ନିରବ ଅବଧି ମାନୁନାହାନ୍ତି : ବିଜେଡିର ଅଭିଯୋଗ

Advertisment

ବ୍ରହ୍ମଗିରିରୁ ଜବତ ସାଢ଼େ ୧୫ ଲକ୍ଷ, ଅନନ୍ତଙ୍କୁ ଆକ୍ରମଣ ନେଇ ବି ଅଭିଯୋଗ

ବ୍ରହ୍ମଗିରିରୁ ଜବତ ସାଢ଼େ ୧୫ ଲକ୍ଷ, ଅନନ୍ତଙ୍କୁ ଆକ୍ରମଣ ନେଇ ବି ଅଭିଯୋଗ

ନିରବ ଅବଧି ମାନୁନାହାନ୍ତି : ବିଜେଡିର ଅଭିଯୋଗ

ଭୁବନେଶ୍ବର : ନିର୍ବାଚନ ପାଇଁ ପ୍ରଚାର ସରିବା ପରଠୁ ଭୋଟ ଗ୍ରହଣ ସନ୍ଧ୍ୟା ପର୍ଯ୍ୟନ୍ତ ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ହୋଇଥିବା ୪୮ ଘଣ୍ଟିଆ ନିରବ ଅବଧିକୁ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ, ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଓ ନ୍ୟୁଜ୍ ଚାନେଲ ଓଟିଭି ଫୁ କରିଦେଇଛନ୍ତି। ବାରମ୍ବାର ଏହି ଉଲଂଘନ ନେଇ ପ୍ରମାଣ ସହ ଅଭିଯୋଗ ହୋଇଥିଲେ ବି କାର୍ଯ୍ୟାନୁଷ୍ଠାନ ହୋଇନି। ସେହିପରି ଗତକାଲି ବ୍ରହ୍ମଗିରିରୁ ବିଜେପି ନେତାଙ୍କ ପାଖରୁ ସାଢ଼େ ୧୫ ଲକ୍ଷ ଟଙ୍କା ଜବତ ହେବା ସହ ଭୁବନେଶ୍ବର-ମଧ୍ୟ ନିର୍ବାଚନମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ଅନନ୍ତ ନାରୟଣ ଜେନାଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ନେଇ ୫ଟି ପୃଥକ୍ ଅଭିଯୋଗ ପତ୍ର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ବିଜେଡି ପ୍ରଦାନ କରିଛି।

ଅଭିଯୋଗ ପତ୍ରରେ ଦର୍ଶାଯାାଇଛି, ଗୋଟିଏ ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ସମ୍ପୃକ୍ତ ନିର୍ବାଚନମଣ୍ଡଳୀର ଜିଲ୍ଲା ପାଇଁ ଲାଗୁ ହୋଇଥିବା ନିରବ ଅବଧିରେ କୌଣସି ବି ରାଜନେତା ପ୍ରଚାର କରିବାକୁ ଯାଇପାରିବେ ନାହିଁ। କିନ୍ତୁ ଚଳିତ ମାସ ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ପାଇଁ ଭୋଟଗ୍ରହଣ ଚାଲୁଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ନିର୍ଦ୍ଦେଶାବଳୀକୁ ଉଲଂଘନ କରି ଗଞ୍ଜାମ ଜିଲ୍ଲାର ଆସିକାରେ ପ୍ରଚାର କାର୍ଯ୍ୟ କରିଥିଲେ। ସେହିପରି ତୃତୀୟ ପର୍ଯ୍ୟାୟ ପାଇଁ ନିରବ ଅବଧି ବଳବତ୍ତର ଥିବାବେଳେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସୋମବାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହାସହିତ ନିରବ ଅବଧି ସମୟରେ ଓଟିଭି ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ବିତ୍ ପାତ୍ରଙ୍କ ପ୍ରତିକ୍ରିୟା ମଧ୍ୟ ସ୍କ୍ରଲିଂ ଜରିଆରେ ପ୍ରସାରଣ କରିଛି।

ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରୁ ବିଜେପିର ଦୁଇ ନେତାଙ୍କ ପାଖରୁ ଫ୍ଲାଇଂ ସ୍କ୍ବାଡ୍‌ ଜବତ କରିଥିବା ସାଢ଼େ ୧୫ ଲକ୍ଷ ଟଙ୍କା ଘଟଣାରେ ବିଜେପି ନିର୍ବାଚନରେ କଳାଟଙ୍କା ବିନିଯୋଗ କରିବା ନେଇ ପ୍ରମାଣିତ ହୋଇଛି। ଏ ଦୁଇଜଣଙ୍କୁ ତୁରନ୍ତ ଗିରଫ କରିବାକୁ ଦଳ ଦାବି କରିଛି। ଖାଲିସେତିକି ନୁହେଁ, ବିଜେଡିର ଭୁବନେଶ୍ବର-ମଧ୍ୟ ପ୍ରାର୍ଥୀ ଅନନ୍ତ ଜେନାଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିବେଦନ କରିଛି। ପ୍ରତିନିଧି ଦଳରେ ମୁଖପାତ୍ର ସସ୍ମିତ୍ ପାତ୍ରଙ୍କ ସମେତ ଲେନିନ୍ ମହାନ୍ତି ଓ ସୁଲତା ଦେଓ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe