କୋରେଇର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ

Advertisment
କୋରେଇର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ

ଭୁବନେଶ୍ବର : ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି। ଆଜି ନବୀନ ନିବାସରେ ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ କୋରେଇ ବ୍ଲକ ଅସନଝର ପଞ୍ଚାୟତ ସମିତି ସଭ୍ୟ ନିର୍ମଳା ବେହେରା, ବିଜେପି ନେତା ରଶ୍ମୀରେଖା ଗହଣା, ଅଶୋକ ସ୍ବାଇଁ ଏବଂ ରାକେଶ ମହାନ୍ତିଙ୍କ ନେତୃତ୍ବରେ ୧୦୦ରୁ ଉର୍ଦ୍ଧ୍ବ ବିଜେପି ଓ କଂଗ୍ରେସ କର୍ମୀ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି।

ଏହି ଅବସରରେ ଦଳ ସଭାପତି ଶ୍ରୀ ପଟ୍ଟନାୟକ ସମସ୍ତ କର୍ମୀଙ୍କୁ ସ୍ବାଗତ କରିବା ସହ ଏତେ ସଂଖ୍ୟାରେ ବିଜେପି ଓ କଂଗ୍ରେସ କର୍ମୀଙ୍କ ବିଜେଡିରେ ଯୋଗଦାନ କୋରେଇ ନିର୍ବାଚନ ମଣ୍ଡଳୀ ସହ ଯାଜପୁର ଜିଲ୍ଲାରେ ଦଳର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ ବୋଲି କହିଥିଲେ। ଏହି ଯୋଗଦାନ କାର୍ଯ୍ୟକ୍ରମରେ ଦଳର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସଭାପତିଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସ, ଯାଜପୁର ଜିଲ୍ଲା ଯୁବ ବିଜେଡି ସଭାପତି ପ୍ରତାପ ମହାନ୍ତିଙ୍କ ସମେତ ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe