଅନ୍ୟପଟରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି, ଧାମନଗର ଉପନିର୍ବାଚନରେ ବିଜେଡି ଶୋଚନୀୟ ଭାବେ ପରାସ୍ତ ହେଲା। ହେଲେ ପଦ୍ମପୁର ସିଟ୍କୁ ବଞ୍ଚାଇବା ପାଇଁ ଯେ କୌଣସି ପରିସ୍ଥିତିରେ ଜିତିବା ସେମାନଙ୍କର ଲକ୍ଷ୍ୟ ଥିଲା। ଗ୍ରାଉଣ୍ଡ ଜିରୋରେ ବିଜେଡ଼ିର ନେତାମାନେ ଯେଉଁଭଳି ଭାବରେ ସମସ୍ୟାର ସମ୍ମୁଖୀନ ହେଲେ ଭୋଟରଙ୍କ ସହିତ ସେଥିରେ ବିଜେଡିର କେଉଁଠି ନା କେଉଁଠି ସନ୍ଦେହ ସୃଷ୍ଟି କରିଛି। ସେଥିପାଇଁ ଆଜି ସମୀକ୍ଷା ବୈଠକ ନବୀନ ନିବାସରେ ହୋଇଛି। ନବୀନ ବାବୁ କୌଣସି ନିର୍ବାଚନରେ ନଗଲେ ବି ଜିତିବାର ଯେଉଁ ଆସ୍ଫାଳନ ଥିଲା ସେ ଗର୍ବ ଫାଟିଯାଇଛି। ନବୀନ ବାବୁ ନ ଗଲେ ବିଜେଡି ଜିତି ପାରିବ ନାହିଁ ଏ ପ୍ରକାର ଭୟଭୀତରେ ଥିଲେ।

ସୂଚନାଯୋଗ୍ୟ, ପଦ୍ମପୁର ଉପନିର୍ବାଚନ ପାଇଁ ଗତ ୫ ତାରିଖରେ ମତଦାନ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୌହାନୀଙ୍କ ସୂଚନା ଅନୁସାରେ ଏଥର ୮୨.୧ ପ୍ରତିଶତ ଭୋଟିଂ ହୋଇଛି। ମତଗଣନା ଡିସେମ୍ବର ୮ ତାରିଖ ସକାଳ ୮ଟାରୁ ଆରମ୍ଭ ହେବ। ଆଶା କରାଯାଉଛି ଯେ, ମତଗଣନାର ଫଳାଫଳ ସନ୍ଧ୍ୟା ସୁଦ୍ଧା ପ୍ରକାଶ ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe