ଝାରସୁଗୁଡ଼ା ଉପନିର୍ବାଚନ: ପ୍ରଚାର ପାଇଁ ବିଜେପି ଘୋଷଣା କଲା ୪୦ ନେତାଙ୍କ ନାମ, ତାଲିକାରେ ୩ କେନ୍ଦ୍ରମନ୍ତ୍ରୀ ସାମିଲ

ଝାରସୁଗୁଡ଼ା ଉପନିର୍ବାଚନ: ପ୍ରଚାର ପାଇଁ ବିଜେପି ଘୋଷଣା କଲା ୪୦ ନେତାଙ୍କ ନାମ, ତାଲିକାରେ ୩ କେନ୍ଦ୍ରମନ୍ତ୍ରୀ ସାମିଲ

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଗୁରୁବାର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ଦଳ ପକ୍ଷରୁ ଉପନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ଏଠାରେ ଦଳର ପ୍ରାର୍ଥୀ ଟଙ୍କଧର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁ ପ୍ରଚାର କରିବେ।

ବିଜେପି ପକ୍ଷରୁ ଘୋଷଣା କରାଯାଇଥିବା ଷ୍ଟାର ପ୍ରଚାରକ ତାଲିକାରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହିତ ସାଂସଦ ଜୁଏଲ୍ ଓରାମ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ରହିଛନ୍ତି । ତାଙ୍କ ସହିତ ସାଂସଦ ପ୍ରତାପ ଷଡଙ୍ଗୀ, ସୁନୀଲ ବଂଶଲ, ଡି ପୁରନ୍ଦେଶ୍ୱର ମଧ୍ୟ ଟଙ୍କଧର ପାଇଁ ଉପ ନିର୍ବାଚନରେ ପ୍ରଚାର କରିବେ ।

ଏତଦ୍‌ ବ୍ୟତୀତ ବିଜୟପାଲ ସିଂହ ତୋମାର, ସମୀର ମହାନ୍ତି, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, କନକ ବର୍ଦ୍ଧନ ସିଂହଦେଓ, ସଙ୍ଗୀତା ସିଂହଦେଓ, ଅପରାଜିତା ଷଡଙ୍ଗୀ, ନିତେଶ ଗଙ୍ଗଦେବ, ମୋହନ ଚରଣ ମାଝୀ, ନାଉରୀ ନାୟକ, ସମ୍ବିତ ପାତ୍ରଙ୍କ ଭଳି ନେତା ଏଥର ପ୍ରଚାର ମୈଦାନକୁ ଓହ୍ଲାଇବେ। ତା ସହିତ ଖାରବେଳ ସ୍ୱାଇଁ, ସୁରମା ପାଢୀ, ସୂର୍ଯ୍ୟବଂଶୀ ସୁରଜ, ଦିନେଶ ଜୈନ ମଧ୍ୟ ଟଙ୍କଧର ପାଇଁ ଝାରସୁଗୁଡାରେ ପ୍ରଚାର କରିବେ।

ସୂଚନାଯୋଗ୍ୟ, ପୂବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଧାୟକ ନବ ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡାରେ ଉପନିର୍ବାଚନ ହେଉଛି। ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡା ଉପନିର୍ବାଚନ ଭୋଟ୍ ପଡିବାକୁ ଥିବାବେଳେ, ମେ’ ୧୦ ତାରିଖ ୧୩ରେ ଆସିବ ରେଜଲ୍ଟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe