ଜୁଏଲ ଓରାମଙ୍କ ବିରୁଦ୍ଧରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲେ ବିଜେଡିର ୯ ଜଣିଆ ପ୍ରତିନିଧି ଦଳ

ଜୁଏଲ ଓରାମଙ୍କ ବିରୁଦ୍ଧରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲେ ବିଜେଡିର ୯ ଜଣିଆ ପ୍ରତିନିଧି ଦଳ

ଭୁବନେଶ୍ବର: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବର୍ତ୍ତମାନର ସୁନ୍ଦରଗଡ ବିଜେପି ଲୋକସଭା ପ୍ରାର୍ଥୀ ଜୁଏଲ ଓରାମଙ୍କ ବିରୁଦ୍ଧରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ଫେରାଦ ହୋଇଛି। ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ନେତୃତ୍ୱରେ ୯ ଜଣିଆ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି। ୨୦୨୪ ନିର୍ବାଚନରେ ଏକ ବିଚିତ୍ର ଟ୍ରେଣ୍ଡ ଦେଖିବାକୁ ମିଳୁଛି

। ଭାରତୀୟ ଜନତା ପାର୍ଟି(ବିଜେପି) ଓଡିଶା ୟୁନିଟର ନେତାମାନେ ବିଭିନ୍ନ ସମୟରେ ଇଲେକ୍ସନ କମିଶନଙ୍କ ନାଁ ନେଇ ସରକାରୀ ଅଫିସରମାନଙ୍କୁ ଧମକାଉଛନ୍ତି। ବିଜେପି ପାଇଁ କାମ ନ କଲେ ବଦଳି ଏବଂ ସସପେଣ୍ଡର ଧମକ ଦେଉଛନ୍ତି। ସୁନ୍ଦରଗଡ ବିଲେଇଗଡ଼ଠାରେ ଜୁଏଲ ଓରାମ ଓ ନରସିଂହ ମିଞ୍ଜ ଏକ ସରକାରୀ ସ୍ଥାନରେ ଦଳୀୟ ସଭା କରୁଥିଲେ। ସ୍ଥାନୀୟ ଆଇଆଇସି ଆସି ବାରଣ କରିବାରୁ ଜୁଏଲ ଓରାମ ତାଙ୍କୁ ଧମକ ଦେଇଥିଲେ। ଗୋଟିଏ ନ୍ୟୁଟ୍ରାଲ ବଡିର ନାଁ ନେଇ ଅଫିସରମାନଙ୍କୁ ଧମକ ଦେଉଛନ୍ତି।

ଏନେଇ ସିଇଓଙ୍କୁ ଅଭିଯୋଗ କରିବା ସହ ବିଜେଡି ପ୍ରତିନିଧି ଦଳ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ପ୍ରତିନିଧି ଦଳରେ ଥିବା ସସ୍ମିତ ପାତ୍ରଙ୍କ ସହ ସାଂସଦ ସୁଲତା ଦେଓ, ଲେଲିନ୍ ମହାନ୍ତି, ଇପ୍ସିତା ସାହୁ, ମଧୁସ୍ମିତା ନାୟକ, ତୁମ୍ବନାଥ ପଣ୍ଡା, ପ୍ରିୟବ୍ରତ ମାଝୀ, ଓମପ୍ରକାଶ ସାହୁ ପ୍ରମୁଖ ସିଇଓଙ୍କୁ ଫେରାଦ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe