ବିଜେପି ଓ କଂଗ୍ରେସ ଫୋକସ୍‌ରେ କଳାହାଣ୍ଡି: ସୁଜିତ, ଭକ୍ତଙ୍କୁ ନେଇ ଚର୍ଚ୍ଚା

ବିଜେପି ଓ କଂଗ୍ରେସର ଫୋକସ୍‌ରେ କଳାହାଣ୍ଡି। କଳାହାଣ୍ଡି ଜିଲ୍ଲାର ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାର ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସଙ୍କୁ ନେଇ ଏକ ବଡ଼ ଘୋଷଣା ସମ୍ଭାବନା ଅପେକ୍ଷାରେ କଳାହାଣ୍ଡିବାସୀ।

dggdagd

ଭବାନୀପାଟଣା: ବିଜେପି ଓ କଂଗ୍ରେସର ଫୋକସ୍‌ରେ କଳାହାଣ୍ଡି। କଳାହାଣ୍ଡି ଜିଲ୍ଲାର ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାର ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସଙ୍କୁ ନେଇ ଏକ ବଡ଼ ଘୋଷଣା ସମ୍ଭାବନା ଅପେକ୍ଷାରେ କଳାହାଣ୍ଡିବାସୀ। ବିଜେପି ପକ୍ଷରୁ ସୁଜିତ କୁମାରଙ୍କୁ ପୁନର୍ବାର ରାଜ୍ୟସଭା ପଠାଇବା ଓ ଭକ୍ତ ଦାସ ପିସିସି ସଭାପତି ରେସ୍‌ରେ ସବୁଠୁ ଆଗରେ ଥିବା ନେଇ ଚର୍ଚ୍ଚା ଜୋର ଧରିଛି। ସୁଜିତ କୁମାର ଏହାମଧ୍ୟରେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି। ଏହି କାରଣରୁ ଏବେ ଖାଲିଥିବା ପଦବିରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୧୦ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ ଥିବାବେଳେ ୧୧ ତାରିଖରେ ଯାଞ୍ଚ ଓ ୧୩ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଏକାଧିକ ପ୍ରାର୍ଥୀ ନଥିଲେ ୧୩ ତାରିଖରେ ବିଜୟ ଘୋଷଣା କରାଯିବ।

ଅଧିକ ପ୍ରାର୍ଥୀ ଥିଲେ ୨୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ବିଜେପି ବିଧାୟକଙ୍କ ସଂଖ୍ୟା ଅଧିକ ଥିବା କାରଣରୁ ରାଜ୍ୟସଭା ବିଜେପି ଖାତାକୁ ଯିବାର ସମ୍ଭାବନା ରହିଛି। ସୁଜିତ କୁମାର ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ଯୋଗୁଁ ମମତା ମହନ୍ତଙ୍କ ଭଳି ତାଙ୍କୁ ପୁନର୍ବାର ରାଜ୍ୟସଭା ପଠାଇବା ପାଇଁ ପ୍ରତିଶ୍ରୁତି ମିଳିଥିବା ଚର୍ଚ୍ଚା ହେଉଛି। କେବଳ ଆନୁଷ୍ଠାନିକ ଘୋଷଣା ବାକିଥିବାରୁ ସୁଜିତ କୁମାର ପୁଣିଥରେ ରାଜ୍ୟସଭା ସାଂସଦ ଭାବରେ ନିର୍ବାଚିତ ହେବେ ବୋଲି କଳାହାଣ୍ଡିବାସୀ ଆଶା ବାନ୍ଧିଛନ୍ତି। ସେହିଭଳି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିମନ୍ତେ ଏକ ୨ଜଣିଆ ଟିମ୍‌ ଓଡ଼ିଶା ଆସି ହାଇକମାଣ୍ଡଙ୍କଠାରେ ରିପୋର୍ଟ ଦାଖଲ କରିଛନ୍ତି। ଏହି ରେସ୍‌ରେ ୪ ଜଣ ଆଶାୟୀ ଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସଙ୍କ ନାମ ସବୁଠୁ ଆଗରେ ରହିଥିବା ଜଣାଯାଇଛି। ଭକ୍ତଙ୍କ ମୁଣ୍ଡରେ ହାଇକମାଣ୍ଡ ପିସିସି ସଭାପତି ଶିରପା ବାନ୍ଧିବାକୁ କଳ୍ପନାଜଳ୍ପନା ଚାଲିଥିବା ନେଇ କଂଗ୍ରେସ କର୍ମୀ ମହଲରେ ଚର୍ଚ୍ଚା ଧରିଛି। ତେବେ ଆଗକୁ ଉଭୟ ବିଜେପି ଓ କଂଗ୍ରେସ ଜିଲ୍ଲାବାସୀଙ୍କୁ କ’ଣ ଭେଟି ଦେଉଛନ୍ତି, ସେ ନେଇ ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe