ମାହାଙ୍ଗା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମାହାଙ୍ଗାଠାରେ ଆୟୋଜିତ କୁଳମଣି ଓ ଦିବ୍ୟସିଂହ ବରାଳଙ୍କ ସ୍ମୃତିସଭାରେ ଯୋଗଦେଇ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ଏହାର ଠିକ୍ ପରେପରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ମିଛ ବୟାନ୍ ଦେଇ ଧର୍ମେନ୍ଦ୍ର ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି କହିଛନ୍ତି।
ସ୍ଥାନୀୟ ଗୌଡପଡା ଡାକବଙ୍ଗଳାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମାହାଙ୍ଗା ପଂଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ସଂପର୍କରେ ମୃତ କୁଳମଣି ବରାଳଙ୍କୁ ନେଇ କେନ୍ଦ୍ର ଗ୍ରାମ ମନ୍ତ୍ରାଳୟ ମନ୍ତ୍ରୀଙ୍କୁ ସେ ଭେଟିଥିଲେ ବୋଲି ଧର୍ମେନ୍ଦ୍ର ପ୍ରଧାନ ଆଜି ଯାହା କହିଛନ୍ତି ତାହା ସଂପୂର୍ଣ୍ଣ ମନଗଢା। ଏଭଳି କହି ସେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ୨୦୧୭ ମସିହାରେ ମାହାଙ୍ଗାରେ ପ୍ରଧାନମନ୍ତ୍ରୀ ଆବାସ ଓ ମନରେଗା କାର୍ଯ୍ୟରେ ଦୁର୍ନୀତି ହେଉଥିବା ନେଇ ଆନନ୍ଦପୁର ପଂଚାୟତର ପୂର୍ବତନ ସମିତିସଭ୍ୟ ରାମଚନ୍ଦ୍ର ବେହେରା ଓ ବରାହିପୁର ସରପଂଚ କିଶୋର ରାଉତ କେନ୍ଦ୍ର ଗ୍ରାମ ମନ୍ତ୍ରାଳୟ ନିକଟରେ ଏକ ଅଭିଯୋଗ କରିଥିଲେ। ସେହି ଅଭିଯୋଗ ଅନୁଯାୟୀ ଏକ କେନ୍ଦ୍ରୀୟ ଟିମ୍ ମାହାଙ୍ଗା ବ୍ଲକକୁ ଆସି ଏହାର ତଦନ୍ତ କରିଥିଲେ। ତଦନ୍ତରେ କି ତଥ୍ୟ ମିଳିଲା ତାହା ଧର୍ମେନ୍ଦ୍ର ବାବୁଙ୍କୁ ଜଣା।
ଏଥିରେ ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ କିଶୋର ସିଂହ ଯୋଗଦେଇ କହିଥିଲେ ଯେ କୁଳମଣି ରାଜନୈତିକ ଶତ୍ରୁତା ଯୋଗୁଁ ଲଳିତଗିରି ଗ୍ରାମରେ ଧନି ପରିଡା, ରାହାଣିଆରେ ରାମଚନ୍ଦ୍ର ସିଂହଙ୍କୁ ହତ୍ୟା କରାଯିବା ସହ ବିଭିନ୍ନ ଘଟଣାରେ କୁଳମଣି ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ୧୯ରୁ ଅଧିକ ଅପରାଧିକ ମାମଲା କୋର୍ଟରେ ବିଚରାଧୀନ ରହିଛି।
ବିଜେପି ନେତୃବୃନ୍ଦ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବଦନାମ ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଯୁବ ବିଜେଡି ସଭାପତି ଶରତ ମହାପାତ୍ର, ବରିଷ୍ଠ ବିଜେଡି ନେତା କୈଳାସଚନ୍ଦ୍ର ସ୍ବାଇଁ, ହୃଷିକେଶ ବେହୁରା ପ୍ରମୁଖ ଉପସ୍ଥିତ ଥିଲେ।
Follow Us