ବ୍ଲକ ଅଧ୍ୟକ୍ଷ ନିର୍ବାଚନ: ବିଜେଡି ସମର୍ଥିତ ପ୍ରାର୍ଥୀ ଦେଖାଇଲେ ଦମ୍‌

ପଦ୍ମପୁର ଉପନିର୍ବାଚନ, ପ୍ରାର୍ଥୀଙ୍କୁ ମିଳିଲା ଦଳୀୟ ଚିହ୍ନ          

Sambad

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ୧୪ଟି ବ୍ଲକ ପାଇଁ ବ୍ଲକ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। କେଉଁଠି ନିର୍ଦ୍ବନ୍ଦ୍ୱରେ ପ୍ରାର୍ଥୀମାନେ ନିର୍ବାଚିତ ହୋଇଛନ୍ତି ତ ଆଉ କେଉଁଠି ନିର୍ବାଚନରେ ବାଜିମାତ କରିଛନ୍ତି ପ୍ରାର୍ଥୀ। ଏହାରି ଭିତରେ ୧୪ଟି ବ୍ଲକର ଅଧ୍ୟକ୍ଷ/ଅଧ୍ୟକ୍ଷା କିଏ ହେଲେ ତାହା ଜଣାପଡ଼ିଛି।

ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ରଂଜୁବାଳା ବେହେରା ବ୍ଲକ୍‌ ଅଧ୍ୟକ୍ଷା ହୋଇଛନ୍ତି। ସେହିପରି ମୁରିବାହାଲ ବ୍ଲକରେ ବିଜେଡି ସମର୍ଥିତ ପ୍ରାର୍ଥୀ ହରିବନ୍ଧୁ ମେହେର, ସଇନ୍ତଳାରେ ବ୍ଲକରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ମୋନିକା ସିଂଭୋଇ, ଗୁଡ଼ଭେଲା ବ୍ଲକରେ ବେବି ଦୋରା, ଟିଟିଲାଗଡ଼ ବ୍ଲକରେ ବିଜେଡି ସମର୍ଥିତ ସଂଯୁକ୍ତା ନାଏକ, ଆଗଲପୁର ବ୍ଲକରେ ଗୀତାଞ୍ଜଳି ଦାସ, ଲୋଇସିଂହାରେ ଯତୀନ୍ଦ୍ର ପଟେଲ, ପୁଇଁତଲା ବ୍ଲକରେ ବିଜେଡି ସମର୍ଥିତ ପ୍ରାର୍ଥୀ ସରୋଜ ପ୍ରଧାନ, ପାଟଣାଗଡ଼ରେ ବିଜେଡି ସମର୍ଥିତ ନୀଳକାନ୍ତ ବାଗ, ବଲାଙ୍ଗୀର ସଦର ବ୍ଲକ୍‌ରେ ବିଜେଡି ସମର୍ଥିତ ସରିତା ବାଗ, ବେଲପଡ଼ା ବ୍ଲକରେ ବିଜେଡି ସମର୍ଥିତ ପ୍ରାର୍ଥୀ ଟିନା କୁମ୍ଭାର, ଖପ୍ରାଖୋଲରେ ବିଜେଡି ସମର୍ଥିତ ନିରୁପମା ପଟେଲ, ତୁରେକେଲାରେ କଂଗ୍ରେସ ସମର୍ଥିତ ପୂଜା ବେହେରା ଓ ଦେଓଗାଁରେ ଦୟାନିଧି ଖମାରୀ ବ୍ଲକ୍‌ ଅଧ୍ୟକ୍ଷ/ଅଧ୍ୟକ୍ଷା ହୋଇଛନ୍ତି।

ଟିଟିଲାଗଡ଼, ବଲାଙ୍ଗୀର, ପାଟଣାଗଡ଼, ବେଲପଡ଼ା ଓ ଖପ୍ରାଖୋଲରେ ନିର୍ଦ୍ବନ୍ଦ୍ବରେ ବ୍ଲକ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ଅନ୍ୟ ବ୍ଲକ୍‌ଗୁଡ଼ିକରେ ଏକାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ ଏବଂ ଭୋଟିଂ ହୋଇଥିଲା। ପାଟଣାଗଡ଼ ନିର୍ବାଚନମଣ୍ଡଳୀର ତିନୋଟିଯାକ ବ୍ଲକ ବିଜେଡି ସମର୍ଥିତ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି।

ସମୁଦାୟ ଜିଲ୍ଲାରେ ୧୪ଟି ବ୍ଲକରୁ ୭ଟି ବ୍ଲକ ମୁରିବାହାଲ, ଟିଟିଲାଗଡ଼, ବଲାଙ୍ଗୀର ସଦର, ପୁଇଁତଲା, ପାଟଣାଗଡ଼, ବେଲପଡ଼ା, ଖପ୍ରାଖୋଲରେ ବିଜେଡି ସମର୍ଥିତ ପ୍ରାର୍ଥୀ ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବାଜିମାତ କରିଛନ୍ତି। ସେହିପରି ୩ଟି ବ୍ଲକ ତୁରେକେଲା, ସଇଁତଲା ଓ ବଙ୍ଗୋମୁଣ୍ଡାରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଜିଣିଛନ୍ତି। ଅନ୍ୟ ୪ଟି ବ୍ଲକରୁ ସ୍ୱାଧୀନ ତଥା ଅନ୍ୟ ଦଳର ପ୍ରାର୍ଥୀଙ୍କ ସମର୍ଥନ ନେଇ ବ୍ଲକ ଅଧ୍ୟକ୍ଷମାନେ ନିର୍ବାଚିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe