ପେଟ୍ରୋଲ୍‌ଠାରୁ ଡିଜେଲ୍ ଦର ବଢ଼ିଗଲା : ବିଜେଡି-ବିଜେପି ଦୋଷ ଠେଲାଠେଲି

Advertisment
ପୁଣି ବଢ଼ିଲା ତେଲ, ଗ୍ରାହକଙ୍କୁ ନିସ୍ତାର ନାହିଁ

HT

ଭୁବ‌େନଶ୍ବର : ପେଟ୍ରୋଲ୍‌ ଠାରୁ ଡିଜେଲ୍‌ ଦର ବଢ଼ିବା ପରି ବିରଳ ଘଟଣା ଗତକାଲି ଠାରୁ ଦେଖିବାକୁ ମିଳୁଛି। ଏହାକୁ ନେଇ ରାଜ୍ୟରେ ବିଜେଡି-ବିଜେପି ଦୋଷ ଠେଲାଠେଲି ହୋଇଛନ୍ତି। ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି, ଡିଜେଲ୍ ଦର ରେକର୍ଡ ମାତ୍ରାରେ ବଢ଼ିଥିବାରୁ ଦେଶର କୃଷକ ଓ ଶିଳ୍ପ ସଂସ୍ଥା ଭୀଷଣ ଭାବେ ପ୍ରଭାବିତ ହେବେ। ତେଲ ଦରରେ ଏପରି ଅହେତୁକ ବୃଦ୍ଧି ପାଇଁ କେନ୍ଦ୍ରର ଏନ୍‌ଡିଏ ସରକାର ଦାୟୀ। ଓଡ଼ିଶାରେ ତେଲ ଉପରୁ ଯେଉଁ ୨୬ ପ୍ରତିଶତ ଭ୍ୟାଟ୍ ସଂଗ୍ରହ ହେଉଛି, ତାହା ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ କମ୍। କେନ୍ଦ୍ର ସରକାର ଗତ ୪ ତାରିଖରେ ପେଟ୍ରୋଲ ଓ ଡିଜେଲ୍ ଦରରେ ଅଢ଼େଇ ଟଙ୍କା କମ୍ କରିଥିଲେ। କିନ୍ତୁ ଘୋଷଣା ଅନୁଯାୟୀ ବେସ୍ ପ୍ରାଇସ୍‌ରୁ ୧ ଟଙ୍କା ଏ ପର୍ଯ୍ୟନ୍ତ କମାଯାଇ ନାହିଁ। ଏପରିକି ୨୦୧୪ ମସିହାରେ ଯେତେ‌େବଳେ ଅଶୋଧିତ ତୈଳ ଦର କମ୍ ଥିଲା, ସେ‌େତବେଳେ ବି ତେଲ ଦର କମି ନ ଥିଲା। ଆସନ୍ତା ନିର୍ବାଚନ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ବିଜେପି ସରକାର ପେଟ୍ରୋଲ ଓ ଡିଜେଲ୍‌କୁ ମାଧ୍ୟମ ଭାବେ ବ୍ୟବହାର କରୁଛନ୍ତି। ତୁରନ୍ତ ଦର ନ କମାଇଲେ ଭବିଷ୍ୟତରେ ଜନ ଅସନ୍ତୋଷ ତୀବ୍ର ହେବ ବୋଲି ଶ୍ରୀ ବେହେରା ସତର୍କ କରାଇ ଦେଇଛନ୍ତି। ତେବେ ଅର୍ଥ ମନ୍ତ୍ରୀଙ୍କ ଏପରି ମନ୍ତବ୍ୟକୁ ବିଜେପି ବି‌ରୋଧ କରିଛି। ଦଳର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ପେଟ୍ରୋଲ ଓ ଡିଜେଲ୍ ଦର କାହିଁକି ବଢ଼ୁଛି ତାହା ସମ‌େସ୍ତ ଜାଣିଛନ୍ତି। ୧୩/୧୪ଟି ରାଜ୍ୟ ତେଲ ଉପରୁ ଭ୍ୟାଟ୍ କମାଇଥିଲା ବେଳେ ଓଡ଼ିଶା ସରକାର ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉ ନାହାନ୍ତି। ତେଣୁ ଅର୍ଥ ମନ୍ତ୍ରୀ ବିତଣ୍ଡା ଯୁକ୍ତି ଛାଡ଼ି ନିଜ କର୍ତ୍ତବ୍ୟ ପାଳନ କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe