ପାଟକୁରାରେ ବିଜେଡି ଇଭିଏମ୍‌ ହେର୍‌ଫେର୍ କରିଛି: ବିଜେପି

fastmailtv.com

BJP alleges rigging, EVM tampering

ଭୁବନେଶ୍ବର : ନିର୍ବାଚନ ହାରିବା ଭୟ ଘାରିଥିବାରୁ ବିଜେଡି ବେଆଇନ ଓ ଅଗଣତାନ୍ତ୍ରିକ ଉପାୟ‌େର ପ୍ରତି ବୁଥ୍‌ରେ ହେର୍‌ଫେର୍ କରିଛି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି, ପ୍ରିଜାଇଡିଂ ଅଫିସର୍‌ଙ୍କ ମାଧ୍ୟମରେ ଇଭିଏମ୍ ମେସିନ୍ ଟାମ୍ପରିଂ ଠାରୁ ଆରମ୍ଭ କରି ମେସିନ୍ ବଦଳାଇବା ଆଦି କାର୍ଯ୍ୟ କରାଯାଇଛି। ଅନେକ ବୁଥ୍‌ରେ ରିଗିଂ ହୋଇଛି। ରିଟର୍ଣ୍ଣିଂ ଅଫିସର୍‌ ଶାସକ ଦଳର ହାତ‌ବାରେସି ସାଜି କାର୍ଯ୍ୟ କରିଛନ୍ତି। ବୁଥ୍‌ ଭିତରେ ବିଜେପି ଏଜେଣ୍ଟ୍‌ଙ୍କୁ ପୂରାଇ ନ ଦେବା, ଜଙ୍ଗଲ ଭିତରେ ଇଭିଏମ୍ ବଦଳାଇବା, ଇଭିଏମ୍ ଭାଙ୍ଗିବା, ଇଭିଏମ୍ ଖୋଲା ସ୍ଥାନରେ ରଖିବା ଆଦି ଘଟଣାର ଭିଡିଓ ପ୍ରମାଣ ଏବେ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି। ଏହି ସବୁ ‌େବଆଇନ୍ ଓ ବେନିୟମ କାର୍ଯ୍ୟ ଶାସକ ଦଳ ଇଙ୍ଗିତରେ କରାଯାଇଛି।

ଶ୍ରୀମତୀ ସାମନ୍ତସିଂହାର ଆହୁରି କହିଛନ୍ତି, ୩୦୯ ବୁଥ୍‌ରୁ ୩୦୭ ବୁଥ୍‌ର ଇଭିଏମ୍ ଷ୍ଟ୍ରଙ୍ଗ୍ ରୁମ୍‌ ଯାଇଥିଲା ବେଳେ ଅନ୍ୟ ଦୁଇଟିର ଖବର ନାହିଁ। ଗରଦପୁର ବ୍ଲକ୍‌ର ୨୨୦ ଓ ୨୯୪ ନମ୍ବର ବୁଥ୍‌ର ଇଭିଏମ୍ ଏ ପର୍ଯ୍ୟନ୍ତ ଷ୍ଟ୍ରଙ୍ଗ୍ ରୁମ୍‌ରେ ପହଞ୍ଚିନି। ଇଭିଏମ୍‌ଗୁଡ଼ିକୁ ବଦଳାଇ ବିଜେଡି ନିର୍ବ‌ାଚନ ଜିତିବା ପାଇଁ କସ୍‌ରତ ଚଲାଇଛି। ଭୋଟ୍‌ ହାତେଇବା ପାଇଁ ଶାସକ ବିଜେଡି ଭୋଟର୍‌ମାନଙ୍କୁ ପ୍ରଲୋଭନ ଦେଖାଇ ଶାଢ଼ୀ, କାନଫୁଲ, ମଦ, ମାଂସ ଓ ଟଙ୍କା ବାଣ୍ଟିବାର ଭିଡିଓ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଦିଆଯାଇଥିଲା। କିନ୍ତୁ ସିଇଓ କୌଣସି ପଦକ୍ଷେପ ନେଲେ ନାହିଁ। ପ୍ରିଜାଇଡିଂ ଅଫିସର୍‌ଙ୍କ ପାଖରେ ଅତିରିକ୍ତ ୧୦୦ ଇଭିଏମ୍‌ ମେସିନ୍ ଥିଲା, ଯେଉଁ ମେସିନ୍‌ଗୁଡ଼ିକ ମତଦାନ ପାଇଁ ଲାଗିବାର ନ ଥିଲା। କେବଳ ଶାସକ ଦଳ ଚାପରେ ଏହି ମେସିନ୍‌ଗୁଡ଼ିକ ଅଣାଯାଇ ତାହା ମାଧ୍ୟମରେ ପ୍ରିଜାଇଡିଂ ଅଫିସର୍‌ ଭୋଟ୍‌ ହେର୍‌ଫେର୍ କରିଛନ୍ତି। ଏସବୁର ନିରପେକ୍ଷ ତଦନ୍ତ କରାଯାଇ ଅଭିଯୁକ୍ତ ପ୍ରିଜା‌ଇଡିଂ ଅଫିସର୍ ଓ ରିଟର୍ଣ୍ଣିଂ ଅଫିସର୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦକ ଦିଲ୍ଲୀପ ମଲ୍ଲିକ ଓ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe