ଭୁବନେଶ୍ବର: ଭଦ୍ରକ ଜିଲ୍ଲାରେ ବିଜେଡି କର୍ମୀ ପ୍ରତାପ ଚନ୍ଦ୍ର ରାଉତଙ୍କ ମୃତ୍ୟୁକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ବିଜେଡି ଅଭିଯୋଗ କରିଛି। ଏଥି ପାଇଁ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କୁ ଟାର୍ଗେଟ୍ କରିଛି ବିଜେଡି। ଆଜି ଦଳର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ନିର୍ବାଚନ କମିସନର୍ଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସ୍ମାରକପତ୍ରରେ ଦର୍ଶାଯାଇଛି ଯେ ବିଜେପି ନେତା ଓ କର୍ମୀମାନେ ପରାଜୟ ଭୟରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଜାରି ରଖିଛନ୍ତି। ସେମାନେ ଆଦର୍ଶ ଆଚରଣ ବିଧିକୁ ମାନିବାକୁ ପ୍ରସ୍ତୁତ ନାହାନ୍ତି। ଭଦ୍ରକ ଜିଲ୍ଲାରେ ବିଜେଡି କର୍ମୀ ପ୍ରତାପ ଚନ୍ଦ୍ର ରାଉତଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ତାଙ୍କ ଇଙ୍ଗିତରେ ହିଁ ଏହି ହତ୍ୟା କରାଯାଇଛି। ପୂର୍ବରୁ ମଧ୍ୟ ବିଜେପି ନେତାମାନେ ତାଙ୍କୁ ବିଜେଡି ପାଇଁ ପ୍ରଚାର ନ କରିବାକୁ ଧମକ ଦେଇଥିଲେ। ଶ୍ରୀ ସାମଲଙ୍କ ସମେତ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ବିଜେପି କର୍ମୀମାନଙ୍କ ତୁରନ୍ତ ଗିରଫ କରିବାକୁ ବିଜେଡି ଦାବି କରିଛି। ବିଜେଡି ପ୍ରତିନିଧି ମଣ୍ଡଳୀରେ ଲେଲିନ୍ ମହାନ୍ତି, ଗୌତମବୁଦ୍ଧ ଦାସ, ସୁଲତା ଦେଓ, ପ୍ରିୟବ୍ରତ ମାଝୀ, ଇପ୍ସିତା ସାହୁ, ଲୋରା ମହାପାତ୍ର, ମଧୁସ୍ମିତା ନାୟକ ଓ ଓମ୍ପ୍ରକାଶ ସାହୁ ସାମିଲ ହୋଇଥିଲେ।
ମନମୋହନଙ୍କ ଇଙ୍ଗିତରେ ବିଜେଡି କର୍ମୀଙ୍କୁ ହତ୍ୟା କରାଯାଇଛି: ବିଜେଡି
Advertisment
Follow Us