ବିଜେଡିର ଶକ୍ତି ପ୍ରଦର୍ଶନ; ମହିଳାଙ୍କ ଆଶୀର୍ବାଦରେ ବଳିଷ୍ଠ ଓ ଶ୍ରେଷ୍ଠ: ଭୃଗୁ

Advertisment
ବିଜେଡିର ଶକ୍ତି ପ୍ରଦର୍ଶନ; ମହିଳାଙ୍କ ଆଶୀର୍ବାଦରେ ବଳିଷ୍ଠ ଓ ଶ୍ରେଷ୍ଠ: ଭୃଗୁ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଗତକାଲି ବିଜେପି ଦଳ ପ୍ରତିଷ୍ଠା ଦିବସରେ ଶକ୍ତି ପ୍ରଦର୍ଶନ କରିଥିଲା। ଏହାର ୨୪ ଘଣ୍ଟା ପରେ ଆଜି ଶାସକ ଦଳ ବିଜେଡି ବାଇକ୍ ରାଲି ଓ ସଭା ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବାକୁ ବିଗୁଲ୍ ବଜାଇଛି। ଛତ୍ରପୁର ବିଧାନସଭା ପ୍ରାର୍ଥୀ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ବ୍ରହ୍ମପୁର ଲୋକସଭା ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଛତ୍ରପୁର ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ନାରାୟଣ ପ୍ରସାଦ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ସାଧାରଣ ସଭାରେ ଭୃଗୁ ‌ଯୋଗଦେଇ କହିଥିଲେ, ଅନ୍ୟ ରାଜ‌ନୈତିକ ଦଳ ଓ ବିଜେଡି ମଧ୍ୟରେ ଫରକ୍ କଣ ତାହା ମୁଁ ଆଜି ଜାଣିପାରିଛି। ବିଜେଡି ମହିଳାଙ୍କ ସଶକ୍ତୀକରଣ, ସାମାଜିକ ଓ ଆର୍ଥିକ ବିକାଶକୁ ଗୁରୁତ୍ବ ଦେଇଆସୁଛି। ଏଥିପାଇଁ ମହିଳାଙ୍କ ଆଶୀର୍ବାଦରେ ବିଜେଡି ଆଜି ଏକ ଶ୍ରେଷ୍ଠ ଓ ବଳିଷ୍ଠ ରାଜନୈତିକ ଦଳ। ଯାହାକି ଅନ୍ୟ ରାଜନୈତିକ ଦଳଠାରେ ଦେଖିବାକୁ ମିଳେନି।

ସେହିପରି ଛତ୍ରପୁର ବିଧାନସଭା ପ୍ରାର୍ଥୀ ସୁବାସ ଚନ୍ଦ୍ର ବେହେରା ନିଜ ଅଭିଭାଷଣରେ, ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ଉପରେ ଆଲୋକପାତ କରିଥିଲେ। ଛତ୍ରପୁର ପୌରପରିଷଦର ଉପାଧ୍ୟକ୍ଷ ଜି.ପାପା ରାଓ, ଛତ୍ରପୁର ନଗର ବିଜେଡି ସଭାପତି ବି.ରାଜୁବାବୁ, ଜିଲ୍ଲା ପରିଷଦ ସଭ୍ୟ ଏମ୍‌.ଧନଞ୍ଜୟ ରେଡ୍ଡୀ, ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ଭବାନୀକାନ୍ତ ସାହୁ, ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ବିମଳ କୁମାର ପଣ୍ଡା, ଛତ୍ରପୁର ନିର୍ବାଚନମଣ୍ଡଳୀ ଯୁବ ବିଜେଡି ସଭାପତି ସନମୁଖ ପଟ୍ଟନାୟକ, ଛତ୍ରପୁର ବ୍ଲକ୍ ଯୁବ ବିଜେଡି ସଭାପତି କାଳିଆ ନାହାକ, ଶ୍ରୀରାମଚନ୍ଦ୍ରପୁର ସମିତିସଭ୍ୟ ଏସ୍‌.ଚକ୍ରପାଣି ରେଡ୍ଡୀ, ଯୁବ ବିଜେଡି ଗଞ୍ଜାମ ନଗର ସଭାପତି ସୁଧୀର କୁମାର ପାଢ଼ୀ, ଗଞ୍ଜାମ ଏନ୍‌ଏସି ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକି, ପୂର୍ବତନ ଗଞ୍ଜାମ ବ୍ଲକ୍ ଅଧ୍ୟକ୍ଷ ସୁରଥ ପ୍ରଧାନଙ୍କ ସମେତ ବହୁ କର୍ମୀ ଏବଂ ନେତୃବୃନ୍ଦ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe