ଗାନ୍ଧୀ ଜୟନ୍ତୀରୁ ବିଜେଡିର ସାମାଜିକ କାର୍ଯ୍ୟକ୍ରମ

ଶ୍ରମଦାନର ମହତ୍ବ ସହ ସ୍ବଚ୍ଛତା ବାର୍ତ୍ତା, ଏକ ମାସ ଧରି ଚାଲିବ କାର୍ଯ୍ୟକ୍ରମ

ନେତାଙ୍କ ଭାଗ୍ୟ ଲେଖିବ ୨୦୨୨

Sambad English

ଭୁବନେଶ୍ବର : ଚଳିତ ବର୍ଷ ଗାନ୍ଧୀ ଜୟନ୍ତୀରୁ ବିଜେଡି ଜନ‌ସଚେତନତା ଅଭିଯାନ କରିବ ନାହିଁ। ଏହା ପରିବର୍ତ୍ତେ ସମାଜସେବା କାର୍ଯ୍ୟକ୍ରମ କରାଯିବ। ଅକ୍ଟୋବର ଦୁଇ ତାରିଖରୁ ଏହା ଆରମ୍ଭ ହୋଇ ୧ ମାସ ଯାଏ ଚାଲିବ। କୋଭିଡ୍‌ ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ନେତାମାନଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଇଛନ୍ତି। ଏହି ସମାଜସେବା କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରମଦାନର ମହତ୍ବ ସହିତ ସ୍ବଚ୍ଛତାର ବାର୍ତ୍ତା ପ୍ରତ୍ୟେକ ଘରେ ପହଞ୍ଚାଇବାକୁ ସେ ଆହ୍ବାନ ଦେଇଛନ୍ତି।

ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ସାଢ଼େ ଚାରି କୋଟି ଓଡ଼ିଶାବାସୀ ଆମର ପରିବାର। ବିଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଆମେ ସେମାନଙ୍କ ସେବାରେ ନିଜକୁ ନିୟୋଜିତ କରିବା ସହିତ ପରିବାରର ସଦସ୍ୟ ପରି ତାଙ୍କ ସୁଖଦୁଃଖର ସାଥୀ ହୋଇ ଆସିଛେ। କୋଭିଡ ମହାମାରୀର ଭୟାବହତା ସମୟରେ ଆପଣମାନେ ଅସୀମ ଦୃଢ଼ତା ପ୍ରଦର୍ଶନ କରି ପ୍ରତ୍ୟେକ ଘରର ସଦସ୍ୟଙ୍କ ନିକଟରେ ଠିଆ ହୋଇ ଯେପରି ଧୈର୍ଯ୍ୟ ଓ ତ୍ୟାଗର ନିଦର୍ଶନ ଦେଖାଇଛନ୍ତି, ସେଥି ପାଇଁ ମୁଁ ଆପଣମାନଙ୍କ ନିକଟରେ କୃତଜ୍ଞ। ଏବେ ସେହି ସାମାଜିକ ପ୍ରତିବଦ୍ଧତାକୁ ଆଉ ପାଦେ ଆଗକୁ ନେଇ ଶ୍ରମଦାନ କରି ବିଦ୍ୟାଳୟ ତଥା ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ପରିସର, ଶିକ୍ଷାନୁଷ୍ଠାନର ରାସ୍ତାଘାଟ ତଥା ସାଧାରଣ ସୁବିଧା କେନ୍ଦ୍ର ପ୍ରଭୃତି ସ୍ଥାନକୁ ପରିଷ୍କାର, ପରିଚ୍ଛନ୍ନ ରଖିବା ସହିତ ରକ୍ତଦାନ ପରି ମହତ କାର୍ଯ୍ୟରେ ଅଂଶଗ୍ରହଣ କରିବା ପାଇଁ ମୁଁ ଆପଣମାନଙ୍କୁ ଆହ୍ବାନ କରୁଛି। ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ଓ ୧୧ ତାରିଖରେ ଲୋକନାୟକ ଜୟପ୍ରକାଶଙ୍କ ଜୟନ୍ତୀ ନିରାଡ଼ମ୍ବର ଭାବେ ପାଳନ କରିବା ସହିତ ଗାନ୍ଧୀ ଜୟନ୍ତୀରୁ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଦଳୀୟ କର୍ମୀ, ବିଭିନ୍ନ ପ୍ରମୁଖ ଦଳୀୟ ସଂଗଠନର କର୍ମକର୍ତ୍ତାଙ୍କ ସହଯୋଗରେ କୋଭିଡ ନିୟମ ପାଳନ ପୂର୍ବକ ଏହିପରି ଗୁରୁତ୍ବପୂର୍ଣ୍ଣ ସମାଜସେବା କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe